ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ,୭ା୭(ପି.ଟି.): ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଡ. ଜାଫର ମିର୍ଜା କରୋନା ଆକ୍ରାନ୍ତ ଥିବା ସୋମବାର ପରୀକ୍ଷାରୁ ଜଣାପଡିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ ଆଇସୋଲେଶନରେ ରହିଥିଲେ। ଗତ ଶୁକ୍ରବାର ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶିଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ପାକିସ୍ତାନର ବହୁ ଏମ୍‌ପି ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ଘଟିଲାଣି। ବାଲୁଚିସ୍ତାନର ପୂର୍ବତନ ଗଭର୍ନର ସୟେଦ ପଜଲ ଆଘା, ପାକିସ୍ତାନ ତେହରିକ୍‌ ଇ-ଇନ୍‌ସାଫ (ପିଟିଆଇ)ର ପଞ୍ଜାବ ଏମ୍‌ପି ଶାହିଦ ରାଜା, ସିନ୍ଧ ପ୍ରଦେଶର ମନ୍ତ୍ରୀ ଗୁଲାମ ମୁର୍ତାଜା ବାଲୋଚ୍‌, ଆଇନ ପ୍ରଣେତା ମୁନିର ଖାନ ଓରାକ୍‌ଜାଇ, ପିଟିଆଇର ମିଆଁ ଜାମ୍‌ଶେଦୁଦ୍‌ ଡିନ୍‌ କାକାଖେଲଙ୍କର କରୋନାରେ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଅର୍ଥନୀତି ବିପର୍ଯ୍ୟସ୍ତ

ମସ୍କୋ, ୨୫ା୪ : ଫେବୃୟାରୀ ୨୪ ତାରିଖ ସକାଳେ ୟୁକ୍ରେନ୍‌ ଉପରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଚଳାଇବା ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଘୋଷଣା...

‘ଆତଙ୍କବାଦ ବିରୋଧୀ ଅଭିଯାନ’ରେ ୯ ମୃତ, ୨୪ ଆହତ

ଇସ୍‌ଲାମାବାଦ,୧୮ା୫: ତାଜିକିସ୍ତାନ ପୋଲିସ ବୁଧବାର ଏକ ପ୍ରମୁଖ ଘୋଷଣା କରିଛି। ଯେଉଁଥିରେ ଆଫଗାନିସ୍ତାନ ଏବଂ ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ତାଜିକିସ୍ତାନ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ...

ଆଜି ସ୍ବାଧୀନତା ଦିବସ ପାଳୁଛି ଇଣ୍ଡୋନେସିଆ, ଏମିତି ଅଭିନନ୍ଦନ ଜଣାଇଲା ଗୁଗ୍‌ଲ ଡୁଡ୍‌ଲ

ଜାକର୍ତ୍ତା,୧୭ା୮: ଗୁଗ୍‌ଲ ଡୁଡ୍‌ଲ ଇଣ୍ଡୋନେସିଆର ୭୮ ତମ ସ୍ବାଧୀନତା ଦିବସକୁ କଳାକାର ଡାଏଲା ମହାରାଣୀଙ୍କ ଏକ ବିଶେଷ ଫଟୋ ସହିତ ଅଭିନନ୍ଦନ ଜଣାଇଛି। ଇଣ୍ଡୋନେସିଆ ଆନୁଷ୍ଠାନିକ...

ପୁରୁଷୋତ୍ତମପୁରରେ ଖୋଲିବ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ: ସ୍ଥିତି ଅନୁଧ୍ୟାନ କଲେ ଉପ ଜିଲାପାଳ

ପୁରୁଷୋତ୍ତମପୁର, ୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିବା ଲାଗି ମଙ୍ଗଳବାର ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସ୍ଥିତି ଅନୁଧ୍ୟାନ...

ଟ୍ରମ୍ପ୍‌ଙ୍କୁ ସୁସ୍ଥ କରିଥିଲା ଏହି ଔଷଧ, ଯାହା ଆମେରିକୀୟଙ୍କ ପାଇଁ ହେବ ବରଦାନ

ଓ୍ବାଶିଂଟନ,୨୨ା୧୧: କରୋନା ଭୂତାଣୁ ପୁଣି ଥରେ ଲେଉଟିଛି। ଫଳରେ ଲୋକେ ଏଥିରେ ଶିକାର ହେବାର ଲାଗିଲେଣି। ଏଭଳି ପରିସ୍ଥିତିରେ ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗ...

ଆମେରିକାରେ ମାଗଣାରେ ଦିଆଯିବ କରୋନା ଟିକା!

ୱାଶିଂଟନ,୧୭ ।୯: ଆମେରିକାର ଟ୍ରମ୍ପ ସରକାର ଏକ ବଡ ଘୋଷଣା କରିଛନ୍ତି । ବୁଧବାର ଆମେରିକା ସଂସଦରେ କୁହାଯାଇଛି କି ଆମେରିକାବାସୀଙ୍କୁ କରୋନା ଟିକା ମାଗଣାରେ...

ବାହାରିନ୍‌ ପ୍ରିନ୍ସ ଖଲିଫାଙ୍କ ପରଲୋକ

ମାନମା,୧୧।୧୧-ବାହାରିନର ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ ଅଲ ଖଲିଫାଙ୍କ ବୁଧବାର ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ...

ଭାକ୍ସିନ୍‌ ନ ନେଲେ ସିମ୍‌ କାର୍ଡ ହେବ ବନ୍ଦ, ସରକାରୀ କର୍ମଚାରୀଙ୍କୁ ମିଳିବନି ଦରମା…

ଇସଲାମାବାଦ୍‌,୨୪।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବିଭିନ୍ନ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ଲୋକ ଭାକ୍ସିନ୍‌...

Advertisement
Archives

Model This Week