କରୋନାର ଆୟୁର୍ବେଦୀୟ ଚିକିତ୍ସା

କରୋନା ଅର୍ଥ ବଳୟ। ଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ବଳୟ ଘେରି ରହିଥାଏ। ସେହି ଆକାର ଭୂତାଣୁ ପ୍ରାଣୀଙ୍କଠାରେ ଦେଖାଦେଇଥାଏ। ଏପରି ଭୂତାଣୁ ପ୍ରାଣୀ ବା ବାଦୁଡିଠାରୁ ମନୁଷ୍ୟକୁ ଚାଇନାରେ ସଂକ୍ରମିତ ହୋଇଥିଲା। ତା’ପରେ ତାହା ମନୁଷ୍ୟରୁ ମନୁଷ୍ୟକୁ କ୍ରମଶଃ ସଂକ୍ରମିତ ହୋଇଚାଲିଛି। ଏହା ମୁଖ୍ୟତଃ ଶ୍ୱସନ ସଂସ୍ଥାନକୁ ସଂକ୍ରମିତ କରି ଅକାମୀ କରିଦିଏ। ଏହାଦ୍ୱାରା ରୋଗୀର ଶ୍ୱାସଜନିତ ମୃତ୍ୟୁ ହୋଇଥାଏ। ଏହି ସଂକ୍ରମିତ ବ୍ୟକ୍ତିର କାଶ, ଛିଙ୍କରୁ ବାହାରୁ ଥିବା କ୍ଷୁଦ୍ର କଣିକା କୌଣସି ଉପାୟରେ ନାସା ଓ ମୁଖ ଦେଇ ସୁସ୍ଥ ବ୍ୟକ୍ତି ଶ୍ୱାସନଳୀରେ ପ୍ରବେଶ କଲେ ସେ ସଂକ୍ରମିତ ହୋଇଥାଆନ୍ତି।
ଏହି ରୋଗର ଟିକା ଏବଂ ଔଷଧ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ରୂପେ ନିରୂପଣ କରାଯାଇପାରିନାହିଁ। ଏଥିରୁ ରକ୍ଷା ପାଇବାକୁ ହେଲେ ବ୍ୟକ୍ତି ଘରୁ ନ ବାହାରି ଘରେ ମଧ୍ୟରେ ରହିବା ଆବଶ୍ୟକ। ବାହାରକୁ ବାହାରିଲେ ମୁହଁରେ ରୁମାଲ, ମାସ୍କ ବାନ୍ଧି ବାହାରନ୍ତୁ। ପ୍ରତ୍ୟେକ ଦିନ ସେହି ମାସ୍କ କିମ୍ବା ରୁମାଲକୁ ଭଲ ଭାବରେ ଡେଟଲ ପାଣିରେ ସଫା କରନ୍ତୁ। ସାବୁନ ନ ହେଲେ ହ୍ୟାଣ୍ଡଓ୍ବାଶରେ ହାତକୁ ଭଲ ଭାବରେ ଧୁଅନ୍ତୁ। ସାନିଟାଇଜର ବ୍ୟବହାର କରନ୍ତୁ। ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ଏହାବ୍ୟତୀତ ଏହି ରୋଗକୁ ପ୍ରତିହତ କରିବା ପାଇଁ ଦୈନିକ ୩/୪ଥର ଉଷୁମ ଲୁଣ ପାଣିରେ କୁଳି କରିବେ। ତେଜପତ୍ର, ଅଦା, ମିଶ୍ରି, ଅଗସ୍ତିଫୁଲ, ତୁଳସୀଜଟା ଓ ଗୋଲମରିଚ ଫୁଟାଇ ଉଷୁମ କରି ଚା ପରି ଦେଢ଼ କପ ଦୈନିକ ଦୁଇ ଥର ପାନ କରିବେ। ଥଣ୍ଡା ପ୍ରତି ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଦୈନିକ ସକାଳେ ତୁଳସୀପତ୍ର ୧୦ଟି ଓ ବାସଙ୍ଗ ପତ୍ର ୩ଟିର ସ୍ବରସ ମହୁ ସହ ମିଶାଇ ପାନ କରିବେ। ଏହାବ୍ୟତୀତ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମହାଲକ୍ଷ୍ମୀ ବିଳାସ ରସ, ମକରଧ୍ୱଜ, ମୃତ୍ୟୁଞ୍ଜୟ ରସ, କଫକେତୁ, କଫ ଚିନ୍ତାମଣି ମାତ୍ରାନୁସାରେ ମହୁ ସହ ସେବନ କଲେ ମଧ୍ୟ ଏହି ରୋଗରୁ ରକ୍ଷା ପାଇପାରିବ।
– ଡା. ଆଶିଷ ବାନାର୍ଜୀ
ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri