କରୋନା ଯୋଗୁ ପିଲାଙ୍କୁ ଡାଇବେଟିସ୍‌ର ଆଶଙ୍କା ଅଧିକ: ବିଶେଷଜ୍ଞ

ଲଣ୍ଡନ,୧୮।୮: ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଏଥିରେ ଶିଶୁ ଓ ବୃଦ୍ଧମାନେ ବେଶି ମାତ୍ରାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପିଲାମାନେ ଟାଇପ୍‌-୧ ଡାଇବେଟିସର ଶୀକାର ହୋଇପାରନ୍ତି ବୋଲି ବୈଜ୍ଞାନିକମାନେ ଚେତାବନି ଦେଇଛନ୍ତି। ଲଣ୍ଡନର ଇମ୍ପୋରିଆଲ କଲେଜର ବିଶେଷଜ୍ଞମାନେ ସମସ୍ତ ଅଭିଭାବକଙ୍କୁ ପିଲାଙ୍କ ଡାଇବେଟିସ୍‌ ଲକ୍ଷଣ ଉପରେ ନଜର ରଖିବାକୁ ନିବେଦନ କରିଛନ୍ତି। ଯଦି ଶିଶୁଙ୍କୁ ଥକ୍କାପଣ, ଡିହାଇଡ୍ରେସନ୍‌, ବାରମ୍ବାର ପରିସ୍ରା ଲାଗିବା ଓ ଓଜନ ହ୍ରାସ ହେବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବ୍ରିଟିଶ ଟେଲିଗ୍ରାଫ୍‌ ଅନୁସାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ କେତେକାଂଶ ଶିଶୁଙ୍କ ନିକଟରେ ଗୁରୁତର ଲକ୍ଷଣ ଦେଖାଯାଉଛି। ଯଦି ଟାଇପ୍‌-୧ ଡାଇବେଟିସ୍‌ ଶୀକାର ହେଉଛନ୍ତି ତେବେ ସେମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ନ କଲେ ଏହା ବିପଜ୍ଜନକ ହୋଇପାରେ। ସୂଚନା ମୁତାବକ ବ୍ରିଟେନରେ ୪ଟି ହସ୍ପିଟାଲରେ ଲକ୍‌ଡାଉନ ଆରମ୍ଭ ହେବା ପରେ ଟାଇପ୍‌-୧ ଡାଇବେଟିସ୍‌ ଥିବା ପ୍ରାୟ ୩୦ଜଣ ଶିଶୁ ଚିକିତ୍ସା ପାଇଁ ଆସିଥିଲେ। ସେହିପରି ୨ଟି ହସ୍ପିଟାଲ ଏଭଳି ଅଛି ଯେଉଁଠାରୁ ୧୦ଟି ସମାନ ମାମଲା ଆସିଛି। ଏହି ରୋଗର ଶୀକାର ହୋଇଥିବା ପିଲାଙ୍କ ମଧ୍ୟରୁ ୭୨ପ୍ରତିଶତଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯିବା ସହ ସେମାନଙ୍କ ଶରୀରରେ ଇନ୍‌ସୁଲିନର ଅଭାବ ଦେଖାଦେଇଥିଲା। କରୋନା ଭାଇରସ୍‌ ସ୍ପାଇକ୍‌ ପ୍ରୋଟିନ୍‌ ଇନ୍‌ସୁଲିନ ସୃଷ୍ଟି କରୁଥିବା କୋଷଗୁଡ଼ିକୁ ନଷ୍ଟ କରିଦେଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେତେବେଳେ ମହାମାରୀ ଶୀର୍ଷ ସ୍ତରରେ ଥିଲା ସେତେବେଳେ ଟାଇପ୍‌-୧ ଡାଇବେଟିସ୍‌ ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା। କରୋନା ଭାଇରସ୍‌ ଓ ଟାଇପ୍‌-୧ ଡାଇବେଟିସ୍‌ ମଧ୍ୟରେ ସମ୍ପର୍କ ରହିଛି। ହେଲେ ଏହା ଉପରେ ଏବେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ବୋଲି ଗବେଷଣାର ମୁଖ୍ୟ ଡା. କରେନ ଲୋଗାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ଘଟି ସାରିଛି ମୃତ୍ୟୁ, ତାଙ୍କ ଚେହେରା ଭଳି ବ୍ୟକ୍ତି କ୍ଷମତାରେ, ବ୍ରିଟିଶ୍‌ ଗୁପ୍ତଚର ସଂସ୍ଥାର ଦାବି !…

ଲଣ୍ଡନ/ମସ୍କୋ, ୨୯।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ମୃତ୍ୟୁ ଘଟି ସାରିଛି। ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଜାଣିଶୁଣି କ୍ଷମତାରେ ରଖାଯାଇଛି। ଏଭଳି...

ପାକିସ୍ତାନକୁ ମିଳିପାରେ ଆଇଏମଏଫ ସହାୟତା: ସମୀକ୍ଷା ଦଳର ବୈଠକ ଆରମ୍ଭ…

ଇସଲାମାବାଦ,୩୧।୧ : ଋଣ ଏବଂ ଆର୍ଥିକ ସଙ୍କଟରେ ଥିବା ପାକିସ୍ତାନକୁ ସାତ ବିଲିୟନ ଡଲାରର ବର୍ଦ୍ଧିତ ପାଣ୍ଠି ସୁବିଧା ଯୋଗାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି...

ତୃତୀୟ ଲହର ଲାଗି ଯୋଜନାବଦ୍ଧ ଲଢ଼େଇ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଦ୍ୱିତୀୟ ଲହରର ତାଣ୍ଡବ ଦେଶରୁ ନ ଯାଉଣୁ ଏବେ ତୃତୀୟ ଲହର ଆସିବା ନେଇ ସତର୍କ ସୂଚନା...

କରୋନା ଯାଞ୍ଚ ପାଇଁ ଯାଇଥିବା ଡାକ୍ତର, ପୋଲିସ ଉପରେ ପଥରମାଡ଼

ମୁରାଦାବାଦ,୧୫ା୪: ଉତ୍ତରପ୍ରଦେଶର ମୁରାଦାବାଦ ଜିଲାରେ ଡାକ୍ତରୀ ଦଳର ଏକ୍‌ ଟିମ୍‌କୁ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବୁଧବାର ମୁରାଦାବାଦର ନାଗଫଣୀ ଥାନା ଅନ୍ତର୍ଗତ ହାଜି...

ରତନ ଲାଲ୍‌ଙ୍କୁ ମିଳିଲା ବିଶ୍ୱ ଖାଦ୍ୟ ପୁରସ୍କାର ସମ୍ମାନ

ଓ୍ବାଶିଂଟନ୍‌,୧୨।୬: ଭାରତୀୟ ମୂଳର ମୃତ୍ତିକା ବୈଜ୍ଞାନିକ ରତନ ଲାଲଙ୍କୁ ଚଳିତବର୍ଷ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଗୁରୁବାର ଏହି ଘୋଷଣା...

ମା’ଙ୍କ ଫଟୋ ହାତରେ ଧରି ବିବାହ ମଣ୍ଡପକୁ ଗଲେ କନ୍ୟା, ଭିଡିଓରେ ଦେଖିଲେ ଆଖିରେ ରହିବନି ଲୁହ

ଇସଲାମାବାଦ,୧୭ା୧୨: ଜଣେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରିବା ସମୟରେ ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ...

୧୪ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୬ ପୁରୁଷ, ୫ ମହିଳା, ଜଣେ ନାବାଳକ, ୨ ଶିଶୁ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲା କଟିକଟା ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ ନୂଆ ଅକ୍ରାନ୍ତଙ୍କ ତଥ୍ୟ ମିଳିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...

କଟକରୁ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୯-କଟକ ସହରରୁ ଆଜି ଆଉ ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌...

Advertisement
Archives

Model This Week