Posted inଫୁରସତ

ବାୟୁରେ କରୋନା ଭୂତାଣୁ: ଏସି ବନ୍ଦ କରନ୍ତୁ , ନଚେତ ଏହି ଉପାୟ ଆପଣାଇବାକୁ କହିଲେ ବିଶେଷଜ୍ଞ

କରୋନା ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁ ନଥିବା କୁହାଯାଉଥିଲା। ହେଲେ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) କରୋନା ଭାଇରସ୍‌ ବାୟୁରେ ରହୁଥିବା ସ୍ବିକାର କରିଛି। ଏହା ଜଣାପଡ଼ିବା ପରେ କିଛି ବିଶେଷଜ୍ଞ ଲୋକମାନଙ୍କୁ ଘରର ଏସି ବନ୍ଦ କରିବାକୁ କହିଛନ୍ତି। ଯଦି କେଉଁ ସ୍ଥାନରେ କରୋନା ସଂକ୍ରମିତ ଥିବା ସନ୍ଦେହ ଉପୁଜେ, ସେଠାରେ ଥିବା ଏସିକୁ ବନ୍ଦ କରିଦେବାକୁ କୁହାଯାଇଛି। କାରଣ ଏହା ନ କଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି।

ବ୍ରିଟିଶ ଟେଲିଗ୍ରାଫରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଏସି ଦୁଇ ପ୍ରକାରର ଥାଏ। ଗୋଟିଏ ଯିଏ ବାହାରର ବାୟୁ ଟାଣିଥାଏ ଏବଂ ଅନ୍ୟଟି ପବନକୁ ଚାରିଆଡକୁ ପହଞ୍ଚାଇଥାଏ। ଏଣୁ ବିଶେଷଜ୍ଞମାନେ କହିଛନ୍ତି ସଂକ୍ରମଣ ଆଶଙ୍କା ହେଲେ ଦ୍ୱିତୀୟ ପ୍ରକାର ଏସିକୁ ବନ୍ଦ କରିଦିଅନ୍ତୁ। ଝରକା ଖୋଲି ଦିଅନ୍ତୁ।

ଲଣ୍ଡନର ଚାର୍ଟାର୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଲ୍ଡିଂ ସର୍ଭିସ ଇଞ୍ଜିନିୟର୍ସ କହିଛନ୍ତି, ଯେଉଁ ଏସି ବାହାରର ପବନ ଟାଣିଥାଏ ତାହା କୋଠରୀରେ ଭାଇରସ୍‌ ବିସ୍ତାର କରିପାରେ। ଏଣୁ ରେଷ୍ଟୁରାଣ୍ଟ ଆଦିରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିପାରେ।
ଏହି ବିପଦକୁ କମ୍‌ କରିବା ଲାଗି ଏସି ଅନ୍‌ ଥିବା ସମୟରେ ଝରକା ଖୋଲିଦେବା ଏକ ଭଲ ବିକଳ୍ପ। ନଚେତ ଥଣ୍ଡା ପବନରେ ବସିବା ଅଭ୍ୟାସ ବଦଳାଇ ଏସି ବନ୍ଦ କରନ୍ତୁ।

ତେବେ କରୋନା ଭୂତାଣୁ ଅଳ୍ପ ସମୟ ପାଇଁ ବାୟୁରେ ରହିବ। ଏହା ଅଳ୍ପ ଦୂର ଯାଏ ଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। ପୂର୍ବରୁ ୨୦୦ରୁ ଅଧିକ ବିଶେଷଜ୍ଞ ଡବ୍ଲୁଏଚ୍‌ଓକୁ ଚିଠି ଲେଖି ବାୟୁରେ କରୋନାର ଉପସ୍ଥିତି ଯୋଗୁ ସଂଗଠନ ଏହାର ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରନ୍ତୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?