Categories: ଖେଳ

ସର୍ବିୟାରୁ ଫେରିବା ପରେ ଫୁଟ୍‌ବଲରଙ୍କୁ କରୋନା

ଜେନେଭା,୩। ୭(ଏପି)-ପରିବାର ସହ ସର୍ବିଆ ପରିଭ୍ରମଣ କରି ଫେରିବା ପରେ ଦେଖିବାକୁ ମିଳିଥିଲା ସୁଇଜରଲାଣ୍ଡର ଜଣେ ଫୁଟ୍‌ବଲ ଖେଳାଳି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ସୁଇସ୍‌ ଫୁଟ୍‌ବଲ କ୍ଲବ ସେଣ୍ଟ୍‌ ଗ୍ୟାଲେନ୍‌ର ଏହି ଖେଳାଳି ଜଣକ ହେଲେ ବୋରିସ୍‌ ବାବିକ୍‌। ଗୁରୁତର ଆଣ୍ଠୁ ଇଞ୍ଜୁରୀରୁ ଆରୋଗ୍ୟ ଲାଭ କରିବା ପରେ ତାଙ୍କୁ ଦୁଇ ସପ୍ତାହ ସର୍ବିୟା ପରିଭ୍ରମଣ କରିବା ଲାଗି ଛୁଟି ମିଳିଥିଲା। ସେଣ୍ଟ ଗ୍ୟାଲେନ୍‌ କ୍ଲବ କହିଛି, ଏହି ୨୨ ବର୍ଷୀୟ ଫରଓ୍ବାର୍ଡ ଖେଳାଳିଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା। ସେ ସେ୍‌ଫ କ୍ୱାରାଣ୍ଟାଇନ୍‌ରେ ଥିଲେ। କୋଭିଡ୍‌-୧୯ ଟେଷ୍ଟରେ ତାଙ୍କର ପଜିଟିଭ ଆସଛି। ସୌଭାଗ୍ୟ ବଶତଃ ବାବିକ୍‌ ତାଙ୍କର କୌଣସି ଟିମ୍‌ମେଟ୍‌ଙ୍କ ସଂସ୍ପର୍ଶରେ ଆସି ନ ଥିଲେ। ଗତ ମାସରେ ନୋଭାକ୍‌ ଜୋକୋଭିଚ୍‌ ସର୍ବିୟା ଓ କ୍ରୋଏସିଆରେ ଏକ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ। ଇଭେଣ୍ଟ ଚାଲିଥିବାବେଳେ କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ଜୋକୋଭିଚ୍‌ ଓ ଅନ୍ୟ ୩ ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ଦେଖାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ସର୍ବିୟାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Share