କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି

ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସମଗ୍ର ଦେଶ ଏହାର ଟିକା ବା ଔଷଧ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି। ତେବେ ବ୍ରିଟେନ କରୋନା ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି। ଆସନ୍ତା ସପ୍ତାହରେ ବ୍ରିଟେନ ସରକାର ୨ଟି ର଼୍ୟାପିଡ୍‌ କରୋନା ଭାଇରସ ଟେଷ୍ଟ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଦୁଇ ନୂତନ ପରୀକ୍ଷଣ ଯଥେଷ୍ଟ ଉନ୍ନତ ଏବଂ ରକ୍ଷାକାରୀ ବୋଲି କୁହାଯାଉଛି। ଏହା ଦ୍ୱାରା ଆସନ୍ତା ସପ୍ତାହରୁ ଲକ୍ଷ ଲକ୍ଷ ଲୋକଙ୍କୁ ନୂତନ ପରୀକ୍ଷା ଯୋଗାଇ ଦିଆଯିବ। ଏହି ପରୀକ୍ଷାରୁ ଲୋକେ ମାତ୍ର ୯୦ ମିନିଟରେ ଫଳାଫଳ ଜାଣିପାରିବେ। ଏଥିରୁ ଗୋଟିଏ ପରୀକ୍ଷା ଏତେ ସହଜ ଯେ, ବିମାନବନ୍ଦର, କାର୍ଯ୍ୟାଳୟ, ବିଦ୍ୟାଳୟ, ପବ୍‌ ଏବଂ ରେଷ୍ଟୁରାଣ୍ଟରେ ପରୀକ୍ଷା ପାଇଁ ମଧ୍ୟ ଏହା ଉପଲବ୍ଧ ହେବ। ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ପରୀକ୍ଷା ବ୍ରିଟେନର ବୃହତ ଜନସଂଖ୍ୟା ପାଇଁ ସହଜ ହୋଇପାରିବ। ଏହି କାରଣରୁ ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହଂକକ୍‌ ରବିବାର ଏହି ନୂତନ ପରୀକ୍ଷାକୁ ‘ଜୀବନ ରକ୍ଷାକାରୀ’ ବୋଲି କହିଛନ୍ତି।
ପ୍ରାରମ୍ଭରେ ଏହି ନୂତନ ପରୀକ୍ଷା ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା ସହ ଜଡିତ ଅନୁଷ୍ଠାନରେ ଉପଲବ୍ଧ ହେବ। କିନ୍ତୁ ଆସନ୍ତା କିଛି ମାସ ମଧ୍ୟରେ ଏହା ବିଭିନ୍ନ ସ୍ଥାନରେ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ। ନୂତନ ପରୀକ୍ଷା ପଦ୍ଧତିରେ ଲକ୍ଷଣ ନ ଥିବା ଲୋକଙ୍କୁ ନିୟମିତ ପରୀକ୍ଷା କରାଯିବ। ଯଦି ରୋଗୀର କରୋନା ନ ଥିବ ତେବେ ଅନ୍ୟ ଫ୍ଲୁ ଅଛି କି ନାହିଁ ତାହା ମଧ୍ୟ ଜଣାପଡ଼ିବ।
ଏହି ନୂତନ ଟେଷ୍ଟରୁ ଗୋଟିଏ ହେଉଛି ଲ୍ୟାମ୍ପର ଟେଷ୍ଟ। ଏହା ପରୀକ୍ଷା ପାଇଁ ଲାଳ ଆବଶ୍ୟକ କରେ। ଯେହେଲେ ସାମ୍ପ୍ରତିକ ପରୀକ୍ଷଣରେ ନାକ ଏବଂ ଗଳା ସ୍ବାବ୍‌ ଆବଶ୍ୟକ। ବର୍ମିଂହୋମ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଣ୍ଡ୍ରିୟୁ ବୋଗସ୍‌ଙ୍କ କହିବାନୁଯାୟୀ, ଏହି ଟେଷ୍ଟ ଦ୍ୱାରା ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି।
ଦ୍ୱିତୀୟ ପରୀକ୍ଷଣର ନାମ ହେଉଛି DNANudge । ଏହି ପରୀକ୍ଷଣରେ ନାକରୁ ନିଆଯାଇଥିବା ସ୍ବାବ୍‌ ଏବଂ ଡିଏନ୍‌ଏର ବିଶ୍ଲେଷଣ କରାଯିବ। ଏହି ରିପୋର୍ଟକୁ ଆଉ ଲ୍ୟାବ୍‌କୁ ପଠାିବାର ଆବଶ୍ୟକତା ନାହିଁ। ଉଭୟ ପରୀକ୍ଷା ପାଇଁ ଟ୍ରେଣ୍ଡ ମେଡିକାଲ ପ୍ରଫେସନାଲମାନଙ୍କର ମଧ୍ୟ ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri