Posted inଫୁରସତ

ବାୟୁରେ କରୋନା ଭୂତାଣୁ: ଏସି ବନ୍ଦ କରନ୍ତୁ , ନଚେତ ଏହି ଉପାୟ ଆପଣାଇବାକୁ କହିଲେ ବିଶେଷଜ୍ଞ

କରୋନା ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁ ନଥିବା କୁହାଯାଉଥିଲା। ହେଲେ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) କରୋନା ଭାଇରସ୍‌ ବାୟୁରେ ରହୁଥିବା ସ୍ବିକାର କରିଛି। ଏହା ଜଣାପଡ଼ିବା ପରେ କିଛି ବିଶେଷଜ୍ଞ ଲୋକମାନଙ୍କୁ ଘରର ଏସି ବନ୍ଦ କରିବାକୁ କହିଛନ୍ତି। ଯଦି କେଉଁ ସ୍ଥାନରେ କରୋନା ସଂକ୍ରମିତ ଥିବା ସନ୍ଦେହ ଉପୁଜେ, ସେଠାରେ ଥିବା ଏସିକୁ ବନ୍ଦ କରିଦେବାକୁ କୁହାଯାଇଛି। କାରଣ ଏହା ନ କଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି।

ବ୍ରିଟିଶ ଟେଲିଗ୍ରାଫରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଏସି ଦୁଇ ପ୍ରକାରର ଥାଏ। ଗୋଟିଏ ଯିଏ ବାହାରର ବାୟୁ ଟାଣିଥାଏ ଏବଂ ଅନ୍ୟଟି ପବନକୁ ଚାରିଆଡକୁ ପହଞ୍ଚାଇଥାଏ। ଏଣୁ ବିଶେଷଜ୍ଞମାନେ କହିଛନ୍ତି ସଂକ୍ରମଣ ଆଶଙ୍କା ହେଲେ ଦ୍ୱିତୀୟ ପ୍ରକାର ଏସିକୁ ବନ୍ଦ କରିଦିଅନ୍ତୁ। ଝରକା ଖୋଲି ଦିଅନ୍ତୁ।

ଲଣ୍ଡନର ଚାର୍ଟାର୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଲ୍ଡିଂ ସର୍ଭିସ ଇଞ୍ଜିନିୟର୍ସ କହିଛନ୍ତି, ଯେଉଁ ଏସି ବାହାରର ପବନ ଟାଣିଥାଏ ତାହା କୋଠରୀରେ ଭାଇରସ୍‌ ବିସ୍ତାର କରିପାରେ। ଏଣୁ ରେଷ୍ଟୁରାଣ୍ଟ ଆଦିରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିପାରେ।
ଏହି ବିପଦକୁ କମ୍‌ କରିବା ଲାଗି ଏସି ଅନ୍‌ ଥିବା ସମୟରେ ଝରକା ଖୋଲିଦେବା ଏକ ଭଲ ବିକଳ୍ପ। ନଚେତ ଥଣ୍ଡା ପବନରେ ବସିବା ଅଭ୍ୟାସ ବଦଳାଇ ଏସି ବନ୍ଦ କରନ୍ତୁ।

ତେବେ କରୋନା ଭୂତାଣୁ ଅଳ୍ପ ସମୟ ପାଇଁ ବାୟୁରେ ରହିବ। ଏହା ଅଳ୍ପ ଦୂର ଯାଏ ଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। ପୂର୍ବରୁ ୨୦୦ରୁ ଅଧିକ ବିଶେଷଜ୍ଞ ଡବ୍ଲୁଏଚ୍‌ଓକୁ ଚିଠି ଲେଖି ବାୟୁରେ କରୋନାର ଉପସ୍ଥିତି ଯୋଗୁ ସଂଗଠନ ଏହାର ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରନ୍ତୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri