କରୋନା ଓ ଦିବ୍ୟାଙ୍ଗ ଶିଶୁ

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

କରୋନା ମହାମାରୀ ପିଲାମାନଙ୍କ ପାଇଁ ଅଧିକ ଯନ୍ତ୍ରଣାଦାୟକ ହୋଇଛି । କାରଣ ଶିଶୁମାନଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ଓ ମନସ୍ତାତ୍ତ୍ୱିକ ଦିଗ, ସବୁକିଛିକୁ ଏହା ଦୁଃଖଦ କରିଛି। ଦିବ୍ୟାଙ୍ଗ ଶିଶୁଙ୍କ ସ୍ବାସ୍ଥ୍ୟ ସତର୍କତା ଆମପରି ବାକ୍‌ଶ୍ରବଣ ବିଶେଷଜ୍ଞଙ୍କ ପାଇଁ ବଡ଼ ଆହ୍ବାନ ମଧ୍ୟ ସୃଷ୍ଟି କରିଛି। ଦିବ୍ୟାଙ୍ଗ ପିଲାମାନେ ଅନେକ କ୍ଷେତ୍ରରେ ସେମାନଙ୍କ ଦୃଷ୍ଟିଶକ୍ତି ହେଉ ବା ଶ୍ରବଣ ଶକ୍ତି ବା ମାନସିକ ଅନଗ୍ରସରତା ଏ ସବୁ ସେମାନଙ୍କ ପାଇଁ ଅତ୍ୟନ୍ତ ଘାତକ ସାଜୁଛି। ତଥ୍ୟ ଅନୁସାରେ ଭାରତରେ ୭.୮ ମିଲିୟନ ପିଲା (-୧୯ ବର୍ଷ) ଶାରୀରିକ ଅଥବା ମାନସିକସ୍ତରରେ ଦିବ୍ୟାଙ୍ଗ । ଏହି ଦିବ୍ୟାଙ୍ଗ ଏବଂ ବିଳମ୍ବିତ ବିକାଶ ଶିଶୁମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ କ୍ଷେତ୍ରରେ ପରିପୂର୍ଣ୍ଣ ବିକାଶ ପାଇଁ ଏମାନଙ୍କୁ ବିଭିନ୍ନ ପ୍ରକାରର ଥେରାପି ଯଥା ଫିଜିଓଥେରାପି, ଅକୁପେସନାଲ ଥେରାପି, ସ୍ପିଚ ଥେରାପି, ସ୍ପେଶାଲ ଏଜୁକେଶନ ଏବଂ ସର୍ବୋପରି ଶ୍ରବଣଯନ୍ତ୍ରର ଆବଶ୍ୟକତା ପଡ଼ିଥାଏ। ଏହି ପିଲାମାନେ ଅସାମାନ୍ୟ ହୋଇଥିବାରୁ ଏବଂ ଅନେକ କ୍ଷେତ୍ରରେ ଏମାନଙ୍କ ଯତ୍ନ ନେବା ପାଇଁ ଜଣେ ସଦସ୍ୟ ସବୁ ସମୟରେ ଆବଶ୍ୟକ ହୁଏ। କରୋନା ମହାମାରୀ ସମୟରେ ସାମାଜିକ ଦୂରତା ଅବଲମ୍ବନ କାରଣରୁ ବହୁ ଥେରାପି କେନ୍ଦ୍ର, ଡେ କେୟାର ସେଣ୍ଟର ମଧ୍ୟ ବନ୍ଦ ରହୁଛି। ଏବେ ଏହି ଦିବ୍ୟାଙ୍ଗ ପିଲାମାନେ ଘରେ ବନ୍ଦ। ଏମାନଙ୍କର ଏକମାତ୍ର ସହାୟ ହେଉଛନ୍ତି ପରିବାରର ସଦସ୍ୟ। ପରିବାର ସଦସ୍ୟ ଓ ବାପା, ମାଆଙ୍କର ଯେଉଁ ଚିନ୍ତା ବଢ଼ିଯାଏ ତାହା ପିଲାମାନଙ୍କ ମନସ୍ତାତ୍ତ୍ୱିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। କିଛି କ୍ଷେତ୍ରରେ ଦେଖାଯାଉଛି ଯେ, ଯଦି ଶିଶୁମାନଙ୍କର ପ୍ରାଥମିକ ଯତ୍ନ ପ୍ରଦାନ କରୁଥିବା ବ୍ୟକ୍ତି କରୋନା ଅଥବା ଅନ୍ୟ ରୋଗରେ ପୀଡ଼ିତ ହେଉଛି ତେବେ ଏମାନଙ୍କ କ୍ଷେତ୍ରରେ ଏହା ବଡ଼ ସମସ୍ୟା ସୃଷ୍ଟି କରୁଛି। ଦିବ୍ୟାଙ୍ଗ ଶିଶୁମାନଙ୍କ କ୍ଷେତ୍ରରେ ଖାଇବା, ଶୋଇବା ଓ ସେମାନଙ୍କର ଶାରୀରିକ ବିକାଶ କ୍ଷେତ୍ର ମଧ୍ୟ ବିଳମ୍ବିତ ହେଉଛି। ଅନେକ ମାଆବାପା ସେମାନଙ୍କୁ ଚିକିତ୍ସା କରିବା ପାଇଁ ନା ସେମାନଙ୍କ ପାଖରେ ସମ୍ବଳ ଥାଏ ନା ସଚେତନତା। ଛୋଟପିଲା ଅନେକ ସମୟରେ ପାଟିରେ, କାନରେ ହାତ ପୂରାଇଥାନ୍ତି। ସେମାନେ ଶରୀରର ଅପରିଷ୍କାର ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ସେମାନେ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନ ହେବାକଥା।
ପରିବାରର ପ୍ରତି ସଦସ୍ୟ ବାହାରୁ ଘରକୁ ଆସିବା ପରେ ଭଲରେ ହାତ ଗୋଡ଼ ଧୋଇ, ସାନିଟାଇଜ କରିବା ପରେ ପିଲାଙ୍କ ପାଖକୁ ଯାଆନ୍ତୁ। ଦିବ୍ୟାଙ୍ଗ ଶିଶୁମାନଙ୍କୁ କିପରି ଘରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ନ ଦେଲେ ସେମାନଙ୍କ ବିକାଶ ପ୍ରଭାବିତ ହେବ। ଶିଶୁର ମାଂସପେଶୀକୁ ସବଳ କରିବା ପାଇଁ ବୟସାନୁସାରେ ବିକାଶ ହେବା ଲାଗି ଘରେ ଥିବା ଭାରି ବସ୍ତୁକୁ ଠେଲିବା ବା ଟାଣିବା, ଗୁରୁଣ୍ଡିବା ବା ଆଣ୍ଠେଇବା, ଖଟ ଉପରେ ଡେଇଁବା, ଦଉଡିର ଦୁଇ ପାର୍ଶ୍ୱକୁ ଟାଣିବା, ଶିଡ଼ିରେ ଉପରତଳ ହେବା ପରି ଖେଳ ଖେଳିବା ଆଦି କାର୍ଯ୍ୟରେ ପିଲାଙ୍କୁ ବ୍ୟସ୍ତ ରଖନ୍ତୁ। ଏହି ସମୟରେ ଧ୍ୟାନ ଦିଅନ୍ତୁ, ଯେପରି ପିଲାଟିକୁ କୌଣସି ଆଘାତ ନ ଲାଗେ। ନିଜ ପିଲାକୁ ବୋତଲର ଠିପି ଖୋଲିବା, ବନ୍ଦ କରିବା, ମାଳି ଗୁନ୍ଥିବା, କାଦୁଅ ବା ଅଟାରେ ବିଭିନ୍ନ ବସ୍ତୁ ତିଆରି କରିବା, ଓଦା ବାଲି ଉପରେ ଅକ୍ଷର ଲେଖିବା, କାଗଜକୁ ବିଭିନ୍ନ ଆକାରରେ ଭାଙ୍ଗିବା, ରଙ୍ଗ କରିବା ପାଇଁ ଉତ୍ସାହିତ କଲେ ଶରୀରର ଛୋଟ ମାଂସପେଶୀ ସବଳ ହେବା ସହ ସୂକ୍ଷ୍ମ କାର୍ଯ୍ୟଶୈଳୀର ବିକାଶ ହୋଇଥାଏ। ଶିଶୁର ମାନସିକ ଓ ସ୍ମୃତି ଶକ୍ତିର ବିକାଶ ପାଇଁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଚିହ୍ନାଇବା, ଅକ୍ଷର ମ୍ୟାଚ କରିବା, ଘରର ପ୍ରତିଟି ବ୍ୟକ୍ତିଙ୍କ ନଁା କହିବା, ଘର ଭିତରେ ପିଲାର ବୟସାନୁସାରେ ଖେଳ ଖେଳାଇବା ଇତ୍ୟାଦି କାର୍ଯ୍ୟରେ ପିଲାକୁ ନିୟୋଜିତ କରିବା ଜରୁରୀ। ଘରେ ଥିବା ସମସ୍ତ ସଦସ୍ୟ ଦିବ୍ୟାଙ୍ଗ ପିଲାଙ୍କ ସହିତ ଆଖିରେ ଆଖି ନ ମିଶାଇ କଥା ହେବା ଅଟିଜିମ୍‌ର ଲକ୍ଷଣ। ତେଣୁ ଏ ଶ୍ରେଣୀ ବିଲକ୍ଷଣ ପିଲାଙ୍କ ସହିତ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ। ଆମେ ଏପରି କଲେ ଶିଶୁ ଅଧିକ ସମାଜଧର୍ମୀ ହୁଏ। ସେମାନଙ୍କ ସହିତ ଖେଳନ୍ତୁ। ଧ୍ୟାନ ଓ ଏକାଗ୍ରତା ବଢ଼ାଇବା ପାଇଁ ନିଜ ମୁଣ୍ଡରେ ଲାଲ ରଙ୍ଗର ବିନ୍ଦି ଲଗାଇ ପିଲାଙ୍କୁ ଛୁଇଁବା ବା କାଢ଼ିବା ପାଇଁ କୁହନ୍ତୁ। ଆବଶ୍ୟକ ହେଲେ ପିଲାର ପ୍ରିୟ କଣ୍ଢେଇର ବିଭିନ୍ନ ଅଙ୍ଗରେ ଲାଲ ବିନ୍ଦି ମାରିବାକୁ ଏବଂ କାଢ଼ିବାକୁ ଶିଖାଇବା ସଙ୍ଗେ ସଙ୍ଗେ ଏହି ଖେଳଟିକୁ ବୁଲେଇ ବଙ୍କେଇ ଶିଶୁ କୈନ୍ଦ୍ରିକ କରନ୍ତୁ। ସେମାନଙ୍କୁ ବଡ଼ ପାଟିରେ ତାଗିଦ୍‌ କରନ୍ତୁ ନାହିଁ। ପାଟିରୁ ଲାଳ ଗଡ଼ୁଥିବା ବା ଗଡ଼ାଇବା ପରି ସମସ୍ୟା ଲାଗି ରହିଥିବା ଶିଶୁମାନଙ୍କୁ ପାଟିର ବ୍ୟାୟାମ ଯଥା ବେଲୁନ ଫୁଙ୍କିବା, ନଳୀରେ ପାଣି ଶୋଷି ପିଇବା, ହୁଇସିଲ ବଜାଇବା, ମହମବତିକୁ ଫୁଙ୍କି ଲିଭାଇବା, ଜିଭକୁ ପାଟି ଭିତରେ ତଳ ଉପରେ କରିବା, ଓଠରେ ଖଟା ବା ମିଠା ଲଗାଇ ଚଟାଇବା, ଛୋଟ ଜିଭ ବା ଘଣ୍ଟିକାର ମସାଜ କରିବା ଏବଂ ଖାଦ୍ୟକୁ ଚୋବାଇ ଖାଇବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଶିଶୁକୁ ବିଭିନ୍ନ ପ୍ରକାରର ଶବ୍ଦ ଯଥା ଘଣ୍ଟି ବଜାଇ ଶୁଣାଇବା, ଘରର ଲୋକମାନଙ୍କର କଣ୍ଠ ସ୍ବର ଶୁଣାଇବା, ଗୀତ ଶୁଣାଇବା ଓ ତାଙ୍କୁ ଶବ୍ଦ ଶୁଣି ଦିଗ ବାରିବା ଏବଂ କହିବା ପାଇଁ ଉତ୍ସାହିତ କରନ୍ତୁ। ଶ୍ରବଣହୀନ ପିଲାମାନେ ନିୟମିତ ଶ୍ରବଣଯନ୍ତ୍ର ବ୍ୟବହାର କରନ୍ତୁ। ନିୟମିତ ବ୍ୟବଧାନରେ ଶ୍ରବଣଯନ୍ତ୍ର ଠିକ୍‌ କାମ କରୁଛି ନା ନାହିଁ, ଅଭିଭାବକମାନେ ତାହା ପରୀକ୍ଷା କରାଇନିଅନ୍ତୁ।
ବାକ୍‌ଶ୍ରବଣ ବିଶେଷଜ୍ଞ, ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri