କରୋନା ଓ ଶିଶୁ ସ୍ବାସ୍ଥ୍ୟ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ଆପଣଙ୍କ ପିଲାଟି ତୀବ୍ର ଜ୍ୱରକୁ ସାମ୍ନାକରି ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଛି କି, ହାଲ୍‌କା କାଶ, ଥକ୍କା ପଣ ଓ ପେଟ ଯନ୍ତ୍ରଣା ସହ ବାନ୍ତି ଲାଗୁଛି କି? କେବଳ ସେତିକି ନୁହେଁ, ତା’ ଚର୍ମ ପୋଡ଼ାଜଳା କରିବା ସହ ଆଖିଟି ନାଲି ପଡ଼ୁଛି କି, ତା’ ଚର୍ମର ରଙ୍ଗ ବଦଳିବା ସହ ପାଟି ଫୁଲି ଭୋକ ଲାଗୁନାହିଁ ତ, ସ୍ବାଦ ଚାଲିଯିବା ପରି ସେ ଅନୁଭବ କରୁଛି କି? ତେବେ ଆପଣ ସତର୍କ ହୁଅନ୍ତୁ ଆପଣଙ୍କ ପିଲାଟି କରୋନା ଭୂତାଣୁର ଶିକାର ହୋଇନାହିଁ ତ? କରୋନା ଭୂତାଣୁର ପ୍ରଥମ ଷ୍ଟ୍ରେନ୍‌ ଘାତକ ଥିଲା ସତ, କିନ୍ତୁ ଶିଶୁ ଏବଂ କିଶୋରଙ୍କୁ ଏହା ସେତେଟା ଆକ୍ରାନ୍ତ କରୁ ନ ଥିଲା। କଁା ଭଁା ସଂକ୍ରମିତ ହୋଇ ଶୀଘ୍ର ଆରୋଗ୍ୟ ଲାଭ କରୁଥିଲେ ଏମାନେ। ନିଜ ସନ୍ତାନଙ୍କ ସୁରକ୍ଷା ନେଇ ମାତାପିତାଙ୍କ ଚିନ୍ତା ନ ଥିଲା। ହେଲେ ସଦ୍ୟ ଷ୍ଟ୍ରେନଗୁଡ଼ିକ ଅତ୍ୟନ୍ତ ଘାତକ। ଶିଶୁଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ମାଡ଼ି ବସୁଛି। ସାମାନ୍ୟ ଫାଙ୍କା ଦେଖିଲେ ଏହା ଶରୀରରେ ପଶିଯାଇ ଦ୍ରୁତ ବିନାଶ ଘଟାଉଛି। ପୂର୍ବଠୁ ଅଧିକ ସଂକ୍ରାମକ ଓ ଘାତକ ସାଜିଛି ଏହି ନରହନ୍ତା ଭୂତାଣୁ। ଆମେରିକା, ବ୍ରାଜିଲଠାରୁ ଆରମ୍ଭ କରି ଭାରତରେ ଲକ୍ଷ ଲକ୍ଷ ଶିଶୁ ଓ କିଶୋର ଏହା ପଞ୍ଝାରେ ପଡ଼ିସାରିଲେଣି। ଅନେକେ ଆଖି ବୁଜିଲେଣି। ପରିସ୍ଥିତି ଏଭଳି ହେଉଛି ଯେ ମୃତ୍ୟୁ ଶଯ୍ୟାରେ ପଡ଼ିରହି ଶିଶୁଟି ନିଜ ବାପାମାଆଙ୍କୁ ନ ଦେଖି ଚିର ବିଦାୟ ନେଉଛି। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ପାଲଟିଛି। ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି। ନୂଆ ଷ୍ଟ୍ରେନ୍‌ର ଏଭଳି କରାଳ ରୂପ ବିଶ୍ୱବାସୀଙ୍କୁ ଆତଙ୍କିତ କରିଛି। ଏଥର ନିଜ ସହ ପିଲାମାନଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
କରୋନାର ପ୍ରଥମ ଷ୍ଟ୍ରେନ୍‌ ତୁଳନାରେ ନୂଆ ଷ୍ଟ୍ରେନ୍‌ (ବିଶେଷକରି ବ୍ରାଜିଲ ଓ ୟୁକେ) ଅଧିକ ସଂକ୍ରାମକ ସାଜିଛି। ଫଳରେ ଦ୍ରୁତ ବେଗରେ ସଂକ୍ରମଣ ବ୍ୟାପିବାରେ ଲାଗିଛି ଏବଂ ଏହା କବଳକୁ ସବୁ ବୟସ ବର୍ଗର ଲୋକ ଆସୁଛନ୍ତି। ଟେଷ୍ଟିଂ ମାତ୍ରା ଅତ୍ୟନ୍ତ କମ୍‌ ହେଉଥିବାରୁ ପିଲାମାନେ ଆକ୍ରାନ୍ତ ହୋଇ ସୁଦ୍ଧା ନଜରକୁ ଆସୁନାହାନ୍ତି। ଠିକ୍‌ ସମୟରେ ଟେଷ୍ଟିଂ ନ ହେବା ଯୋଗୁ ସେମାନେ ଅନ୍ୟ ପିଲାଙ୍କୁ ଭୂତାଣୁ ବାଣ୍ଟୁଛନ୍ତି। ପୂର୍ବ ଷ୍ଟ୍ରେନ୍‌ ବେଳେ ସ୍ବଳ୍ପ ସଂଖ୍ୟକ ପିଲା ଆକ୍ରାନ୍ତ ହୋଇଥିଲେ। ତେଣୁ ଏଥର ମଧ୍ୟ ପିଲାମାନେ ସୁରକ୍ଷିତ ରହିବେ ବୋଲି ଅଧିକାଂଶ ଧାରଣା ରଖୁଛନ୍ତି। ଆଲବର୍ଟ ସାବିନ୍‌ ଚିଲଡ୍ରେନ୍ସ ହସ୍ପିଟାଲର ଆଇସିୟୁ ଡାକ୍ତର ସିନାରା କାର୍‌ନେଇରୋ କହିଛନ୍ତି, ପିଲାମାନେ ଅସୁସ୍ଥ ହେଲେ ସେମାନଙ୍କ ପାଖରେ ମାତାପିତା ରହିଥାନ୍ତି। ସେମାନଙ୍କ ପ୍ରତିଟି କଥା ସେମାନେ ଜାଣିଥାନ୍ତି। ଏହା ସେମାନଙ୍କୁ ମାନସିକ ଦୃଷ୍ଟିରୁ ଶକ୍ତି ଯୋଗାଇଥାଏ। କିନ୍ତୁ କରୋନା କାଳରେ ଆକ୍ରାନ୍ତ ପିଲାଙ୍କୁ ସେମାନଙ୍କ ମାତାପିତାଙ୍କଠାରୁ ଦୂରରେ ରଖାଯାଉଛି। ଏମିତି କି ଗୁରୁତର ହୋଇ ଆଖି ବୁଜିଲା ପୂର୍ବରୁ ସେମାନେ ମାତାପିତାଙ୍କୁ ଦେଖିପାରୁ ନାହାନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ। ଭାରତରେ ଦୈନିକ କରୋନା ସଂକ୍ରମଣ ବଢ଼ୁଥିଲାବେଳେ ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ପରିସଂଖ୍ୟାନର ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ବିଶ୍ୱର ବ୍ରାଜିଲ ଏପରି ଏକ ଦେଶ, ଯେଉଁଠାରେ କେବଳ ୧୩୦୦ ପିଲାଙ୍କ ପ୍ରାଣ ଚାଲିଯାଇଛି। ତାଙ୍କ ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୨୦ ଫେବୃୟାରୀରୁ ୨୦୨୧ ମାର୍ଚ୍ଚ ୧୫ ମଧ୍ୟରେ ବ୍ରାଜିଲରେ ୯ବର୍ଷ ତଳକୁ ୮୫୨ ଜଣ ପିଲାଙ୍କର ମୃତ୍ୟୁ ଘଟିଲାଣି। ସେହିପରି ଆମେରିକାରେ ପାଖାପାଖି ୩୦,୩୩,୩୭୦ ଲକ୍ଷ ପିଲା କରୋନା କବଳରେ ପଡ଼ିଥିବା ଆମେରିକାନ୍‌ ଏକାଡେମି ଅଫ ପେଡିଆଟ୍ରିକ୍ସ ଏବଂ ଚିଲ୍‌ଡ୍ରେନ୍ସ ହସ୍ପିଟାଲ ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ଭାରତରେ ହରିୟାଣା ରାଜ୍ୟରେ ଏଯାବତ୍‌ ଅର୍ଥାତ୍‌ ଗୋଟିଏ ମାସ ଭିତରେ ମୋଟ ୪୧,୩୨୪ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ ସେମାନଙ୍କ ଭିତରୁ ୧୦ ବର୍ଷରୁ କମ୍‌ ଥିଲା। ମହାରାଷ୍ଟ୍ରରେ ଦୁଇମାସ ଭିତରେ ପାଖାପାଖି ୧୦ବର୍ଷ ପର୍ଯ୍ୟନ୍ତ ବୟସର ୩୮,୨୬୫ ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ପିଲା କରୋନା ଆକ୍ରାନ୍ତ ହୋଇଛି ବୋଲି ଜଣାପଡ଼ିବା ପରେ ଡାକ୍ତରଙ୍କ ପରାମର୍ଶ ବିନା ସେମାନଙ୍କୁ କୌଣସି ଆଣ୍ଟିଭାଇରାଲ ଔଷଧ, ଷ୍ଟେରଏଡ୍‌, ଆଣ୍ଟିବାୟୋଟିକ୍‌ ଆଦି ଦିଆଯିବା ଅନୁଚିତ। ସେମାନଙ୍କୁ ସବୁବେଳେ ମାସ୍କ ପିନ୍ଧିବାକୁ ଦେବା ଉଚିତ। ବାହାରକୁ ଖେଳିବାକୁ ଛାଡ଼ିବା ଉଚିତ ନୁହେଁ, ଶପିଂ ମଲ୍‌ ଯିବା ଅନୁଚିତ। କରୋନା ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ। କୌଣସି ପରୀକ୍ଷା, ଥେରାପି ଅଥବା ମେଡ଼ିସିନ ଆଦି ଡାକ୍ତରଙ୍କ ପରାମର୍ଶ ବିନା ପ୍ରୟୋଗ ଅନୁଚିତ। ଆକ୍ରାନ୍ତ ପିଲାମାନଙ୍କୁ ଭିଟାମିନ-ଡି ଦିଆଯାଇ ପାରିବ। ଆଜ୍‌ମା ଥିବା ପିଲାମାନେ କରୋନା ଆକ୍ରାନ୍ତ ହେଲେ ଅଧିକ ବିପଦ ସୃଷ୍ଟି ହେବ। ତେଣୁ କରୋନା କାଳରେ ଏମାନଙ୍କୁ ଅଧିକ ସୁରକ୍ଷା କବଚ ଲୋଡ଼ା। ଆଜ୍‌ମା ଥାଇ କରୋନା ଆକ୍ରାନ୍ତ ହେଲେ ଗୁରୁତର ଲକ୍ଷଣ ଦେଖାଦେବା ଆଶଙ୍କା ରହିଛି। ଶ୍ୱାସକ୍ରିୟା ସମସ୍ୟା ବି ଦେଖାଦେଇପାରେ। କିନ୍ତୁ ଆଜ୍‌ମା ଥିବା ପିଲାମାନେ କରୋନା ଦ୍ୱାରା ଅଧିକ ଆକ୍ରାନ୍ତ ବା ଗୁରୁତର ହେବା ନେଇ ସେମିତି ବଡ଼ ସଙ୍କେତ ଦେଖିବାକୁ ମିଳିନାହିଁ। ଆଜ୍‌ମା ଥିବା ପିଲାଠାରେ କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସା ଆରମ୍ଭ କରିଦେବା ଆବଶ୍ୟକ। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ କ’ଣ କରାଯିବ, ତାହା ଡାକ୍ତରଙ୍କୁ ପଚାରି ଟିକିନିକି ବୁଝିନେବା ଜରୁରୀ। ବର୍ତ୍ତମାନ ସ୍ଥିତିରେ ପିଲାମାନେ ସହଜରେ କରୋନା କବଳରେ ପଡ଼ୁଛନ୍ତି। ତେଣୁ ସେମାନଙ୍କୁ ମହାମାରୀଠାରୁ ଦୂରରେ ରଖିପାରିଲେ ସେମାନେ ସୁରକ୍ଷିତ ରହିବେ। ପିଲାମାନେ ଅନ୍ୟ ଲୋକଙ୍କ ସହ ଅଧିକ ସମୟ ଧରି ସଂସ୍ପର୍ଶରେ ଆସିବା ଅନୁଚିତ। ତେଣୁ ଶାରୀରିକ ଦୂରତା ସବୁବେଳେ ପାଳନ ବିଧେୟ। ବାହାର ଲୋକଙ୍କଠାରୁ ସେମାନେ ୬ଫୁଟ ଦୂରତା ରଖିବା ଆବଶ୍ୟକ। ସେହିପରି ପିଲାଟିକୁ ହାତ ସଫା ରଖିବା ଅଭ୍ୟାସ କରାନ୍ତୁ ଏହାସହ ବାଥରୁମ୍‌ ବ୍ୟବହାର ପରେ, ଛିଙ୍କିବା ଓ କାଶିବା ପରେ ଅଥବା ନାକ ପୋଛିବା ପରେ ହାତକୁ ଭଲ ଭାବେ ଧୋଇବା ଆବଶ୍ୟକ। ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଶିକ୍ଷା ଦେବା ସହ ପିଲାମାନଙ୍କୁ ମନସ୍ତାତ୍ତ୍ୱିକ ଭାବରେ ପ୍ରେରଣା ଦିଅନ୍ତୁ। ଦେଖିବେ ଆପଣଙ୍କ ପିଲାଟି କରୋନା ରାକ୍ଷସକୁ ହରାଇ ଦେବାକୁ ସମର୍ଥ ହେବ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri