ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ରବିବାର ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୧ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ମୃତକମାନଙ୍କ ମଧ୍ୟରେ ଗଞ୍ଜାମର ୩ ଜଣ ଅଛନ୍ତି। ଜଣେ ୭୦ ବର୍ଷୀୟା ବୃଦ୍ଧା ଥିବା ବେଳେ ୪୪ ବର୍ଷୀୟ ଏବଂ ୩୯ ବର୍ଷୀୟ ଦୁଇ ବ୍ୟକ୍ତି ଅଛନ୍ତି। ୩୯ ବର୍ଷୀୟ ବ୍ୟକ୍ତି ଜଣକ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ସେହିପରି ଜଗତସିଂହପୁରର ୬୭ ବର୍ଷୀୟ ଜଣେ ବୃଦ୍ଧଙ୍କ ଜୀବନ ନେଇଛି କରୋନା। ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ସୁନ୍ଦରଗଡ଼ ଜିଲାର ୬୫ ବର୍ଷୀୟ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ସେ ମଧ୍ୟ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ।