ହାର୍ଟ ବିଟ୍‌କୁ ପ୍ରଭାବିତ କରୁଛି କରୋନା ଭୂତାଣୁ…

ନୂଆଦିଲ୍ଲୀ, ୯।୫: କରୋନା ଭୂତାଣୁ ଯୋଗୁ ଗଳାରେ ସଂକ୍ରମଣ ପରେ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥାଏ। ତେବେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କେତେକଙ୍କଠାରେ ହାର୍ଟ ସମସ୍ୟା ଦେଖାଦେଉଛି। କେତେକ ଲୋକଙ୍କ ମଧ୍ୟ ଏହାଯୋଗୁ ମୃତ୍ୟୁ ଘଟି ସାରିଛି। ଏସମ୍ପର୍କରେ ହୃଦ୍‌ରୋଗ ବିଶେଷଜ୍ଞ ଡ. ନୀରଜ୍‌ କୁମାର କୁହନ୍ତି ଯେ, କରୋନା ସଂକ୍ରମଣ ଯୋଗୁ ଶରୀରର ରକ୍ତବାହୀ ନଳୀରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରିଥାଏ। ଫଳରେ ହାର୍ଟରେ ଆବଶ୍ୟକ ଅନୁସାରେ ରକ୍ତ ପହଞ୍ଚିପାରେ ନାହିଁ। ଏହାଯୋଗୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ରକ୍ତ ଯୋଗାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ରକ୍ତ ଯୋଗାଣ କମ୍‌ ହେବା ଯୋଗୁ ହାର୍ଟର ପମ୍ପିଂ କ୍ଷମତା ୩୦ରୁ ୪୦ ପ୍ରତିଶତ କମି ଯାଇଥାଏ ବୋଲି ସେ କହିଛନ୍ତି। ଫଳରେ ହାର୍ଟ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଏହାଯୋଗୁ ପରବର୍ତ୍ତୀ ସମୟରେ ହାର୍ଟ ଆଟାକ୍‌ ହୋଇଥାଏ। ସେହିପରି ହୃଦ୍‌ରୋଗ ବିଶେଷଜ୍ଞ ଡ.ଅନୀଲ ବର୍ମା କହିଛନ୍ତି ଯେ, ସାଧାରଣ ହାର୍ଟ ବିଟ୍‌ ମିନିଟ୍‌ ପିଛା ୬୦ରୁ ୯୦ ମଧ୍ୟରେ ରହିଥାଏ। ମାତ୍ର କରୋନା ଭୂତାଣୁ ସଂକ୍ରମଣ ଯୋଗୁ ରକ୍ତ ଜମାଟ ବାନ୍ଧିବା ଯୋଗୁ ରକ୍ତବାହୀ ନଳୀର କ୍ଷମତା କମି ଯାଇଥାଏ। ଫଳରେ ହାର୍ଟ ବିଟ୍‌ ୧୧୦ରୁ ଅଧିକ ହେବାରେ ଲାଗେ। ଏହାଯୋଗୁ ଧଇଁସଇଁ ଅବସ୍ଥା ସୃଷ୍ଟି ହୋଇଥାଏ। ହସ୍ପିଟାଲକୁ ଆସୁଥିବା କେତେକ କରୋନା ଆକ୍ରାନ୍ତଙ୍କ ହାର୍ଟ ବିଟ୍‌ ମିନିଟ୍‌ ପିଛା ୧୩୦ରୁ ୧୪୦ ମଧ୍ୟରେ ରହୁଛି। ଏହାଯୋଗୁ ସେମାନଙ୍କ ଅବସ୍ଥା ସଙ୍କଟ ଜନକ ହୋଇ ପଡୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri