କରୋନା ଛଡ଼ାଇ ନେଉଛି କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ,ର,୭।୫: କେନ୍ଦ୍ରାପଡ଼ା ଜିଲାକୁ କରୋନା ସଂକ୍ରମଣ ବେକାବୁ କରୁଛି। ପ୍ରତିଦିନ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରବାସୀ ଘରକୁ ଫେରୁଛନ୍ତି। ରୋଜଗାର ନ ଥିବାରୁ ଜିଲାବାସୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି। ପ୍ରାୟ ୧୬ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏହି ଜିଲାରେ କର୍ମନିଯୁକ୍ତି ଆଶାନୁରୂପକ ମିଳୁନାହିଁ। ଜିଲାରେ ଶିଳ୍ପ, ବନ୍ଦର, ଖଣି, ଖାଦାନ ନାହିଁ। କୃଷି ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ରୋଜଗାର ପାଇଁ କୃଷି ଓ କ୍ଷୁଦ୍ରଶିଳ୍ପ ବିକଳ୍ପ ଅଛି। ତେବେ ଯୁବ ଉଦ୍ୟୋଗୀଙ୍କୁ ସିଙ୍ଗଲ ୱିଣ୍ଡୋରେ ପ୍ରକଳ୍ପ ମଞ୍ଜୁରୀ ସହ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରାଗଲେ ଏହି ସମସ୍ୟାର ବହୁମାତ୍ରାରେ ସମାଧାନ ହୋଇପାରିବ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଏ ସମ୍ପର୍କରେ ବୁଦ୍ଧିଜୀବୀ କଳ୍ପତରୁ ସାମନ୍ତରାୟ, ଉପେନ୍ଦ୍ର ସାମଲ, କରୁଣାକର କର, ସାମାଜିକ କର୍ମୀ ମନୋଜ କୁମାର ନାୟକ, ସାଗର ଜେନା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଆର୍ଥିକ ସ୍ଥିତିର ଉନ୍ନତି ପାଇଁ ଚାଷ ଏକ ବିକଳ୍ପ। ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ, ନାଳ ଜଳପଥ ଜିଲାରେ ଅଛି। ଏଥିସହ କୃଷି ପାଇଁ ମୌସୁମୀ ବର୍ଷା ପର୍ଯ୍ୟାପ୍ତ ହେଉଛି। ହରଡ଼, ଆଖୁ, ବାଦାମ, ପାମୋଲିନ, ସୂର୍ଯ୍ୟମୁଖୀ, ସୋରିଷ ଆଦି ଅର୍ଥକରୀ ଫସଲ ପାଇଁ ଚାଷଜମି ଥିଲେ ମଧ୍ୟ ଜଳ ପରିଚାଳନା ଏକ ସମସ୍ୟା ହୋଇଛି। ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଜରୁରୀ ହୋଇଛି। ମାଛଚାଷ ପାଇଁ ଜିଲାର ଜଳବାୟୁ ଅଧିକ ଉପଯୋଗୀ। ସେହିପରି ଆଳୁ, ଟମାଟୋ ଏଠାରେ ଚାଷ ହେଉଥିଲେ ମଧ୍ୟ ଚାଷୀ ଲାଭବାନ୍‌ ହୋଇ ପାରୁନାହାନ୍ତି। ଶୀତଳଭଣ୍ଡାର ନିର୍ମାଣ ସହ ଟମାଟୋ ସସ୍‌, ଆଳୁ ଚିପ୍‌ସ କାରଖାନା ପାଇଁ ପ୍ରୋତ୍ସାହିତ କରାଗଲେ ଯୁବ ଶିଳ୍ପୋଦ୍ୟୋଗୀ ପ୍ରକଳ୍ପ ପାଇଁ ଆଗେଇ ଆସିବେ। ଏହାବ୍ୟତୀତ ଚାଉଳ ଓ ଅଟାକଳ, ମସଲା ଗୁଣ୍ଡ ତିଆରି, ପିଇବା ପାଣି ପ୍ୟାକେଟିଂ, ଫିନାଇଲ ଓ ଧୂପ ନିର୍ମାଣ, ଝୋଟ ବ୍ୟାଗ, ପେପର କପ ପ୍ଲେଟ, ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ ଦ୍ୱାରା ଯୁବବର୍ଗଙ୍କ ନିଯୁକ୍ତି ସମସ୍ୟାର ସମାଧାନ ହେବ। ଜାତୀୟ ଉଦ୍ୟାନ ଭିତରକନିକା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଭାବେ ବିଶ୍ୱରେ ସୁଖ୍ୟାତି ଅର୍ଜନ କରିଛି। ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରାଗଲେ ଜିଲାର କାଇଁଛ, କାଠ, ନାଳିଆ ପତ୍ର, ଟେରାକୋଟା ଆଦି ସାମଗ୍ରୀର କୁଟୀର ଶିଳ୍ପରେ ଉନ୍ନତି ଆସିବ। ଏସବୁ ପାଇଁ ଜନସଚେତନତା ଆବଶ୍ୟକ। ଶିଳ୍ପୋଦ୍ୟୋଗୀଙ୍କ ପାଇଁ ସିଙ୍ଗଲ ୱିଣ୍ଡୋରେ ପ୍ରକଳ୍ପ ଅର୍ଥର ଋଣ ମଞ୍ଜୁରୀ ଦରକାର। ବିଦ୍ୟୁତ୍‌ ସମସ୍ୟାର ସମାଧାନ ସହ କୃଷି ଓ କ୍ଷୁଦ୍ରଶିଳ୍ପ ପାଇଁ ତାଲିମ ବ୍ୟବସ୍ଥା ହେଲେ ଜିଲାରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା କମିବ। ରାଜନେତା ଓ ପ୍ରଶାସକ ଏଥିପ୍ରତି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତି ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ଜିଲାରେ ମାତ୍ର ୧୬୮ କ୍ଷୁଦ୍ର ଶିଳ୍ପ ଅଛି। କୁଟୀର ଶିଳ୍ପ ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି। ଶିଳ୍ପୋଦ୍ୟୋଗୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପରେ ରିହାତି ଯୋଜନା ଅଛି। ଏହାର ସୁଯୋଗ ସେମାନେ ନେବା ଅବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri