ଚାଇନା-ଆମେରିକା-ୟୁରୋପରେ କରୋନା ଆତଙ୍କ…

ବେଜିଂ/ଓ୍ବାଶିଂଟନ,୧୯।୩ : ଚାଇନା, ଆମେରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଚାଇନାରେ କରୋନାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି। ନ୍ୟୁଜ ଏଜେନ୍ସି ଏଏଫ୍‌ପି ଅନୁଯାୟୀ, ଏକ ବର୍ଷରୁ ଅଧିକ ସମୟ ପରେ ଚାଇନାରେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଚାଇନାରେ କରୋନା ମହାମାରୀର ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ଫେବୃଆରୀ ୨୦୨୦ ପରେ ଏଠାରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଦିନ ହେବ ଚାଇନାରେ ଲଗାତାର ଦୈନିକ ୩ ହଜାରରୁ ଅଧିକ ମାମଲା ଦେଖିବାକୁ ମିଳୁଛି।

ପୃଥିବୀରେ ଦୈନିକ ମାମଲାରେ ହାରାହାରି ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ହୋଇ ଏହା ୧୮ ଲକ୍ଷକୁ ବୃଦ୍ଧି ପାଇଛି। ଏହି ସପ୍ତାହରେ ଫ୍ରାନ୍ସରେ କରୋନା ମାମଲାରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଯେଉଁଠାରେ ଇଟାଲୀ ଏବଂ ବ୍ରିଟେନରେ ୪୨ ପ୍ରତିଶତ ବୃଦ୍ଧି ପାଇଛି।

ଆମେରିକାରେ କରୋନାର ୨୦ ମିଲିୟନରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ତେବେ ଗତ କିଛି ସପ୍ତାହ ମଧ୍ୟରେ ଦୈନିକ ସଂକ୍ରମଣରେ ମଧ୍ୟ ହ୍ରାସ ଘଟିଛି। କିନ୍ତୁ ବିପଦ ଏବେ ବି ରହିଛି। ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟୁଛି।

ମାର୍ଚ୍ଚ ୧୮ ରେ, କେବଳ ଜର୍ମାନୀରେ ପ୍ରାୟ ଦୁଇ ଲକ୍ଷ ନୂଆ ମାମଲା ରୁଜୁ ହୋଇଛି। ଇଂଲଣ୍ଡ, ନେଦରଲ୍ୟାଣ୍ଡ, ସ୍ବିଜରଲାଣ୍ଡ ଏବଂ ଇଟାଲୀରେ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଡେଲଟାକ୍ରନ ମାମଲା ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଡେଲଟାକ୍ରନ ମାମଲା ପୃଥିବୀରେ ଏକ ନୂଆ ଲହର ସୃଷ୍ଟି କରିବାର ଆଶଙ୍କା ରହିଛି। ସିଙ୍ଗାପୁର, ଭିଏତନାମ ଏବଂ ୟୁରୋପରେ କରୋନାର ନୂତନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ତେଣୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri