କରୋନା ଟୀକା ଏହି ମାସରେ ପହଞ୍ଚିବ ଲୋକଙ୍କ ପାଖରେ

ମସ୍କୋ, ୨।୮: ପୃଥିବୀରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ଦେଶର ବୈଜ୍ଞାନିକ କରୋନା ପ୍ରତିଷେଧକ ଟୀକାର ଟ୍ରାଏଲ୍‌ ଜାରି ରଖିଛନ୍ତି। ତେବେ ରୁଷିଆ ଟୀକା ଟ୍ରାଏଲ୍‌ କ୍ଷେତ୍ରରେ ଆଗୁଆ ରହିଛି। ଏଠାରେ ଅଗଷ୍ଟ ୧୦ ସୁଦ୍ଧା କରୋନା ପ୍ରତିଷେଧକ ଟୀକାକୁ ଦେଶରେ ଲୋକଙ୍କ ଉପରେ ପ୍ରୟୋଗ କରିବା ଲାଗି ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଗେମଲିଆ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକାକୁ ମଞ୍ଜୁରୀ ମିଳିବା ପରେ ପ୍ରଥମେ ଡାକ୍ତର ଏବଂ ଶିକ୍ଷକଙ୍କୁ ଦିଆଯିବ। ଏହାପରେ ଅକ୍ଟୋବର ସୁଦ୍ଧା ଟୀକା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ରୁଷ୍‌ ସ୍ବାସ୍ଥ୍ୟ ମନ୍ତ୍ରୀ ମିଖାଇଲ୍‌ ସୁରାଶକୋ ସୂଚନା ଦେଇଛନ୍ତି। ପ୍ରଥମେ କରୋନା ଲଢ଼େଇରେ ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବା ପରେ ପର୍ଯ୍ୟାୟକ୍ରମେ ଏହା ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ଦିଆଯିବାର ଯୋଜନା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆଇସୋଲେଶନ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଛି କୋଭିଡ୍‌ କଟକଣା ‘ହୋମ୍‌ ଆଇସୋଲେଶନ’ ପ୍ରକ୍ରିୟା। ୧୧ ରାଜ୍ୟ ଏବଂ ଚଣ୍ଡିଗଡ଼ରୁ ଫେରୁଥିବା ପ୍ରବାସୀଙ୍କ ଲାଗି ଏହି କଟକଣା...

ପୁଣି ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ଅବସ୍ଥା ସଙ୍କଟ ଜନକ ରହିଛି। ସଂକ୍ରମଣକୁ ରୋକିବା ଲାଗି ଦିଲ୍ଲୀ...

ଲୋକେ ମାସ୍କ୍‌ ନ ପିନ୍ଧିଲେ ପୋଲିସ ପାଇବେ ଦଣ୍ଡ…

ଲକ୍ଷ୍ନୌ,୧୪।୪: କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା...

ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା

ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କରୋନାରେ ଖବରଦାତାଙ୍କ ମୃତ୍ୟୁ ଘଟିଲେ ମିଳିବ ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ଯୋଗୁ ସାରା ବିଶ୍ୱରେ ଏକ ବିରାଟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା...

ଓଡ଼ିଶାକୁ ଫେରିପାରିବେ ପ୍ରବାସୀ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ଓଡ଼ିଶାକୁ ଫେରି ପାରିବେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ହାଇକୋର୍ଟ...

ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା

ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ...

ଗୋପ ପରିବା ବଜାର ମେଳଣ ପଡ଼ିଆକୁ ସ୍ଥାନାନ୍ତର

ଗୋପ,୩୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ ଏବେ କରୋନାକୁ ନେଇ ଆତଙ୍କ ଲାଗି ରହିଛି। ଏ ନେଇ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବା ସହ ସାମାଜିକ ଦୂରତା...

Advertisement


Archives

Model This Week

Why Dharitri