କରୋନା ଟିକା

କରୋନା ଭୂତାଣୁ ସହିତ ଲୁଚକାଳି ଖେଳ ଦୀର୍ଘ ଦେଢ ବର୍ଷ ହୋଇଗଲାଣି। କରୋନା ତାଣ୍ଡବରେ ସମଗ୍ର ବିଶ୍ୱ ଭୀତତ୍ରସ୍ତ। ଶେଷ ଭରସା କରୋନା ଟିକାକୁ ସମସ୍ତଙ୍କ ଅପେକ୍ଷା ଥିଲା। କରୋନା ମୁକାବିଲା କରିବା ପାଇଁ କିଛି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ କେତେକ ଦେଶ ଜରୁରିକାଳୀନ ଅନୁମତି ପ୍ରଦାନ କରିଛନ୍ତିି। ଆମେରିକା ଭଳି ଦେଶ ତାଙ୍କ ଦେଶର ସମସ୍ତ ପ୍ରାପ୍ତବୟସ୍କ ନାଗରିକଙ୍କୁ ଟିକା ଦେଇ ସାରିଲେଣି। ଭାରତରେ ମଧ୍ୟ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଣେ କରୋନାର ଦ୍ୱିତୀୟ ଲହର ମଧ୍ୟ ଚାଲୁଛି। ୨ୟ ଡୋଜ୍‌ ଟିକା ନେଇ ମଧ୍ୟ ଲୋକଙ୍କୁ କରୋନା ହେଉଛି।
ଏକ ଭୂତାଣୁଜନିତ ରୋଗ। ଭୂତାଣୁ ଏକ ସ୍ବତନ୍ତ୍ର ପ୍ରକାରର ଅଣୁଜୀବ। ଏହା ଜୀବନ୍ତ ଓ ନିର୍ଜୀବ ବସ୍ତୁର ସୀମାରେଖା ଭାବେ ବିବେଚନା କରାଯାଏ। ଭୂତାଣୁମାନେ ଯେତେବେଳେ କୌଣସି ଜୀବନ୍ତ କୋଷ ବାହାରେ ଥାଆନ୍ତି, ସେମାନେ ନିର୍ଜୀବ ବସ୍ତୁର ଗୁଣ ଦେଖନ୍ତିି। କିନ୍ତୁ ଜୀବନ୍ତ କୋଷ ମଧ୍ୟକୁ ପ୍ରବେଶ କଲାମାତ୍ରେ ସେମାନେ ଜୀବନ୍ତ ପଦାର୍ଥ ଭଳି ବ୍ୟବହାର କରନ୍ତି। ପ୍ରତ୍ୟେକ ଜୀବନ୍ତ ପଦାର୍ଥର ଏକ ବିଶେଷ ଧର୍ମ ହେଲା, ପ୍ରଜନନ କରି ନିଜ ବଂଶ ବୃଦ୍ଧି କରିବା। ଜୀବନ୍ତ କୋଷ ମଧ୍ୟରେ ଭୂତାଣୁମାନେ ନିଜର ପରିରୂପ ସୃଷ୍ଟି କରି ବଂଶ ବୃଦ୍ଧି କରନ୍ତି। ବଂଶ ବୃଦ୍ଧି କରିବା ଦ୍ୱାରା ସେମାନେ ପୋଷକ କୋଷକୁ କ୍ଷତି ପହଁଚାନ୍ତି ଓ ଅନେକ ସମୟରେ ସେ ପ୍ରାଣୀର ମୃତ୍ୟୁ ଘଟେ। ମନୁଷ୍ୟ ଶରୀରରେ ମଧ୍ୟ କିଛି ରାସାୟନିକ ପଦାର୍ଥ ଅଛି, ଯେଉଁମାନେ ଏହିଭଳି ବାହାରୁ ଆକ୍ରମଣ କରୁଥିବା ଅଣୁଜୀବ ମାନଙ୍କୁ ଚିହ୍ନି ପାରନ୍ତି ଏବଂ ସେମାନଙ୍କୁ ମାରି ଦିଅନ୍ତି। ଏମାନଙ୍କୁ ଆମର ‘ରୋଗ ପ୍ରତିଷେଧକ ଶକ୍ତି’ ବୋଲି କୁହାଯାଏ। ମୋଟାମୋଟି ଭାବେ କହିବାକୁ ଗଲେ, ମଣିଷ ଶରୀରକୁ ଆକ୍ରମଣ କରୁଥିବା ଅଣୁଜୀବ ଓ ମନୁଷ୍ୟ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି ମଧ୍ୟରେ ସଂଘର୍ଷ ହୁଏ। ଯାହାର ରୋଗ ପ୍ରତିଷେଧକ ଶକ୍ତି ଅଧିକ, ସେଠି ଭୂତାଣୁମାନେ ପରାସ୍ତ ହୁଅନ୍ତି କିନ୍ତୁ ଯାହାର ରୋଗ ପ୍ରତିଷେଧକ ଶକ୍ତି କମ୍‌, ସେଠାରେ ଭୂତାଣୁମାନଙ୍କର ବିଜୟ ହୁଏ। ପ୍ରତ୍ୟେକ ଅଣୁଜୀବରେ ଏକ ରାସାୟନିକ ଅଣୁ ଥାଏ, ଯାହାକୁ ‘ପ୍ରତିଜନକ’ ବୋଲି କୁହାଯାଏ। ଯେତେବେଳେ କୌଣସି ଭୂତାଣୁ ଆମ ଶରୀରରେ ପ୍ରବେଶ କରେ, ଏହି ପ୍ରତିଜନକକୁ ଆମର ରୋଗ ପ୍ରତିଷେଧକ ତନ୍ତ୍ର, ଏକ ବାହ୍ୟ ଆକ୍ରମଣକାରୀ ବୋଲି ଚିହ୍ନିଦିଏ ଏବଂ ସଂଗେ ସଂଗେ ପ୍ରତିକାରାତ୍ମକ ପଦକ୍ଷେପ ନେବାକୁ ଆରମ୍ଭ କରେ। ଆମ ଶରୀରରେ ଥିବା ରୋଗ ପ୍ରତିଷେଧକ ତନ୍ତ୍ର ଏକ ରାସାୟନିକ ଅଣୁ ସୃଷ୍ଟି କରେ, ଯାହାକୁ ପ୍ରତିପିଣ୍ଡ (ଆଣ୍ଟିବଡି) ବୋଲି କୁହାଯାଏ। ଏହି ପ୍ରତିପିଣ୍ଡ ଏକପ୍ରକାର ଓ୍ବାଇ (Y) ଆକାରର ପୁଷ୍ଟିସାର (ପ୍ରୋଟିନ୍‌) ଅଣୁ ଅଟେ, ଯାହା ବାହ୍ୟ ଅଣୁଜୀବମାନଙ୍କୁ ନଷ୍ଟ କରି ଦେଇ ଆମକୁ ତାଙ୍କ କବଳରୁ ରକ୍ଷା କରେ। ଏହିପରି ଭାବରେ ଆମ ଶରୀର ପ୍ରାକୃତିକ ଉପାୟରେ ବାହ୍ୟ ଭୂତାଣୁ ଆକ୍ରମଣରୁ ରକ୍ଷା କରେ। ଟିକା ଆମ ଶରୀରରେ ଭୂତାଣୁର ଭ୍ରମ ସୃଷ୍ଟି କରି କୃତ୍ରିମ ଉପାୟରେ ପ୍ରତିଜନକ ସୃଷ୍ଟି କରେ। ଟିକାରେ ନିଷ୍କ୍ରିୟ ଭୂତାଣୁ ବା ତା’ର ଆଣ୍ଟିଜେନ୍‌ ଥାଏ। ଟିକା ନେଲା ପରେ ଆମ ଶରୀରରେ ଥିବା ରୋଗ ପ୍ରତିଷେଧକ ତନ୍ତ୍ର ବାହ୍ୟ ଭୂତାଣୁ ଆକ୍ରମଣ ହେଲା ଭାବି ପ୍ରତିକାରାତ୍ମକ ପଦକ୍ଷେପ ନିଏ ଓ ଆଣ୍ଟିବଡି ସୃଷ୍ଟି କରେ।
ଯେତେବେଳେ ପ୍ରକୃତ ଭୂତାଣୁ ଆମ ଶରୀରକୁ ପ୍ରବେଶ କରନ୍ତି, ଆଗରୁ ସୃଷ୍ଟି ହୋଇଥିବା ଆଣ୍ଟିବଡି ସେମାନଙ୍କୁ ସାଙ୍ଗେ ସାଙ୍ଗେ ମାରିଦିଏ ଏବଂ ଆମକୁ ରୋଗରୁ ରକ୍ଷା କରେ।
ଚାରି ପ୍ରକାର ପଦ୍ଧତିରେ ଟିକା ତିଆରି କରାଯାଇପାରେ। ପ୍ରଥମ ପଦ୍ଧତିରେ ସମ୍ପୂର୍ଣ୍ଣ ଅଣୁଜୀବ ବା ଭୂତାଣୁକୁ ବ୍ୟବହାର କରାଯାଏ। ଦ୍ୱିତୀୟ ପଦ୍ଧତିରେ ଭୂତାଣୁର କିଛି ଅଂଶକୁ ବ୍ୟବହାର କରାଯାଏ, ଯେ କି ରୋଗ ପ୍ରତିଷେଧକ ତନ୍ତ୍ରକୁ ପ୍ରତିକ୍ରିୟାଶୀଳ କରି ଆଣ୍ଟିବଡି ପ୍ରସ୍ତୁତ କରିପାରେ। ତୃତୀୟ ପଦ୍ଧତିରେ ଭୂତାଣୁର ଅନୁବଂଶିକ ପଦାର୍ଥକୁ ବ୍ୟବହାର କରାଯାଏ ଏବଂ ଚତୁର୍ଥ ପଦ୍ଧତିରେ ଅନ୍ୟ ଏକ ସୁରକ୍ଷା ଭୂତାଣୁ ବ୍ୟବହାର କରାଯାଏ। ସମ୍ପୂର୍ଣ୍ଣ ଅଣୁଜୀବ ପଦ୍ଧତି ଟିକା ପ୍ରସ୍ତୁତିର ସବୁଠାରୁ ପୁରାତନ ପଦ୍ଧତି। ଏହି ପଦ୍ଧତି ମଧ୍ୟ ଦୁଇ ପ୍ରକାରର। ପ୍ରଥମ ପ୍ରକାର ପଦ୍ଧତିରେ ଜୀବନ୍ତ କିନ୍ତୁ ଦୁର୍ବଳ ଭୂତାଣୁକୁ ବ୍ୟବହାର କରି ଟିକା ପ୍ରସ୍ତୁତ କରାଯାଏ। ଦୁର୍ବଳ ରୋଗ ପ୍ରତିଷେଧକ ଶକ୍ତି ଥିବା ବ୍ୟକ୍ତିମାନଙ୍କ ଶରୀରରେ ଏହା ରୋଗ ସୃଷ୍ଟି କରିବାର ଆଶଙ୍କା ଥିବାରୁ କରୋନା ପାଇଁ ଏ ପର୍ଯ୍ୟନ୍ତ ଏ ପ୍ରକାରର ଟିକା ଉପଲବ୍ଧ ହୋଇନାହିଁ। ସମ୍ପୂର୍ଣ୍ଣ ଅଣୁଜୀବ ପଦ୍ଧତିର ଦ୍ୱିତୀୟ ପ୍ରକାରରେ ପ୍ରଥମେ ରାସାୟନିକ ପ୍ରକ୍ରିୟାରେ ଭୂତାଣୁକୁ ମାରି ଦିଆଯାଏ ଏବଂ ଏହି ନିର୍ଜୀବ ଭୂତାଣୁକୁ ବ୍ୟବହାର କରି ଟିକା ପ୍ରସ୍ତୁତ କରାଯାଏ। ଏହି ନିର୍ଜୀବ ଭୂତାଣୁ ଶରୀର ମଧ୍ୟକୁ ଗଲେ, ଆମ ରୋଗ ପ୍ରତିଷେଧକ ତନ୍ତ୍ର ପ୍ରତିକ୍ରିୟାଶୀଳ ହୋଇପଡେ ଏବଂ ଆଣ୍ଟିବଡି ସୃଷ୍ଟି କରେ। ଏହି ପଦ୍ଧତିରେ ପ୍ରସ୍ତୁତ ଟିକା ବହୁତ ଉପଯୋଗୀ ହୋଇଥାଏ।
ପୋଲିଓ ଏବଂ ଫ୍ଲୁ ପାଇଁ ଟିକା ଏହି ପଦ୍ଧତିରେ ପ୍ରସ୍ତୁତ କରାଯାଏ। ଆମ ଦେଶରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌, ଚାଇନାରେ ପ୍ରସ୍ତୁତ ସିନୋଭେକ୍‌ ଏହି ପ୍ରକାରର ଟିକା ଅଟେ।
ଭୂତାଣୁର କିଛି ଅଂଶକୁ ବ୍ୟବହାର ପଦ୍ଧତିରେ ଭୂତାଣୁର ଏକ ନିର୍ଦ୍ଦିଷ୍ଟ ଅଂଶକୁ ବ୍ୟବହାର କରି ଟିକା ପ୍ରସ୍ତୁତ କରାଯାଏ। ଏହି ନିର୍ଦ୍ଦିଷ୍ଟ ଅଂଶ ଶର୍କରା କିମ୍ବା ପୁଷ୍ଟିସାର ହୋଇଥାଏ, ଯାହାକୁ ରୋଗ ପ୍ରତିଷେଧକ ତନ୍ତ୍ର ଚିହ୍ନି ପାରି ଆଣ୍ଟିବଡି ସୃଷ୍ଟି କରେ। ପିଲାମାନଙ୍କୁ ଦିଆଯାଉଥିବା ଅଧିକାଂଶ ଟିକା ଯଥା- ଟିଟାନସ, ଡିପଥେରିଆ ଏହି ଶ୍ରେଣୀର ଅଟେ। ରୁଷିଆରେ ପ୍ରସ୍ତୁତ ଇପିଭକରୋନା ଓ ଚାଇନାରେ ପ୍ରସ୍ତୁତ ଜିଫେଇ ଲଙ୍ଗକମ୍‌ କରୋନା ଟିକା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। (କ୍ରମଶଃ..)

ଡ. ଦେବାଶିଷ ମହାନ୍ତି
-ବିଭାଗୀୟ ମୁଖ୍ୟ, ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ
ମୋ : ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri