କରୋନା ବର୍ଜ୍ୟ ବିପଦ

ଡା. ଉମେଶ ଚନ୍ଦ୍ର ପାତ୍ର

ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି ଏବଂ ଭୟାବହ କରୋନା ମହାମାରୀ ଦିନକୁ ଦିନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି କରୁଛି। ବିଶ୍ୱର ସାର୍ବଜନୀନ ପରିବେଶଗତ ସ୍ବାସ୍ଥ୍ୟ ପ୍ରତି ଜୈବଭେଷଜ ବର୍ଜ୍ୟଗୁଡ଼ିକ ବିପଦ ସୃଷ୍ଟି କରିଚାଲିଥିବା କଥା ସମସ୍ତଙ୍କୁ ଜଣା। ଏଥିସହିତ ବିଶେଷକରି ମହାମାରୀ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢ଼ିଚାଲିଥିବା ବେଳେ ଏହାର କରାଳ ଛାପ ପୃଥିବୀର ପରିବେଶକୁ ଆହୁରି ସଙ୍କଟମୟ କରିଦେବ ବୋଲି ଆଶଙ୍କା ଦେଖାଯାଇଛି। ଭାରତର କେନ୍ଦ୍ରୀୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ, କୋଭିଡ୍‌-୧୯ ପୀଡ଼ିତଙ୍କ ରୋଗ ନିରୂପଣ ଓ ଚିକିତ୍ସା ବାବଦରେ ପ୍ରତ୍ୟହ ୧୪୬ ଟନ୍‌ ଜୈବ ଭେଷଜ ବର୍ଜ୍ୟବସ୍ତୁ ଉପତ୍ନ୍ନ ହେଉଛି। ଏପରି ଭାବେ ୨୦୨୦ ଜୁନ୍‌ରୁ ୨୦୨୧ ମେ ୧୦ ଯାଏ ଏଇ ବର୍ଷକ ଭିତରେ ଦେଶରେ ୪୫,୩୦୮ଟନ୍‌ ଜୈବ ଭେଷଜ ବର୍ଜ୍ୟ ସୃଷ୍ଟି ହୋଇଛି।
ଦେଶରେ କୋଭିଡ୍‌ ଆବିର୍ଭାବ ପୂର୍ବରୁ ଦୈନିକ ୬୧୫ ଟନ୍‌ ଜୈବ ଭେଷଜ ବର୍ଜ୍ୟ ବାହାରୁଥିବା ବେଳେ ଏଥିରେ ଯୋଗହୋଇଥିବା ପ୍ରାୟ ୨୪ ପ୍ରତିଶତର ଏହି ଅତିରିକ୍ତ ପରିମାଣ ପରିବେଶକୁ ଆହୁରି ଅଧିକ ପ୍ରଦୂଷିତ କରିପକାଉଥିବା ସ୍ପଷ୍ଟ ହୋଇଛି। ପ୍ରତ୍ୟହ ଉପତ୍ନ୍ନ ହେଉଥିବା ବର୍ଜ୍ୟରେ ସ୍ବାଭାବିକ ଭାବେ ଘଟୁଥିବା ସଦ୍ୟ ଯୋଡ଼ି ହୋଇଥିବା ମାସ୍କ, ପିପିଇ କିଟ୍‌, ସିରିଞ୍ଜ, ଗ୍ଲୋଭ୍‌ସ ପରି ଜୈବ ଭେଷଜ ବର୍ଜ୍ୟଗୁଡ଼ିକ ଆମ ଜୈବ ପ୍ରଣାଳୀରେ ଅଧିକ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ଅପରପକ୍ଷେ, ଏହି ଜୈବଭେଷଜ ବର୍ଜ୍ୟ ବ୍ୟତୀତ ଲୋକେ ଏହି ମହାମାରୀ ବେଳେ ନିଜ ଦୁଆର ମୁହଁରେ ଯୋଗାଣ ସେବା ମାଧ୍ୟମରେ ପାଉଥିବା ସାମଗ୍ରୀଗୁଡ଼ିକର ପ୍ୟାକିଂ ଆଦିରେ ମଧ୍ୟ ଅନେକ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି। ତେଣୁ ସର୍ବତ୍ର ବିକ୍ଷିପ୍ତ ଭାବେ ପଡ଼ିରହିଥିବା ଏହି ବର୍ଜ୍ୟବସ୍ତୁଗୁଡ଼ିକର କିିପରି ସୁପରିଚାଳନା ହେବ ସେ ଦିଗରେ ପ୍ରତ୍ୟେକ ନାଗରିକ ସଚେତନ ହୋଇ ପରିବେଶ ସୁରକ୍ଷା ପାଇଁ ସମୟୋଚିତ ପଦକ୍ଷେପ ନେବା ବଡ଼କଥା।
ଅନେକେ ହୁଏତ ଜାଣି ନ ଥିବେ ଯେ, କରୋନାର ବର୍ଜ୍ୟବସ୍ତୁ ବର୍ତ୍ତମାନ ସହିତ ଆଗାମୀ ଦିନ ପାଇଁ ଏକ ଭୟଙ୍କର ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି କରିବାକୁ ଯାଉଛି। କାରଣ କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ଗ୍ଲୋଭ୍‌ସ କୁହନ୍ତୁ ବା ପିପିଇ କିଟ, ମାସ୍କ ହେଉ ବା ଫେସ ସିଲିକର ଏସବୁ ଠିକ୍‌ ଭାବେ ବର୍ଜ୍ୟ ହେବାପରେ ଯଦି ଏହାର ଚିକିତ୍ସା ବ୍ୟବସ୍ଥା ଅନୁଯାୟୀ ନଷ୍ଟ କରା ନ ଯିବ ତାହାହେଲେ ଏହା ଯେଉଁ ପ୍ରକାର ବିପଦ ଭିତରକୁ ପୃଥିବୀବାସୀଙ୍କୁ ଠେଲି ଦେବ ତାହା କଳ୍ପନାର ବାହାରେ। ଆଜିକା ସମୟରେ ସମଗ୍ର ବିଶ୍ୱରେ କରୋନା ପାଇଁ ପ୍ରତି ମାସରେ ୯୦ଲକ୍ଷ ମାସ୍କ, ୬୭ଲକ୍ଷ ଗ୍ଲୋଭ୍‌ସ ଓ ୧୬ଲକ୍ଷ ଗଗଲସର ଆବଶ୍ୟକତା ପଡ଼ୁଛି। ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ। କାରଣ ଦେଶରେ ଦିନକୁ ୪.୫ଲକ୍ଷ ପିପିଇ କିଟ୍‌ ତିଆରି ହେଉଛି, ତେବେ ଏସବୁର ବ୍ୟବହାର ହେଉଥିବାବେଳେ ଏହାର ନଷ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ବ୍ୟୟସାପେକ୍ଷ ଓ ଏଥିତ୍ପାଇଁ ଏକ ବଡ଼ ସାଧନ ବି ଦରକାର। କୋଭିଡ୍‌ ଡାକ୍ତରଖାନାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଥିଲେ ମଧ୍ୟ ଆଗାମୀ ୨୦୨୨ ସୁଦ୍ଧା ଦେଶରେ ଦୈନିକ ୭୭୫ଟନ୍‌ରୁ ଅଧିକ ମେଡିକାଲ ବର୍ଜ୍ୟ ବାହାରିବାର ସମ୍ଭାବନା ରହିଛି; ଯାହାର ପରିଣାମ ବର୍ତ୍ତମାନ ହେଉଛି ୫୫୦ ଟନ୍‌।
ହସ୍ପିଟାଲ କିମ୍ବା କୋଭିଡ୍‌ ୱାର୍ଡରୁ ବାହାରୁଥିବା ମେଡିକାଲ ବର୍ଜ୍ୟକୁ ଏବେ ସଂଗ୍ରହ କରାଯାଉଛି ଓ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ନଷ୍ଟ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଗାଇଡ୍‌ଲାଇନ ଅନୁଯାୟୀ ମେଡିକାଲ ପେସେଣ୍ଟ ଓ ହସ୍ପିଟାଲ ଷ୍ଟାଫ୍‌ ବ୍ୟବହାର କରୁଥିବା ମାସ୍କ ଏବଂ ଅନ୍ୟ ମେଡିକାଲ କିଟ୍‌ଗୁଡ଼ିକୁ ଠିକ୍‌ ଭାବେ ବିଶୋଧନ କରାଯିବା ସହ ଉଚ୍ଚତାପମାତ୍ରାରେ ନଷ୍ଟ କରି ଦିଆଯିବ। କିନ୍ତୁ ସାଧାରଣ ଲୋକମାନଙ୍କ ପାଇଁ ସେପରି କିଛି ସୂଚନା ବା ଗାଇଡ୍‌ଲାଇନ ନିଧାର୍ଯ୍ୟ ହୋଇନାହିଁ। ଚିନ୍ତା ହେଉଛି ଏହା ବ୍ୟବହୃତ ପରେ ଏହାର ନଷ୍ଟ କରିବାର ପ୍ରକ୍ରିୟା। କରୋନା ଚିକିତ୍ସା କ୍ଷେତ୍ରରେ ପ୍ରତ୍ୟହ ବ୍ୟବହୃତ ହେଉଥିବା ପିପିଇ କିଟ୍‌, ଗ୍ଲୋଭ୍‌ସ ଓ ମାସ୍କ ଏସବୁକୁ ବ୍ୟବହାର ପରେ ବାହାରେ ଫିଙ୍ଗି ଦିଆଗଲେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ବଢ଼ିଯାଏ। ସାଧାରଣରେ ବୁଲୁଥିବା ପଶୁପକ୍ଷୀମାନେ ଏହାକୁ ଖାଇଲେ ସେମାନଙ୍କ ପାଇଁ ଗୁରୁତର ରୋଗ ସୃଷ୍ଟି କରିବା ସହ ଏହା ମଧ୍ୟ ସେମାନଙ୍କର ମୃତ୍ୟୁର କାରଣ ହେବ। ଏନ୍‌-୯୫ ମାସ୍କ ପଲିପ୍ରୋପିଲିନ ପ୍ଲାଷ୍ଟିକରେ ତିଆରି କରାଯାଏ। ଫେସ ସିଲ୍କ ଓ ଗଗଲସ ଫେସ ସିଲ୍କ ପିଇଟି ପ୍ଲାଷ୍ଟିକ ଓ ଗଗଲ୍ସ ପଲିକାବୋନେଟ ପ୍ଲାଷ୍ଟିକରେ ତିଆରି ହୋଇଥାଏ। ଗ୍ଲୋଭ୍‌ସ ଏହା ଲ୍ୟାଟେକ୍ସ କିମ୍ବା ନାଇଟ୍ରେଇଲ ରବରରେ ତିଆରି ହୋଇଥାଏ। ଗାଉନ୍‌ ଓ ପିପିଇ କିଟ୍‌ ଏହା ମଧ୍ୟ ପିଇଟି ପ୍ଲାଷ୍ଟିକରେ ତିଆରି କରାଯାଏ। କରୋନା ମହାମାରୀ ଏବେ ବିଶ୍ୱ ପାଇଁ ଯେପରି ଆତଙ୍କ ସୃଷ୍ଟି କରିଛି ଏହା କବଳରୁ ମୁକୁଳିବା ଏବେ ସମସ୍ତଙ୍କ ପାଇଁ ପ୍ରାଥମିକତା ପାଲଟିଛି। ତେବେ ଏହାର ଅର୍ଥ ନୁହେଁ ଆମେ ବର୍ତ୍ତମାନର କଥା ଚିନ୍ତା କରି ଭବିଷ୍ୟତ କଥା ଭୁଲିଯିବା; ଯଦ୍ଦ୍ବାରା ଆଗାମୀ ଦିନରେ କରୋନାଠାରୁ ଆହୁରି ଏକ ଭୟଙ୍କର ଭାଇରସ୍‌ ସୃଷ୍ଟି ହୋଇ ଆମ ପ୍ରଗତିର ବାଟ ଓଗାଳିବ।
କରୋନାରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ସୁରକ୍ଷା ଉପକରଣଗୁଡ଼ିକୁ କିପରି ଠିକ୍‌ ଭାବରେ ନଷ୍ଟ କରାଯାଇପାରିବ ଏହା ଉପରେ ଆମେ ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ। ବିଭିନ୍ନ ଦେଶରେ ବହୁ ସ୍ବାସ୍ଥ୍ୟ ସଙ୍ଗଠନ ଓ ଘରୋଇ ବର୍ଜ୍ୟ ପରିଚାଳନା କମ୍ପାନୀ ଏ ଦିଗରେ ତପତ୍ରତା ପ୍ରକାଶ କରିଥିବା ବେଳେ ସରକାର ମଧ୍ୟ ଏହାର ସମାଧାନ ବାହାର କରିବା ଦିଗରେ ତପତ୍ରତା ପ୍ରକାଶ କରିବା ଉଚିତ। ଏହା ସହ ସାଧାରଣ ଜନତା ମଧ୍ୟ କରୋନା ବର୍ଜ୍ୟ ନଷ୍ଟ କରିବା ସମୟରେ ସରକାରଙ୍କ ଗାଇଡ୍‌ଲାଇନ ଅନୁସରଣ କରିବା ଉଚିତ। ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମଧ୍ୟ ସମସ୍ତ ସୁସ୍ଥ ବ୍ୟକ୍ତିଙ୍କୁ କପଡ଼ାରେ ତିଆରି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ତେବେ କପଡ଼ାରେ ତିଆରି ଏହି ମାସ୍କ ତିନି ପରସ୍ତ ହେବା ଉଚିତ। କପଡ଼ାରେ ତିଆରି ମାସ୍କକୁ ଆପଣ ଭଲ ଭାବେ ସଫା କରି ପୁନର୍ବାର ମଧ୍ୟ ବ୍ୟବହାର କରିପାରିବେ। ଆଜିର କରୋନା ପ୍ରକୋପ ସମୟରେ ବିଶ୍ୱ ପାଇଁ କରୋନାର ବର୍ଜ୍ୟ ବିପଦ ଅହେତୁକ ଭୟ ସୃଷ୍ଟି କରିବାକୁ ଯାଉଛି।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri