Posted inବରଗଡ଼

କରୋନା ଛଡାଇ ନେଇଛି କଳାକାରଙ୍କ ଜୀବିକା, ସହାୟତା ଦାବି କଲା ଧନୁଯାତ୍ରା କଳାକାର ସଂଘ

ବରଗଡ ଅଫିସ,୧୭।୧୧: କରୋନା କଟକଣା ଯୋଗୁ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଦୀର୍ଘ ୮ମାସ ହେଲା ପରିବାର ପୋଷଣ ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇ ପଡିଛି। ଫଳରେ ମୁକ୍ତ ରଙ୍ଗମଞ୍ଚ କଳାକାରଙ୍କୁ ସହାୟତା ପ୍ରଦାନ କରିବାକୁ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ଦାବି କରିଛି। ଏହି କ୍ରମରେ ମଙ୍ଗଳବାର ସଂଘର ନେତୃତ୍ୱରେ ବହୁସଂଖ୍ୟକ କଳାକାର ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳ ଅଫିସକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ର୍ମିଧା ଟପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିଲେ। ମୁକ୍ତ ରଙ୍ଗମଞ୍ଚ ଖୋଲିବା ପାଇଁ ଅନୁମତି, ସମସ୍ତ କଳାକାରଙ୍କୁ ଭତ୍ତା ପ୍ରଦାନ, ମାସିକ କଳାକାର ଭତ୍ତାକୁ ୩ହଜାର ଟଙ୍କାକୁ ବୃଦ୍ଧି, ବିଜୁ ପକ୍କାଘର ଯୋଜନାରେ ଘର ଯୋଗାଇବା, ଋଣ ପ୍ରଦାନ ଆଦି ଦାବି କରାଯାଇଛି। ସଂଘର ସଭାପତି ଦୟାନିଧି ପ୍ରଧାନ, ଜଗଦାନନ୍ଦ ମିଶ୍ର, ସୁଶିଲ ମେହେର, ଚୈତନ୍ୟ ପାଇକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ହାତ ଛାଡିଲେ ପୂର୍ବତନ ବିଧାନସଭା ପ୍ରାର୍ଥୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସକୁ ଏକ ଝଟକା ଲାଗିଛି। ଜିଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରହିଥିବା...

ବିଜେପୁର ଆଶାୟୀ ଥିଲେ, ଅତାବିରା ପାଇଁ ପ୍ରାର୍ଥୀ ହେଲେ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ)-କଂଗ୍ରେସ ରବିବାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଅଭିଷେକ...

ଦୁଇ ଫୁଲମାଳାରେ ପରସ୍ପରକୁ ବାଛିଲେ ଜୀବନ ସାଥୀ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ଜାତିଆଣ ଭେଦଭାବ ମଧ୍ୟ ନ ଥିଲା । ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ବିଜୁ...

ଖଣ୍ଡା ବୁଲାଇଲେ ଦୁଇ ଭାଜପା ପ୍ରାର୍ଥୀ

ସରଣ୍ଡା,୧୪ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗାରେ ରବିବାର ହନୁମାନ ଜୟନ୍ତୀ ପାଳିତ ହୋଇଛି। ତେବେ ଏହି ଅବସରରେ ବାହାରିଥିବା ଶୋଭାଯାତ୍ରାରେ ଭାଜପାର ବରଗଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri