କରୋନା ଟିକା

କରୋନା ଭୂତାଣୁ ସହିତ ଲୁଚକାଳି ଖେଳ ଦୀର୍ଘ ଦେଢ ବର୍ଷ ହୋଇଗଲାଣି। କରୋନା ତାଣ୍ଡବରେ ସମଗ୍ର ବିଶ୍ୱ ଭୀତତ୍ରସ୍ତ। ଶେଷ ଭରସା କରୋନା ଟିକାକୁ ସମସ୍ତଙ୍କ ଅପେକ୍ଷା ଥିଲା। କରୋନା ମୁକାବିଲା କରିବା ପାଇଁ କିଛି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ କେତେକ ଦେଶ ଜରୁରିକାଳୀନ ଅନୁମତି ପ୍ରଦାନ କରିଛନ୍ତିି। ଆମେରିକା ଭଳି ଦେଶ ତାଙ୍କ ଦେଶର ସମସ୍ତ ପ୍ରାପ୍ତବୟସ୍କ ନାଗରିକଙ୍କୁ ଟିକା ଦେଇ ସାରିଲେଣି। ଭାରତରେ ମଧ୍ୟ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଣେ କରୋନାର ଦ୍ୱିତୀୟ ଲହର ମଧ୍ୟ ଚାଲୁଛି। ୨ୟ ଡୋଜ୍‌ ଟିକା ନେଇ ମଧ୍ୟ ଲୋକଙ୍କୁ କରୋନା ହେଉଛି।
ଏକ ଭୂତାଣୁଜନିତ ରୋଗ। ଭୂତାଣୁ ଏକ ସ୍ବତନ୍ତ୍ର ପ୍ରକାରର ଅଣୁଜୀବ। ଏହା ଜୀବନ୍ତ ଓ ନିର୍ଜୀବ ବସ୍ତୁର ସୀମାରେଖା ଭାବେ ବିବେଚନା କରାଯାଏ। ଭୂତାଣୁମାନେ ଯେତେବେଳେ କୌଣସି ଜୀବନ୍ତ କୋଷ ବାହାରେ ଥାଆନ୍ତି, ସେମାନେ ନିର୍ଜୀବ ବସ୍ତୁର ଗୁଣ ଦେଖନ୍ତିି। କିନ୍ତୁ ଜୀବନ୍ତ କୋଷ ମଧ୍ୟକୁ ପ୍ରବେଶ କଲାମାତ୍ରେ ସେମାନେ ଜୀବନ୍ତ ପଦାର୍ଥ ଭଳି ବ୍ୟବହାର କରନ୍ତି। ପ୍ରତ୍ୟେକ ଜୀବନ୍ତ ପଦାର୍ଥର ଏକ ବିଶେଷ ଧର୍ମ ହେଲା, ପ୍ରଜନନ କରି ନିଜ ବଂଶ ବୃଦ୍ଧି କରିବା। ଜୀବନ୍ତ କୋଷ ମଧ୍ୟରେ ଭୂତାଣୁମାନେ ନିଜର ପରିରୂପ ସୃଷ୍ଟି କରି ବଂଶ ବୃଦ୍ଧି କରନ୍ତି। ବଂଶ ବୃଦ୍ଧି କରିବା ଦ୍ୱାରା ସେମାନେ ପୋଷକ କୋଷକୁ କ୍ଷତି ପହଁଚାନ୍ତି ଓ ଅନେକ ସମୟରେ ସେ ପ୍ରାଣୀର ମୃତ୍ୟୁ ଘଟେ। ମନୁଷ୍ୟ ଶରୀରରେ ମଧ୍ୟ କିଛି ରାସାୟନିକ ପଦାର୍ଥ ଅଛି, ଯେଉଁମାନେ ଏହିଭଳି ବାହାରୁ ଆକ୍ରମଣ କରୁଥିବା ଅଣୁଜୀବ ମାନଙ୍କୁ ଚିହ୍ନି ପାରନ୍ତି ଏବଂ ସେମାନଙ୍କୁ ମାରି ଦିଅନ୍ତି। ଏମାନଙ୍କୁ ଆମର ‘ରୋଗ ପ୍ରତିଷେଧକ ଶକ୍ତି’ ବୋଲି କୁହାଯାଏ। ମୋଟାମୋଟି ଭାବେ କହିବାକୁ ଗଲେ, ମଣିଷ ଶରୀରକୁ ଆକ୍ରମଣ କରୁଥିବା ଅଣୁଜୀବ ଓ ମନୁଷ୍ୟ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି ମଧ୍ୟରେ ସଂଘର୍ଷ ହୁଏ। ଯାହାର ରୋଗ ପ୍ରତିଷେଧକ ଶକ୍ତି ଅଧିକ, ସେଠି ଭୂତାଣୁମାନେ ପରାସ୍ତ ହୁଅନ୍ତି କିନ୍ତୁ ଯାହାର ରୋଗ ପ୍ରତିଷେଧକ ଶକ୍ତି କମ୍‌, ସେଠାରେ ଭୂତାଣୁମାନଙ୍କର ବିଜୟ ହୁଏ। ପ୍ରତ୍ୟେକ ଅଣୁଜୀବରେ ଏକ ରାସାୟନିକ ଅଣୁ ଥାଏ, ଯାହାକୁ ‘ପ୍ରତିଜନକ’ ବୋଲି କୁହାଯାଏ। ଯେତେବେଳେ କୌଣସି ଭୂତାଣୁ ଆମ ଶରୀରରେ ପ୍ରବେଶ କରେ, ଏହି ପ୍ରତିଜନକକୁ ଆମର ରୋଗ ପ୍ରତିଷେଧକ ତନ୍ତ୍ର, ଏକ ବାହ୍ୟ ଆକ୍ରମଣକାରୀ ବୋଲି ଚିହ୍ନିଦିଏ ଏବଂ ସଂଗେ ସଂଗେ ପ୍ରତିକାରାତ୍ମକ ପଦକ୍ଷେପ ନେବାକୁ ଆରମ୍ଭ କରେ। ଆମ ଶରୀରରେ ଥିବା ରୋଗ ପ୍ରତିଷେଧକ ତନ୍ତ୍ର ଏକ ରାସାୟନିକ ଅଣୁ ସୃଷ୍ଟି କରେ, ଯାହାକୁ ପ୍ରତିପିଣ୍ଡ (ଆଣ୍ଟିବଡି) ବୋଲି କୁହାଯାଏ। ଏହି ପ୍ରତିପିଣ୍ଡ ଏକପ୍ରକାର ଓ୍ବାଇ (Y) ଆକାରର ପୁଷ୍ଟିସାର (ପ୍ରୋଟିନ୍‌) ଅଣୁ ଅଟେ, ଯାହା ବାହ୍ୟ ଅଣୁଜୀବମାନଙ୍କୁ ନଷ୍ଟ କରି ଦେଇ ଆମକୁ ତାଙ୍କ କବଳରୁ ରକ୍ଷା କରେ। ଏହିପରି ଭାବରେ ଆମ ଶରୀର ପ୍ରାକୃତିକ ଉପାୟରେ ବାହ୍ୟ ଭୂତାଣୁ ଆକ୍ରମଣରୁ ରକ୍ଷା କରେ। ଟିକା ଆମ ଶରୀରରେ ଭୂତାଣୁର ଭ୍ରମ ସୃଷ୍ଟି କରି କୃତ୍ରିମ ଉପାୟରେ ପ୍ରତିଜନକ ସୃଷ୍ଟି କରେ। ଟିକାରେ ନିଷ୍କ୍ରିୟ ଭୂତାଣୁ ବା ତା’ର ଆଣ୍ଟିଜେନ୍‌ ଥାଏ। ଟିକା ନେଲା ପରେ ଆମ ଶରୀରରେ ଥିବା ରୋଗ ପ୍ରତିଷେଧକ ତନ୍ତ୍ର ବାହ୍ୟ ଭୂତାଣୁ ଆକ୍ରମଣ ହେଲା ଭାବି ପ୍ରତିକାରାତ୍ମକ ପଦକ୍ଷେପ ନିଏ ଓ ଆଣ୍ଟିବଡି ସୃଷ୍ଟି କରେ।
ଯେତେବେଳେ ପ୍ରକୃତ ଭୂତାଣୁ ଆମ ଶରୀରକୁ ପ୍ରବେଶ କରନ୍ତି, ଆଗରୁ ସୃଷ୍ଟି ହୋଇଥିବା ଆଣ୍ଟିବଡି ସେମାନଙ୍କୁ ସାଙ୍ଗେ ସାଙ୍ଗେ ମାରିଦିଏ ଏବଂ ଆମକୁ ରୋଗରୁ ରକ୍ଷା କରେ।
ଚାରି ପ୍ରକାର ପଦ୍ଧତିରେ ଟିକା ତିଆରି କରାଯାଇପାରେ। ପ୍ରଥମ ପଦ୍ଧତିରେ ସମ୍ପୂର୍ଣ୍ଣ ଅଣୁଜୀବ ବା ଭୂତାଣୁକୁ ବ୍ୟବହାର କରାଯାଏ। ଦ୍ୱିତୀୟ ପଦ୍ଧତିରେ ଭୂତାଣୁର କିଛି ଅଂଶକୁ ବ୍ୟବହାର କରାଯାଏ, ଯେ କି ରୋଗ ପ୍ରତିଷେଧକ ତନ୍ତ୍ରକୁ ପ୍ରତିକ୍ରିୟାଶୀଳ କରି ଆଣ୍ଟିବଡି ପ୍ରସ୍ତୁତ କରିପାରେ। ତୃତୀୟ ପଦ୍ଧତିରେ ଭୂତାଣୁର ଅନୁବଂଶିକ ପଦାର୍ଥକୁ ବ୍ୟବହାର କରାଯାଏ ଏବଂ ଚତୁର୍ଥ ପଦ୍ଧତିରେ ଅନ୍ୟ ଏକ ସୁରକ୍ଷା ଭୂତାଣୁ ବ୍ୟବହାର କରାଯାଏ। ସମ୍ପୂର୍ଣ୍ଣ ଅଣୁଜୀବ ପଦ୍ଧତି ଟିକା ପ୍ରସ୍ତୁତିର ସବୁଠାରୁ ପୁରାତନ ପଦ୍ଧତି। ଏହି ପଦ୍ଧତି ମଧ୍ୟ ଦୁଇ ପ୍ରକାରର। ପ୍ରଥମ ପ୍ରକାର ପଦ୍ଧତିରେ ଜୀବନ୍ତ କିନ୍ତୁ ଦୁର୍ବଳ ଭୂତାଣୁକୁ ବ୍ୟବହାର କରି ଟିକା ପ୍ରସ୍ତୁତ କରାଯାଏ। ଦୁର୍ବଳ ରୋଗ ପ୍ରତିଷେଧକ ଶକ୍ତି ଥିବା ବ୍ୟକ୍ତିମାନଙ୍କ ଶରୀରରେ ଏହା ରୋଗ ସୃଷ୍ଟି କରିବାର ଆଶଙ୍କା ଥିବାରୁ କରୋନା ପାଇଁ ଏ ପର୍ଯ୍ୟନ୍ତ ଏ ପ୍ରକାରର ଟିକା ଉପଲବ୍ଧ ହୋଇନାହିଁ। ସମ୍ପୂର୍ଣ୍ଣ ଅଣୁଜୀବ ପଦ୍ଧତିର ଦ୍ୱିତୀୟ ପ୍ରକାରରେ ପ୍ରଥମେ ରାସାୟନିକ ପ୍ରକ୍ରିୟାରେ ଭୂତାଣୁକୁ ମାରି ଦିଆଯାଏ ଏବଂ ଏହି ନିର୍ଜୀବ ଭୂତାଣୁକୁ ବ୍ୟବହାର କରି ଟିକା ପ୍ରସ୍ତୁତ କରାଯାଏ। ଏହି ନିର୍ଜୀବ ଭୂତାଣୁ ଶରୀର ମଧ୍ୟକୁ ଗଲେ, ଆମ ରୋଗ ପ୍ରତିଷେଧକ ତନ୍ତ୍ର ପ୍ରତିକ୍ରିୟାଶୀଳ ହୋଇପଡେ ଏବଂ ଆଣ୍ଟିବଡି ସୃଷ୍ଟି କରେ। ଏହି ପଦ୍ଧତିରେ ପ୍ରସ୍ତୁତ ଟିକା ବହୁତ ଉପଯୋଗୀ ହୋଇଥାଏ।
ପୋଲିଓ ଏବଂ ଫ୍ଲୁ ପାଇଁ ଟିକା ଏହି ପଦ୍ଧତିରେ ପ୍ରସ୍ତୁତ କରାଯାଏ। ଆମ ଦେଶରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌, ଚାଇନାରେ ପ୍ରସ୍ତୁତ ସିନୋଭେକ୍‌ ଏହି ପ୍ରକାରର ଟିକା ଅଟେ।
ଭୂତାଣୁର କିଛି ଅଂଶକୁ ବ୍ୟବହାର ପଦ୍ଧତିରେ ଭୂତାଣୁର ଏକ ନିର୍ଦ୍ଦିଷ୍ଟ ଅଂଶକୁ ବ୍ୟବହାର କରି ଟିକା ପ୍ରସ୍ତୁତ କରାଯାଏ। ଏହି ନିର୍ଦ୍ଦିଷ୍ଟ ଅଂଶ ଶର୍କରା କିମ୍ବା ପୁଷ୍ଟିସାର ହୋଇଥାଏ, ଯାହାକୁ ରୋଗ ପ୍ରତିଷେଧକ ତନ୍ତ୍ର ଚିହ୍ନି ପାରି ଆଣ୍ଟିବଡି ସୃଷ୍ଟି କରେ। ପିଲାମାନଙ୍କୁ ଦିଆଯାଉଥିବା ଅଧିକାଂଶ ଟିକା ଯଥା- ଟିଟାନସ, ଡିପଥେରିଆ ଏହି ଶ୍ରେଣୀର ଅଟେ। ରୁଷିଆରେ ପ୍ରସ୍ତୁତ ଇପିଭକରୋନା ଓ ଚାଇନାରେ ପ୍ରସ୍ତୁତ ଜିଫେଇ ଲଙ୍ଗକମ୍‌ କରୋନା ଟିକା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। (କ୍ରମଶଃ..)

ଡ. ଦେବାଶିଷ ମହାନ୍ତି
-ବିଭାଗୀୟ ମୁଖ୍ୟ, ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ
ମୋ : ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri