କରୋନା ବାୟୁରେ ବ୍ୟାପୁଛି: ପ୍ରମାଣକୁ ସ୍ବୀକାର କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୮।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଆଗାମୀ ଦିନରେ ଏହା ସଙ୍କଟ ସୃଷ୍ଟି କରିବା ନିଶ୍ଚିତ ହୋଇଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ବାୟୁରେ ବ୍ୟାପୁଥିବା ପ୍ରମାଣିକ ତଥ୍ୟକୁ ସ୍ବୀକାର କରାଯାଇଛି। ଫଳରେ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୂର୍ବରୁ ୩୨ ଦେଶର ୨୩୯ ବୈଜ୍ଞାନିକ ଦାବି କରିଥିଲେ ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା ବି ବ୍ୟାପିପାରେ। ଏନେଇ ଶୀଘ୍ର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆବଶ୍ୟକ ମାର୍ଗଦର୍ଶିକା ଜାରି କରୁ ବୋଲି ବୈଜ୍ଞାନିକମାନେ କହିଥିଲେ। ଏସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଟେକ୍ନିକାଲ ମୁଖ୍ୟ ଡ.ବେନେଡେଟା ଆଲେଗ୍ରାଞ୍ଜି କହିଛନ୍ତି ଯେ, କରୋନା ବାୟୁରେ ବ୍ୟାପୁଥିବାର ପ୍ରମାଣ ତ ମିଳୁଛି। ତେବେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏଭଳି ମନ୍ତବ୍ୟ ଯୋଗୁ କରୋନା ମହାମାରୀ ସଂକ୍ରମଣ ନେଇ ବିଭିନ୍ନ ଦେଶ ସରକାର ଭୟଭୀତ ହୋଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ୨ ନର୍ସ କରୋନା ପଜିଟିଭ ଚିହ୍ନଟ: ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଲା

କଟକ ଅଫିସ,୨୯।୬: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୩୭ରେ ପହଞ୍ଚିଛି। ରବିବାର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନର ୨ ଜଣ...

CORONAVIRUS UPDATE: ପୁଣି ୧,୨୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ,୪୬୨ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ପୁଣି ୧,୨୧୫ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭କୁ ବୃଦ୍ଧି ପାଇଥିବା...

ଟିକା ନେଲେ ଡାକ୍ତର, ରାଗିଲେ ପତ୍ନୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮ ।୧: ରାଜଧାନୀ ଦିଲ୍ଲୀର ଜଣେ ବରିଷ୍ଠ ତଥା ନାଁକରା ଡାକ୍ତର ଏକେଲା କରୋନା ଟିକା ନେଇଯିବା ପରେ ତାଙ୍କ ପତ୍ନୀ ଫୋନ୍‌ରେ ହିଁ ତାଙ୍କୁ...

ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ କରୋନା: ରିମାଣ୍ଡ ସ୍ଥଗିତ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ୧୨୦ ଘଣ୍ଟା ଘରେ ତେଲେଙ୍ଗାନାରୁ ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ ହାଇଦରଙ୍କୁ କରୋନା। ଆରଟି-ପିସିଆର ଟେଷ୍ଟ ପରେ ଶନିବାର ତାଙ୍କର ରିପୋର୍ଟ ପଜିଟିଭ...

ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ, ୨୯। ୩: କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶରେ ପାସେଞ୍ଜର ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ରେଳଯାତ୍ରୀଙ୍କ ଟିକେଟକୁ ଆଗାମୀ...

ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୨୧ ।୧୨: ବ୍ରିଟେନରେ ସାମ୍ନାକୁ ଆସିଥିବା କରୋନା ଭାଇରସର ନୂଆ ରୂପକୁ ଦେଖି ଭାରତ ସରକାର ସତର୍କ ହୋଇଯାଇଛନ୍ତି । ବ୍ରିଟେନରୁ ଭାରତ ଆସିବାକୁ ଥିବା...

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଖି ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୨୫।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌...

ପୁଣି ବଢ଼ିଲା କରୋନା ସଂକ୍ରମଣ, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି…

ନୂଆଦିଲ୍ଲୀ, ୯।୪ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ରାଜ୍ୟକୁ ଆଲର୍ଟ ଜାରି...

Advertisement
Archives

Model This Week