Posted inଫୁରସତ

ବିବାହର ୩ ଦିନ ପୂର୍ବରୁ କନ୍ୟାଙ୍କୁ ହେଲା କରୋନା, ଏମିତି ଉପାୟରେ ବିବାହ କଲେ ଏହି ଯୋଡ଼ି

ବିବାହର ମାତ୍ର ୩ ଦିନ ପୂର୍ବରୁ ଜଣେ କନ୍ୟା କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବି ବିବାହ ପାଇଁ ନିଷ୍ପତ୍ତି ନେଲେ। ଏବେ ଆପଣ ଭାବୁଥିବେ ଏ ବାହାଘର କେମିତି ସମ୍ଭବ। ମାତ୍ର ବିବାହ ପାଇଁ ଏହି ଦୁଇଜଣ ଏମିତି କିଛି କରିଥିଲେ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

କାଲିଫର୍ଣ୍ଣିଆରେ ରହୁଥିବା ପ୍ୟାଟ୍ରିକ୍‌ ଡେଲଗାଡୋ ଏବଂ ଲରିନ୍‌ ଜିମେନେଜ ବିବାହ ପାଇଁ ସବୁକିଛି ବନ୍ଦୋବସ୍ତ କରି ସାରିଥିଲେ। ମାତ୍ର ଏହାର ଠିକ୍‌ ୩ ଦିନ ପୂର୍ବରୁ କନ୍ୟା ଲରିନ୍‌ କରୋନାରେ ଆକ୍ରାନ୍ତ ହେଲେ। ଏହା ପରେ ଜେସିକା ଜ୍ୟାକ୍‌ସନ ନାମକ ଜଣେ ଫଟୋଗ୍ରାଫର ଏମାନଙ୍କର ଏମିତି ଫଟୋ ଏବଂ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଫଟୋରେ ସେ କ୍ୟାପଶନ ଲେଖିଛନ୍ତି, ବିବାହର କିଛିଦିନ ପୂର୍ବରୁ ଯଦି ରିପୋର୍ଟ ପଜିଟିଭ୍‌ ଆସେ ତେବେ ଆପଣ କ’ଣ କରିବେ? ଯଦି ଆପଣଙ୍କୁ ଗୋଟିଏ ଘରେ ବନ୍ଦ କରି ରଖାଯାଏ ତେବେ ଆପଣଙ୍କ ମନର ଅବସ୍ଥା କ’ଣ ହେବ? ଆପଣଙ୍କୁ ଏ ଚିନ୍ତା ନିଶ୍ଚିତ ଆସିବ କେବେ ପୁଣି ବିବାହ କରିବେ। ତେବେ ଏମିତି ଆଶଙ୍କା ମଧ୍ୟରେ ଏହି ଯୋଡ଼ିଙ୍କ ମନକୁ ଏକ ଆଇଡିଆ ଆସିଥିଲା। ଜାଣନ୍ତୁ କେମିତି ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଯୋଡ଼ି…


ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, କନ୍ୟା ଏକ ଝରକା ଉପରେ ବସିଛନ୍ତି ଏବଂ ବର ତଳେ ଠିଆ ହୋଇଛନ୍ତି। ଦୁଇଜଣ ଏକ ଦଉଡ଼ି ସାହାଯ୍ୟରେ ବନ୍ଧା ହୋଇଛନ୍ତି। ପୋଷ୍ଟରେ ଜେସିକା କ୍ୟାପଶନ ଲେଖିଛନ୍ତି, କେମିତି କଠିନ ପରିସ୍ଥିତି ମଧ୍ୟରେ ଏହି ଯୋଡ଼ିଙ୍କ ବିବାହ ହେଉଛି ଦେଖ। ମୁଁ ତୁମ ଦୁହିଁଙ୍କୁ ଖୁବ୍‌ ଭଲ ପାଏ। ପ୍ରତି ସ୍ଥିତିକୁ ସର୍ବଶ୍ରେଷ୍ଠ କରିବା ପାଇଁ ଚେଷ୍ଟା କରିଛି। ତୁମମାନଙ୍କର ଦୃଷ୍ଟିକୋଣ ମୋତେ ପ୍ରେରଣା ଦେଇଛି। ଯେଉଁଥିପାଇଁ ଏହି ବହି ବିବାହ ସମ୍ଭବ ହୋଇପାରିଛି। ସୋସିଆଲ ମିଡିଆରେ ଏହି ଚର୍ଚ୍ଚିତ ବିବାହକୁ ବେଶ୍‌ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri