ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ କି ଆବଶ୍ୟକ ଚିକିତ୍ସା ମଧ୍ୟ ଦିଆଗଲା ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ମୃତ୍ୟୁ ପରେ ଏସ୍‌ସିବି ମେଡିକାଲ ଫାଣ୍ଡିରେ ଅଭିଯୋଗ କରାଯିବାରୁ ପୋଲିସ ଏତଲା ନେଲାନାହିଁ ବୋଲି ମୃତକଙ୍କ ବଡ଼ଭଉଣୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୫ ତାରିଖ ଜଗତ୍‌ସିଂହପୁର ଜିଲା ବାଗଲପୁର ଗ୍ରାମର ସୁଶାନ୍ତ ଦାସ (୨୦)ଙ୍କୁ ଏସ୍‌ସିବି କାଜୁଆଲିଟିକୁ ଅଣାଯାଇଥିଲା। ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଆଇସୋଲେଶନ ୱାର୍ଡରେ ରଖାଗଲା। ସୁଶାନ୍ତ ଜଣେ ପୁରୁଣା କିଡ୍‌ନୀ ରୋଗୀ ହୋଇଥିବାରୁ ଗତ ୧ ତାରିଖ ଏସ୍‌ସିବିରେ କରୋନା ଟେଷ୍ଟ ପରେ ଡାଏଲିସିସ୍‌ କରାଇ ଘରକୁ ଫେରିଥିଲେ। ସପ୍ତାହକୁ ୨ଥର ଡାଏଲିସିସ କରାଯିବା କଥା। ଗତ ୫ ତାରିଖ ସେ ଏସ୍‌ସିବିରେ ଭର୍ତ୍ତି ହେବା ଦିନ ହିଁ ଡାଏଲିସିସ୍‌ ହେବାର ଥିଲେ ମଧ୍ୟ ତାହା ୨ ଦିନ ଯାଏ ହୋଇ ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଫଳରେ ସୁଶାନ୍ତଙ୍କ ପେଟ ଫୁଲିଯାଇ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କ ପାଖରେ ରହିବାକୁ ଅନୁରୋଧ କରିଥିଲେ ମଧ୍ୟ ଡାକ୍ତର ଅନୁମତି ଦେଲେନାହିଁ। ଶୁକ୍ରବାର ରାତିରେ ସୁଶାନ୍ତ ବାଥ୍‌ରୁମ୍‌ ଯାଇଥିବା ବେଳେ ସେଇଠାରେ ହିଁ ପଡ଼ିଯାଇଥିଲେ। ଖବର ପାଇ ତାଙ୍କ ଭାଇ ହସ୍ପିଟାଲ ଷ୍ଟାଫ୍‌ଙ୍କଠାରୁ ପିପିଇ କିଟ୍‌ ମାଗି ସୁଶାନ୍ତଙ୍କ ପାଖରେ ପହଞ୍ଚତ୍ଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ପରିବାର ଲୋକେ କହିଛନ୍ତି। ଏନେଇ ନେଫ୍ରୋଲୋଜି ବିଭାଗର ଡା. ଚିତ୍ତରଞ୍ଜନ କର କହିଛନ୍ତି, ରୋଗୀ ଜଣକ ହେପାଟାଇଟିସ୍‌ ସି ପଜିଟିଭ ସାଙ୍ଗକୁ ଜଣେ କ୍ରନିକ କିଡ୍‌ନୀ ପେସେଣ୍ଟ ହୋଇଥିବା ବେଳେ କରୋନା ପଜିଟିଭ ମଧ୍ୟ ଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ଘରୋଇ ହସ୍ପିଟାଲକୁ ନେବେ କି ନା, ଦ୍ୱନ୍ଦ୍ୱରେ ଥିଲେ। ସେଥିପାଇଁ କାଗଜପତ୍ର ପ୍ରକ୍ରିୟା ଠିକ୍‌ ସମୟରେ ସେମାନେ କରିପାରି ନ ଥିଲେ କିମ୍ବା ଠିକ୍‌ ସମୟରେ ଡାଇଲିସିସ୍‌ ପାଇଁ ଆଣିପାରି ନ ଥିଲେ। ଅନ୍ୟପକ୍ଷରେ ଶନିବାର ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କ ଉପସ୍ଥିତିରେ କଟକ ମହାନଗର ନିଗମକୁ ସଂସ୍କାର ପାଇଁ ମୃତଦେହ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri