ଅଟୋ, ଟ୍ୟାକ୍ସି ଚାଳକଙ୍କ ଜୀବିକା ଛଡ଼ାଇଛି କରୋନା

ପୁରୀ ଅଫିସ,୩୦।୫: କରୋନାର ଦ୍ୱିତୀୟ ଲହର ସମାଜର ମଧ୍ୟମ ଓ ଗରିବ ଶ୍ରେଣୀର ଜନସାଧାରଣ ପାଇଁ ଏବେ ବାଧକ ସାଜିଛି। ପୁରୀ ସହର ଏକ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ବର୍ଷତମାମ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି। ପର୍ଯ୍ୟଟକଙ୍କ ଉପରେ ନିର୍ଭର କରି ପୁରୀର ଅଧିକାଂଶ ଲୋକ ନିଜର ଜୀବନ ନିର୍ବାହ କରିଥାନ୍ତି। ମାତ୍ର କରୋନା କଟକଣା ଯୋଗୁ ପୁରୀକୁ ପର୍ଯ୍ୟଟକ ଆସୁ ନ ଥିବାରୁ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରି ଚଳୁଥିବା ବ୍ୟବସାୟୀ ଏବେ ଜୀବିକା ହରାଇ ବସିଛନ୍ତି। ଏହି ସମସ୍ୟା ଭିତରୁ ବାଦ୍‌ ପଡ଼ିନାହାନ୍ତି ପୁରୀର ଅଟୋ ଏବଂ ଟ୍ୟାକ୍ସି ଚାଳକମାନେ। କରୋନାର ପ୍ରଥମ ଲହରରେ କଷ୍ଟେମଷ୍ଟେ ଚାଳକମାନେ ଦିନ କଟିଥିବା ବେଳେ ଏବେ ଦ୍ୱିତୀୟ ଲହର ସେମାନଙ୍କ ଆର୍ଥତ୍କ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି। ଏପରିକି ନିଜ ପରିବାରକୁ ଦୁଇଓଳି ଖାଦ୍ୟ ଦେଇପାରୁ ନାହାନ୍ତିି।

ପୁରୀ ସହରରେ ଅଟୋ ଚଳାଇ ପେଟ ପୋଷୁଥିବା ହଜାରରୁ ଊର୍ଦ୍ଧ୍ୱ ଚାଳକ ଓ ମାଲିକମାନଙ୍କର ଏବେ ଚଳିବା କଷ୍ଟକର ହୋଇପଡ଼ିଛି। ଲକ୍‌ଡାଉନ, ଶଟ୍‌ଡାଉନ କାରଣରୁ ବେପାର ବନ୍ଦ ହୋଇଯାଇଛି। ଏପରି ସମୟରେ ଋଣ କିସ୍ତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଅଧିକାଂଶ ଅଟୋ ଚାଳକଙ୍କର କିସ୍ତି ଶୁଝିବାକୁ ବାକି ରହିଛି। ସହରକୁ ପର୍ଯ୍ୟଟକ ଆସିଲେ ଅଟୋ ଚାଳକ ଦୁଇପଇସା ରୋଜଗାର କରିଥାନ୍ତି ଓ ପରିବାର ପୋଷିଥାନ୍ତି। ତେବେ ବର୍ତ୍ତମାନ ପୁରୀ ସହରକୁ କିଛି ହାତଗଣତି ଟ୍ରେନ ଚାଲୁଥିବା ବେଳେ ଶଟ୍‌ଡାଉନ ଓ ଲକ୍‌ଡାଉନ ଯୋଗୁ ପର୍ଯ୍ୟଟକ ଆସିପାରୁନାହାନ୍ତି। ଫଳରେ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ ସମଦ୍ରକୂଳ ଅଞ୍ଚଳରେ ଶତାଧିକ ଅଟୋ ଏବଂ କାର୍‌ ଖରାରେ ଠିଆ ହୋଇ ରହୁଥିବା ଦେଖିବାକୁ ମିଳିଛି। ଅଟୋ ଚାଲୁ ନ ଥିବାରୁ କେତେକ ଅଟୋ ମଧ୍ୟ ଖରାପ ହୋଇଗଲାଣି। ତେଣୁ କରୋନା ସମୟରେ ସହାୟତା ପ୍ରଦାନ କରିବାକୁ ଅଟୋ ଚାଳକମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ପେଟପାଟଣା ପାଇଁ ଅଟୋ ଏବଂ ଟ୍ୟାକ୍ସି କିଣିଥିଲେ ମଧ୍ୟ କରୋନାଜନିତ କଟକଣା କାରଣରୁ ଏବେ ଗାଡ଼ିଗୁଡିକୁ ପୋଷିବାକୁ ପଡୁଛି ବୋଲି ଅଟୋ ଚାଳକ ବିନୋଦ କୁମାର ସାହୁ କହିଛନ୍ତି। ପୂର୍ବରୁ ଦିନକୁ ୩୦୦ରୁ ୫୦୦ ଟଙ୍କା ଭିତରେ ରୋଜଗାର ହେଉଥିବା ବେଳେ କରୋନା କାରଣରୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଘର ଚଳାଇବା ସମ୍ଭବ ହେଉନାହିଁ। ତେଣୁ ପୁରୀ ସହରରେ ଥିବା ଅଟୋ ଏବଂ ଟ୍ୟାକ୍ସି ଚାଳକମାନଙ୍କୁ କିଛି ଆର୍ଥତ୍କ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ବିଭିନ୍ନ ଅଟୋ ଏବଂ ଟ୍ୟାକ୍ସି ଚାଳକ ସଂଘ ପ୍ରଶାସନକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri