ଜିଲାରେ ବୃଦ୍ଧି ପାଉଛି ମକାଚାଷ

ବ୍ରହ୍ମପୁର,୧୯ା୯ (ସ୍ମୃତି ରଞ୍ଜନ ମହାଲିକ): ଧାନ ଭଳି ମକା ଚାଷ ମଧ୍ୟ ଗଞ୍ଜାମ ଜିଲାରେ ଚାଷୀଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ମକା ଚାଷୀ ପରିବାର ରହିଥିବା ଅନୁମାନ କରାଯାଉଛି। ଏହି ଚାଷରେ କମ ପରିମାଣର ପାଣି ଆବଶ୍ୟକ ହେଉଥିବା ବେଳେ କମ ଖର୍ଚ୍ଚରେ ଚାଷୀ ଅଧିକ ଲାଭବାନ ହୋଇଥାଏ। ଫଳରେ ଜିଲାରେ ମକା ଚାଷୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଛି। ମକା ମାଟିରୁ ଅଧିକ ଖାଦ୍ୟ ସାର ଗ୍ରହଣ କରିଥାଏ। ଯାହାଦ୍ୱାରା ମକାକୁ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଭାବେ ଗ୍ରହଣ କରାଯାଇଥାଏ। କିନ୍ତୁ ମକା ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁ ନାହିଁ। ଫଳରେ ଚାଷୀ ନିଜସ୍ବ ଉଦ୍ୟମରେ ଜିଲା ଏବଂ ଜିଲା ବାହାର ବ୍ୟବସାୟୀଙ୍କୁ ରପ୍ତାନୀ କରି ଅର୍ଥ ଉପାର୍ଜନ କରିଥାଏ। ଅନ୍ୟପଟେ ଚାଷର କ୍ଷତି ପୂରଣ ଦିଗରେ କାୈଣସି ସରକାରୀ ସହାୟତା ମିଳୁ ନ ଥିବା କାରଣରୁ ବହୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଗଞ୍ଜାମ ଜିଲାରେ ବିଶେଷ କରି ଦେଶୀ ତଥା ଉନ୍ନତ କିସମ, ଶଙ୍କରଜାତୀୟ ଓ ମିଠା ମକା ଚାଷ ହୋଇଥାଏ। ଚଳିତ ଖରିଫ ଋତୁରେ ଜିଲାରେ ୩୭ ହଜାର ୫୩୦ ହେକ୍ଟର ମକା ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ଜିଲାରେ ୩୧ ହଜାର ୫୧୩ ହେକ୍ଟର ଜମିରେ ଚାଷ ହେଉଥିବା ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥିମଧ୍ୟରୁ ଆସ୍କା ବ୍ଲକରେ ୧୪୦୫ ହେକ୍ଟର, ଶେରଗଡ ୮୨୫, ଧରାକୋଟ ୧୬୬୦, ସୋରଡା ୧୯୪୫, ପାତ୍ରପୁର ୧୫୨୬, ଚିକିଟି ୭୩୦, ରଙ୍ଗେଇଲୁଣ୍ଡା ୩୪୫, ଭଞ୍ଜନଗର ୩୧୮୫, ବେଲଗୁଣ୍ଠା ୨୦୬୮, ଜଗନ୍ନାଥପ୍ରସାଦ ୩୮୦୦, ବୁଗୁଡା ୨୮୪୧, ଛତ୍ରପୁର ୧୫୫, ପୁରୁଷୋତ୍ତମପୁର ୬୮୩, ଗଞ୍ଜାମ ୨୩୫୦, ହିଞ୍ଜିଳିକାଟୁ ୨୬୫, ଦିଗପହଣ୍ଡି ୬୫୦, ସାନଖେମୁଣ୍ଡି ୮୪୧, କୁକୁଡାଖଣ୍ଡି ୫୧୫, ଖଲିକୋଟ ୨୧୯୫, ବେଗୁନିଆପଡା ୧୩୧୧, କବିସୂର୍ଯ୍ୟନଗର ୭୭୩, ପୋଲସରା ୧୪୦୫ ହେକ୍ଟର ଜମିରେ ମକା ଚାଷ ହୋଇଥିବା ସୂଚନା ମିଳିଛି। ତେବେ ଜିଲାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ମକା ଚାଷୀ ପରିବାର ରହିଥିବା ସୂଚନା ମିଳିଛି। ତେବେ ଆସିକା ଅଞ୍ଚଳର ଚେରମାଳିଆ, ସାନରାମଚନ୍ଦ୍ରପୁର, ବୁଗୁଡା, ଗଞ୍ଜାମ ଓ ରମ୍ଭା ଅନ୍ତର୍ଗତ ବିରୁଡିଗଡ ଅଞ୍ଚଳରେ ଅଧିକ ପରିମାଣର ମକା ଉପତ୍ାଦନ ହେଉଛି। ମକା ବିହନ ଯୋଗାଇବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କାରଣରୁ ଚାଷୀମାନେ ବିଭିନ୍ନ ବେସରକାରୀ ସଂସ୍ଥାରୁ ବିହନ କିଣି ଚାଷ କରିଥାନ୍ତି। ଗୋଟିଏ ହେକ୍ଟର ମକା ଚାଷ ନିମନ୍ତେ ୭୪ ହଜାର ୨୫୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଚାଷରେ ଯଦି କୌଣସି କ୍ଷତି ଘଟେ ତେବେ ଚାଷୀଙ୍କୁ ସେ କରିଥିବା ବୀମା ଅନୁଯାୟୀ କ୍ଷତିପୂରଣ ମିଳିଥାଏ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କହିଛନ୍ତି। କିନ୍ତୁ ମକା ଚାଷରେ ପାରା କିମ୍ବା ବାରହା ଖାଇଗଲେ ସରକାରଙ୍କ ପକ୍ଷରୁ କୌଣସି କ୍ଷତିପୂରଣ ବ୍ୟବସ୍ଥା ନ ଥିବା ସେ କହିଛନ୍ତି।
ତେବେ ଜିଲାରେ ମକା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତଦନୁଯାୟୀ ସରକାର ଚାଷୀଙ୍କୁ ଉତ୍ତମ କିସମର ବିହନ ଯୋଗାଇବା ସହ ଫସଲ ନଷ୍ଟ ବାବଦକୁ କ୍ଷତିପୂରଣ ଯୋଗାଇବା ପାଇଁ ମକା ଚାଷୀମାନେ ଦାବି କରିଛନ୍ତି। ଆସ୍କା ଅଞ୍ଚଳର ଚାଷୀ ଜିତେନ୍ଦ୍ର କୁମାର ବିଶୋୟୀ କହିଛନ୍ତି ଯେ, ମକା ଚାଷ କରିବା ପରେ ପାରା, ବାରହା ଓ ବିଲୁଆ ଖାଇ ଦେବା ଭୟ ରହୁଛି। ଯେଉଁଥିପାଇଁ ୨୪ ଘଣ୍ଟା ଜମିରେ ଜଗିବାକୁ ପଡୁଛି। ତଥାପି ପଶୁ ଉପଦ୍ରବରେ କ୍ଷତି ସହୁଛୁ। କିନ୍ତୁ କ୍ଷତି ପୂରଣ ବାବଦକୁ ସରକାରଙ୍କ ପକ୍ଷରୁ କୌଣସି କ୍ଷତି ପୂରଣ ମିଳି ନାହିଁ। ଏପରିକି ମକା ଚାଷ ପାଇଁ ବିହନ ମଧ୍ୟ ବେସରକାରୀ ସଂସ୍ଥାରୁ କିଣି ଚାଷ କରୁଛୁ। ଫଳରେ ଦର ମଧ୍ୟ ଅଧିକ ରହୁଛି। ଏଣୁ ଧାନ ଭଳି ସୋସାଇଟି ମାଧ୍ୟମରେ ମକା ବିହନ ପ୍ରଦାନ କରାଗଲେ ଚାଷୀ ଉପକୃତ ହେବା ସାଙ୍ଗକୁ ଅଧିକ ଖର୍ଚ୍ଚାନ୍ତର ଶିକାର ହେବେ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ଋଷିକୁଲ୍ୟା ରୟତ ମହାସଭାର ସଂପାଦକ ସୀମାଞ୍ଚଳ ନାହାକ କହିଛନ୍ତି ଯେ, ଜିଲାରେ ମକା ଚାଷୀଙ୍କ ନିମନ୍ତେ ସରକାର କୌଣସି ସହାୟତାର ବ୍ୟବସ୍ଥା କରି ନାହାନ୍ତି। ଫଳରେ ଜିଲାରେ ଅନେକ ମକା ଚାଷୀ ଫସଲ କ୍ଷତିରେ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଣୁ ଧାନ ଭଳି ମକା ଚାଷୀଙ୍କୁ ମଧ୍ୟ ସରକାରୀ ସହାୟତା ସାଙ୍ଗକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri