କରୋନା, ବେକାରି ବଡ଼ ଚିନ୍ତା

ପ୍ୟାରିସ୍‌,୨୦ା୯: ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସାରା ବିଶ୍ୱର ସବୁଠୁ ବଡ଼ ଚିନ୍ତା ସାଜିଛି କରୋନା। ଅକାଳରେ ଅଗଣିତ ଜୀବନ ନେଇଛି ଏହି ମହାମାରୀ। କେବଳ ସରକାରୀ ତଥ୍ୟକୁ ଦେଖିଲେ ପ୍ରାୟ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। କାହିଁ କେତେଗୁଣା ଜୀବିକା ମଧ୍ୟ ଉଜୁଡିଛି। ଏହି ମହାସଙ୍କଟ ପାଇଁ ସାରା ବିଶ୍ୱବାସୀ ଚିନ୍ତାରେ ରହିଛନ୍ତି। ହେଲେ ବେକାରି, ଦାରିଦ୍ର୍ୟ ଏବଂ ସାମାଜିକ ଅସମାନତା ମଧ୍ୟ ଲୋକଙ୍କୁ ଦୁଶ୍ଚିନ୍ତାରେ ପକାଇବାରେ ପଛରେ ନାହିଁ।
କେଉଁ ସବୁ ପ୍ରସଙ୍ଗ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି ସେନେଇ ଏକ ଅନ୍‌ଲାଇନ ସର୍ଭେ ଫ୍ରାନ୍ସର ଏକ ବହୁରାଷ୍ଟ୍ରୀୟ ମାର୍କେଟ ରିସର୍ଚ୍ଚ ସଂସ୍ଥା ‘ଇପ୍‌ସୋସ୍‌’ ପକ୍ଷରୁ ଗତ ଜୁଲାଇ ୨୩ରୁ ଅଗଷ୍ଟ ୬ ମଧ୍ୟରେ ହୋଇଥିଲା। ‘ହ୍ବାଟ୍‌ସ ଓ୍ବରିଜ୍‌ ଦ ଓ୍ବାଲର୍‌ଡ’ ନାମକ ଏହି ସର୍ଭେରେ ଭାରତ, ଆମେରିକା ସମେତ ୨୮ଟି ଦେଶର ୧୬ରୁ ୭୪ ବର୍ଷ ବୟସ୍କ ଯାଏ ୧୯,୦୧୦ ଜଣଙ୍କୁ ସାମିଲ କରାଯାଇଥିଲା। ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ଏକ-ତୃତୀୟାଂଶରୁ ଅଧିକ (୩୭%) ମହାମାରୀ କରୋନାକୁ ନିଜ ଦେଶ ସମ୍ମୁଖୀନ ହେଉଥିବା ଶ୍ରେଷ୍ଠ ତିନୋଟି ପ୍ରସଙ୍ଗରେ ସ୍ଥାନିତ କରିଛନ୍ତି। ତଦନୁଯାୟୀ ଚିନ୍ତାର ତାଲିକାରେ ସର୍ବାଗ୍ରେ କରୋନା ରହିଥିବାବେଳେ ଦ୍ୱିତୀୟରେ ରହିଛି ବେକାରି (୩୧%) ଏବଂ ଦାରିଦ୍ର୍ୟ ଓ ସାମାଜିକ ଅସମାନତା (୩୧%)। ସେହିପରି ଆର୍ଥିକ/ରାଜନୈତିକ ଦୁର୍ନୀତି (୨୯%) ଏବଂ ଅପରାଧ ଓ ହିଂସା (୨୫%) ଶ୍ରେଷ୍ଠ ୫ ଦୁଶ୍ଚିନ୍ତା ମଧ୍ୟରେ ରହିଛି।
‘ଇପ୍‌ସୋସ୍‌’ ସର୍ଭେ ହେଉଛି ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ଜନମତ ଆଧାରିତ। ଏହି ସର୍ଭେର ୧୦ ବର୍ଷର ତଥ୍ୟରୁ ବୁଝିହୋଇପାରେ ଯେ, ଚିନ୍ତାର ବିଷୟଗୁଡିକ କିପରି ବଦଳିଛି। ଉଦାହରଣ ସ୍ବରୂପ ଦୀର୍ଘକାଳୀନ ଧାରା ଦର୍ଶାଉଛି ଯେ ବେକାରି, ଦାରିଦ୍ର୍ୟ ଓ ସାମାଜିକ ଅସମାନତା କ୍ରମାଗତ ଭାବେ ବିଶ୍ୱର ଚିନ୍ତା ତାଲିକାର ପ୍ରମୁଖ ସ୍ଥାନରେ ରହିଆସିଛି। କିନ୍ତୁ କରୋନା ସଙ୍କଟ ୨୦୨୦ରୁ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଶୀର୍ଷ ସ୍ଥାନ ଅଧିକାର କରିଛି। ଆରମ୍ଭରୁ ଏହି ମହାମାରୀ ସଂକ୍ରମଣକୁ ନେଇ ଯେତିକି ଚିନ୍ତା ଲାଗୁଥିଲା, ତାହା ଚରମ ସୀମାରେ ପହଞ୍ଚତ୍ବା ପରେ ହ୍ରାସ ପାଇଥିଲା।
ବିଭିନ୍ନ ଦେଶର ଲୋକମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ତାହା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେପରିକି ମାଲେସିଆ କରୋନା ବିଷୟରେ ଅଧିକ ଚିନ୍ତା କରୁଥିବାବେଳେ ସ୍ବିଡେନରେ ଅପରାଧ ଏବଂ ହିଂସା ବିଷୟରେ ଚିନ୍ତା ସର୍ବାଧିକ। ସର୍ଭେରେ ୧୫% ଲୋକ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ସମ୍ପ୍ରତି ସେମାନଙ୍କ ଦେଶ ସାମ୍ନା କରୁଥିବା ସବୁଠୁ ବଡ଼ ପ୍ରସଙ୍ଗ। ଚିନ୍ତାର ସାମଗ୍ରିକ ତାଲିକାରେ ଏହା ୭ମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ, କାନାଡା, ନେଦରଲାଣ୍ଡ୍ସ ଓ ବେଲଜିୟମ ଭଳିି ଜର୍ମାନୀର ଲୋକମାନେ ଜଳବାୟୁ ପରିବର୍ତ୍ତନକୁ ନେଇ ଅଧିକ ଚିନ୍ତିତ। ସର୍ଭେର ଏକ ମାସ ପୂର୍ବରୁ ଜର୍ମାନୀରେ ଜଳବାୟୁ ପରିବର୍ତ୍ତନ ୬% ପଏଣ୍ଟ ବୃଦ୍ଧି ପାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ସଂଖ୍ୟା ରେକର୍ଡ କରିଛି।
ଜଳବାୟୁ ପରିବର୍ତ୍ତନ ଭଳି ଟିକସ (୧୫%) ପ୍ରସଙ୍ଗ ମଧ୍ୟ ୭ମ ସ୍ଥାନରେ ରହିଛି। ଏହା ଉପରକୁ ସ୍ବାସ୍ଥ୍ୟସେବା (୨୧%) ୫ମ ସ୍ଥାନରେ ଏବଂ ଶିକ୍ଷା (୧୬%) ୬ଷ୍ଠ ସ୍ଥାନରେ ରହିଛି। ସେହିପରି ମୁଦ୍ରାସ୍ଫୀତି (୧୩%) ୮ମ, ଅପ୍ରବାସନ ନିୟନ୍ତ୍ରଣ (୧୨%) ୯ମ ଏବଂ ନୈତିକ ପତନ (୧୧%) ଚିନ୍ତା ତାଲିକାର ୧୦ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?