Categories: ଖେଳ

ସାଇକ୍ଲିଷ୍ଟ ଗାଭିରିଆଙ୍କୁ କରୋନା

ମିଲାନ, ୨୧ା୧୦ (ଏପି)- କରୋନା ଟେଷ୍ଟରେ କଲମ୍ବିଆନ ସାଇକ୍ଲିଷ୍ଟ ଫର୍ନାଣ୍ଡୋ ଗାଭିରିଆଙ୍କର ପଜିଟିଭ ଆସିଛି। ସେ ତୁରନ୍ତ ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍‌ରୁ ଓହରିଯାଇଛନ୍ତି। ରବିବାର ଓ ସୋମବାର ମୋଟ ୪୯୨ଟି ଟେଷ୍ଟ ହୋଇଥିଲା। ତନ୍ମଧ୍ୟରୁ କେବଳ ଗାଭିରିଆ ଓ ଜଣେ ଷ୍ଟାଫ୍‌ ସଦସ୍ୟ ପଜିଟିଭ ହୋଇଛନ୍ତି। ଫଳାଫଳ ବାହାରିବା ପରେ ଗାଭିରିଆଙ୍କୁ ତୁରନ୍ତ ଆଇସୋଲେଶନରେ ରଖାଯାଇଥିବା ତାଙ୍କ ୟୁଏଇ ଟିମ୍‌ ଏମିରେଟ୍ସ କହିଛି। ସାଇକ୍ଲିଷ୍ଟ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା। ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି। ଗାଭିରିଆ ତାଙ୍କ କ୍ୟାରିୟରରେ ଗିରୋଠାରେ ୫ ଷ୍ଟେଜ ବିଜେତା ହୋଇଛନ୍ତି। ସୂଚନାଯୋଗ୍ୟ, ଗାଭେରିଆ ଗତ ମାର୍ଚ୍ଚରେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଟେଷ୍ଟରେ ପଜିଟିଭ ପାଇଁ ଓଭରାଲ କଣ୍ଟେଣ୍ଡର ସିମନ ୟେଟ୍ସ ଏବଂ ଷ୍ଟିଭେନ୍‌ କ୍ରୁଇଜ୍‌ସିକ୍‌ ଇତିମଧ୍ୟରେ ରେସ୍‌ରୁ ଓହରି ଯାଇସାରିଛନ୍ତି। ଅଷ୍ଟ୍ରେଲୀୟ ଷ୍ଟାଣ୍ଡଆଉଟ୍‌ ମାଇକେଲ ମାଥ୍ୟୁସ୍‌ ମଧ୍ୟ ଓହରିଯାଇଛନ୍ତି। ପ୍ରଥମ ବିଶ୍ରାମ ଦିବସ ପରଠାରୁ ସିରିଜ ପଜିଟିଭ ଚିହ୍ନଟ ଫଳରେ ଗତ ସପ୍ତାହରେ ମିଚେଲଟନ୍‌ ସ୍କଟ୍‌ ଏବଂ ଜୁମ୍ବୋଭିସ୍ମା ଟିମ୍‌ ଏହାର ସମସ୍ତ ଦଳକୁ ପ୍ରତ୍ୟାହାର କରିନେଇଛି।

Share