୨୦୨୨ ସୁଦ୍ଧା ପୃଥିବୀର ସମସ୍ତଙ୍କୁ ଦିଆଯିବ କରୋନା ଟିକା: ୨୦୦୦ ହଜାର କାର୍ଗୋ ବିମାନରେ ହେବ ପରିବହନ

ଓ୍ବାଶିଂଟନ,୧।୧୨: ପୃଥିବୀର ସମସ୍ତ ଲୋକଙ୍କୁ ୨୦୨୨ ସୁଦ୍ଧା କରୋନା ଟିକା ଦିଆଯିବ।  ୭ ଶହ କୋଟି ଲୋକଙ୍କ ପାଖରେ ୧୪ ଶହ କୋଟି ଟିକା ପହଞ୍ଚାଇବା ପାଇଁ ବିଭିନ୍ନ ବିମାନ କମ୍ପାନୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଟିକା ପରିବହନ କାର୍ଯ୍ୟରେ ୨୦୦୦ରୁ ଅଧିକ କାର୍ଗୋ ବିମାନ ଲଗାଯିବ। ୧୧୦ ଟନ୍‌ କ୍ଷମତା ବିଶିଷ୍ଟ ଜୁମ୍ବୋ ବିମାନକୁ ଏଥିପାଇଁ ୮ ହଜାର ଥର ଉଡ଼ାଣ କରିବାକୁ ପଡ଼ିବ ବୋଲି କୁହାଯାଉଛି। ବିମାନ ସହିତ ବସ୍‌, କାର୍‌, ଟ୍ରକ୍‌, ମୋଟର ସାଇକେଲ ସହିତ ଟିକା ପରିବହନ ପାଇଁ ସାଇକେଲର ମଧ୍ୟ ଆବଶ୍ୟକତା ପଡ଼ିବ ବୋଲି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ ପକ୍ଷରୁ ଏ ସମ୍ପର୍କରେ ଏକ ରିପୋର୍ଟ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରାଯାଇଛି। ଟିକାକୁ ଡିପ୍‌ ଫ୍ରିଜ୍‌ରେ କିପରି ରଖାଯିବ ତାହା ଏକ ସମସ୍ୟା ଭାବେ ଉଭା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପୃଥିବୀର ୯୨ଟି ଗରିବ ଦେଶରେ ଟିକା ପହଞ୍ଚାଇବା ପାଇଁ ୪୦ ବିତରଣକାରୀ ସଂସ୍ଥା ସହିତ ୟୁନିସେଫ୍‌ ପକ୍ଷରୁ ଯୋଗାଯୋଗ କରାଯାଇଛି। ଟିକା ପ୍ରସ୍ତୁତି କାର୍ଯ୍ୟ ପରେ ଏବେ ଏହାର ସୁରକ୍ଷିତ ପରିବହନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟି ଥିବା ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ କହିିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମୁଦ୍ରାସ୍ଫୀତି ମଧ୍ୟରେ PNG ଏବଂ LPG ଗ୍ରାହକଙ୍କୁ ଆଶ୍ୱସ୍ତି, ଉପକୃତ ହେବେ ଛାତ୍ରଙ୍କଠୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାର ପାଇପ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ କରିଥିବା LPG ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର LPG ଯୋଗାଣ…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri