କରୋନା ଲଢ଼େଇ: ଶତ୍ରୁ ରାଷ୍ଟ୍ର ବି ପାଲଟିଲେ ମିତ୍ର

ଓ୍ବାଶିଂଟନ,୩।୧୨: କରୋନା ମହାମାରୀ ଲଢ଼େଇରେ ପୃଥିବୀର ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକ ଔଷଧ ପ୍ରସ୍ତୁତି ପାଇଁ ଦିନରାତି ଲାଗି ରହିଛନ୍ତି। ପୃଥିବୀର କଲ୍ୟାଣ ପାଇଁ ଶତ୍ରୁ ରାଷ୍ଟ୍ର ବି କରୋନା ବିରୋଧରେ ମିତ୍ର ଭଳି କାମ କରିଛନ୍ତି। ଏମ୍‌-ଆର୍‌ଏନ୍‌ଏ(ଏମ୍‌-ରାଇବୋ ନ୍ୟୁକ୍ଲିକ୍‌ଏସିଡ୍‌) ଜ୍ଞାନକୌଶଳ କ୍ଷେତ୍ରରେ ଗବେଷଣା କରୁଥିବା ହଙ୍ଗେରୀ, ଗ୍ରୀସ୍‌ ଏବଂ ତୁର୍କୀର ବୈଜ୍ଞାନିକ ଏଥିରେ ସାମିଲ୍‌ ହୋଇଛନ୍ତି। ଗ୍ରୀସ୍‌ ଏବଂ ତୁର୍କୀ ମଧ୍ୟରେ ଥିବା ଶତ୍ରୁତା କରୋନା ଲଢ଼େଇରେ ଉଭେଇ ଯାଇଛି। ହଙ୍ଗେରୀର କାଟାଲିନ୍‌ କାରିକୋଙ୍କର ଏମ୍‌-ଆର୍‌ଏନ୍‌ଏ ଗବେଷଣା ଆଧାରରେ ଫାଇଜର ଏବଂ ମୋଡର୍ନା କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଛି। ସେହିପରି ତୁର୍କୀର ବୈଜ୍ଞାନିକ ଉର୍‌ ସାହିନ୍‌ ଏବଂ ତାଙ୍କ ସ୍ତ୍ରୀ ଓଜଲେମ୍‌ ଟୁରେସିଙ୍କ ଦ୍ୱାରା ଏମ୍‌-ଆର୍‌ଏନ୍‌ଏ ଉପରେ ଗବେଷଣା କରାଯାଇଥିଲା। ଗ୍ରୀସ୍‌ର ବୈଜ୍ଞାନିକ ଅଲବର୍ଟ ବୁର୍ଲା ଫାଇଜରର ସିଓଇ ଭାବେ କାର୍ଯ୍ୟ କରୁଛନ୍ତି। ସେ କରୋନା ଲଢ଼େଇ ପାଇଁ କରିଥିବା ଗବେଷଣା ଲାଗି ସରକାରଙ୍କଠାରୁ ପାରିଶ୍ରମିକ ନେବାକୁ ମନା କରିଦେଇଛନ୍ତି। ଏମ୍‌-ଆର୍‌ଏନ୍‌ଏ ଜ୍ଞାନକୌଶଳ ଦ୍ୱାରା ଶରୀରରେ ଥିବା କୋଷିକାରେ ପ୍ରୋଟିନ୍‌ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଏହାଯୋଗୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ, ୮ ଦିନରେ ୬,୩୯୨ ଜୀବନ ନେଲାଣି କରୋନା…

ନୂଆଦିଲ୍ଲୀ, ୧।୨ : ଜାନୁୟାରୀ ୨୫ଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୮ ଦିନରେ କରୋନା ମହାମାରୀ ୬,୩୯୨...

ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି...

ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଦେଖି ନେପାଳ ଲୋକ ବହୁତ ଖୁସି: ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର...

୧୦୦ କୋଟି ଡୋଜ୍‌ ଟିକା ଦେବ ଜି ୭

କାର୍ବିସ୍‌ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକା...

ଆମେରିକା ହିଂସା: ଇସ୍ତଫା ଦେଲେ ହ୍ୱାଇଟ ହାଉସର ଦୁଇ ମୁଖ୍ୟ ଅଧିକାରୀ

ୱାଶିଂଟନ,୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଉଡେନଙ୍କୁ ଅଫିସିୟାଲି ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସା...

ରୁଷିଆକୁ ଶସ୍ତାରେ ତୈଳ ଦେବାକୁ ଦାବି କଲା ଭାରତ

ନୂଆଦିଲ୍ଲୀ/ମସ୍କୋ,୫।୫: ଗତ ୨ମାସ ହେଲାଣି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣ ଯୋଗୁ ସମସ୍ତ ପଶ୍ଚିମ ଦେଶ ରୁଷିଆକୁ ବିରୋଧ କରିବା...

ହେୟାର କଟ୍‌ କଲେ ଇଲିୟାନା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀ ନିଜ କାମ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରୁଥିବା ନଜରକୁ ଆସିଛନ୍ତି। ଏହି ବଲିଉଡ...

୧୦୬ ବର୍ଷରେ ପ୍ରଥମଥର ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ

ଲଣ୍ଡନ,୧୬ା୧୨: ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟସେବାରେ ନିୟୋଜିତ ନର୍ସମାନେ ଦୀର୍ଘ ୧୦୬ ବର୍ଷ ପରେ ଧର୍ମଘଟ କରିଛନ୍ତି। ଯାହାକି ଇତିହାସରେ ପ୍ରଥମଥର। ଇଂଲଣ୍ଡ, ୱେଲ୍ସ ଏବଂ ଉତ୍ତର...

Advertisement
Archives

Model This Week