ଅଟୋ, ଟ୍ୟାକ୍ସି ଚାଳକଙ୍କ ଜୀବିକା ଛଡ଼ାଇଛି କରୋନା

ପୁରୀ ଅଫିସ,୩୦।୫: କରୋନାର ଦ୍ୱିତୀୟ ଲହର ସମାଜର ମଧ୍ୟମ ଓ ଗରିବ ଶ୍ରେଣୀର ଜନସାଧାରଣ ପାଇଁ ଏବେ ବାଧକ ସାଜିଛି। ପୁରୀ ସହର ଏକ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ବର୍ଷତମାମ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି। ପର୍ଯ୍ୟଟକଙ୍କ ଉପରେ ନିର୍ଭର କରି ପୁରୀର ଅଧିକାଂଶ ଲୋକ ନିଜର ଜୀବନ ନିର୍ବାହ କରିଥାନ୍ତି। ମାତ୍ର କରୋନା କଟକଣା ଯୋଗୁ ପୁରୀକୁ ପର୍ଯ୍ୟଟକ ଆସୁ ନ ଥିବାରୁ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରି ଚଳୁଥିବା ବ୍ୟବସାୟୀ ଏବେ ଜୀବିକା ହରାଇ ବସିଛନ୍ତି। ଏହି ସମସ୍ୟା ଭିତରୁ ବାଦ୍‌ ପଡ଼ିନାହାନ୍ତି ପୁରୀର ଅଟୋ ଏବଂ ଟ୍ୟାକ୍ସି ଚାଳକମାନେ। କରୋନାର ପ୍ରଥମ ଲହରରେ କଷ୍ଟେମଷ୍ଟେ ଚାଳକମାନେ ଦିନ କଟିଥିବା ବେଳେ ଏବେ ଦ୍ୱିତୀୟ ଲହର ସେମାନଙ୍କ ଆର୍ଥତ୍କ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି। ଏପରିକି ନିଜ ପରିବାରକୁ ଦୁଇଓଳି ଖାଦ୍ୟ ଦେଇପାରୁ ନାହାନ୍ତିି।

ପୁରୀ ସହରରେ ଅଟୋ ଚଳାଇ ପେଟ ପୋଷୁଥିବା ହଜାରରୁ ଊର୍ଦ୍ଧ୍ୱ ଚାଳକ ଓ ମାଲିକମାନଙ୍କର ଏବେ ଚଳିବା କଷ୍ଟକର ହୋଇପଡ଼ିଛି। ଲକ୍‌ଡାଉନ, ଶଟ୍‌ଡାଉନ କାରଣରୁ ବେପାର ବନ୍ଦ ହୋଇଯାଇଛି। ଏପରି ସମୟରେ ଋଣ କିସ୍ତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଅଧିକାଂଶ ଅଟୋ ଚାଳକଙ୍କର କିସ୍ତି ଶୁଝିବାକୁ ବାକି ରହିଛି। ସହରକୁ ପର୍ଯ୍ୟଟକ ଆସିଲେ ଅଟୋ ଚାଳକ ଦୁଇପଇସା ରୋଜଗାର କରିଥାନ୍ତି ଓ ପରିବାର ପୋଷିଥାନ୍ତି। ତେବେ ବର୍ତ୍ତମାନ ପୁରୀ ସହରକୁ କିଛି ହାତଗଣତି ଟ୍ରେନ ଚାଲୁଥିବା ବେଳେ ଶଟ୍‌ଡାଉନ ଓ ଲକ୍‌ଡାଉନ ଯୋଗୁ ପର୍ଯ୍ୟଟକ ଆସିପାରୁନାହାନ୍ତି। ଫଳରେ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ ସମଦ୍ରକୂଳ ଅଞ୍ଚଳରେ ଶତାଧିକ ଅଟୋ ଏବଂ କାର୍‌ ଖରାରେ ଠିଆ ହୋଇ ରହୁଥିବା ଦେଖିବାକୁ ମିଳିଛି। ଅଟୋ ଚାଲୁ ନ ଥିବାରୁ କେତେକ ଅଟୋ ମଧ୍ୟ ଖରାପ ହୋଇଗଲାଣି। ତେଣୁ କରୋନା ସମୟରେ ସହାୟତା ପ୍ରଦାନ କରିବାକୁ ଅଟୋ ଚାଳକମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ପେଟପାଟଣା ପାଇଁ ଅଟୋ ଏବଂ ଟ୍ୟାକ୍ସି କିଣିଥିଲେ ମଧ୍ୟ କରୋନାଜନିତ କଟକଣା କାରଣରୁ ଏବେ ଗାଡ଼ିଗୁଡିକୁ ପୋଷିବାକୁ ପଡୁଛି ବୋଲି ଅଟୋ ଚାଳକ ବିନୋଦ କୁମାର ସାହୁ କହିଛନ୍ତି। ପୂର୍ବରୁ ଦିନକୁ ୩୦୦ରୁ ୫୦୦ ଟଙ୍କା ଭିତରେ ରୋଜଗାର ହେଉଥିବା ବେଳେ କରୋନା କାରଣରୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଘର ଚଳାଇବା ସମ୍ଭବ ହେଉନାହିଁ। ତେଣୁ ପୁରୀ ସହରରେ ଥିବା ଅଟୋ ଏବଂ ଟ୍ୟାକ୍ସି ଚାଳକମାନଙ୍କୁ କିଛି ଆର୍ଥତ୍କ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ବିଭିନ୍ନ ଅଟୋ ଏବଂ ଟ୍ୟାକ୍ସି ଚାଳକ ସଂଘ ପ୍ରଶାସନକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri