Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ପେରୁ- କଲମ୍ବିଆ ସମ୍ମାନ ଲଢ଼େଇ

ବ୍ରାସିଲିଆ,୧୦।୭: କୋପା ଆମେରିକା ଟୁର୍ନାମେଣ୍ଟର ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଶନିବାର ରାତିରେ ଟାଇଟଲ ପାଇଁ ଦୁଇ ଫୁଟ୍‌ବଲ ପାଓ୍ବାର ହାଉସ ମୁକାବିଲାରେ ଅବତୀର୍ଣ୍ଣ ହେବେ। ସେହିପରି ତୃତୀୟ ସ୍ଥାନ ପାଇଁ ଏବେ ସେମିଫାଇନାଲ ଦୁଇ ପରାଜିତ ଦଳ ପେରୁ ଓ କଲମ୍ବିଆ ଶନିବାର ପରସ୍ପରକୁ ଭେଟିବେ। ସମ୍ମାନ ପାଇଁ ଲଢେଇ କରିବାକୁ ଯାଉଥିବା ଏହି ଦୁଇ ଦେଶ ବିଜୟ ସହ ଟୁର୍ନାମେଣ୍ଟରେ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି।
ଫାଇନାଲ ପୂର୍ବରୁ ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟୀ ହୋଇ ଦୁଇ ଦଳ ପୁଣି ଥରେ ସେପ୍ଟେମ୍ବରରେ ବିଶ୍ୱକପ୍‌ କ୍ୱାଲିଫାୟର୍ସକୁ ପ୍ରତ୍ୟାବର୍ତ୍ତନ କରିବେ। ଆସନ୍ତା ବର୍ଷ କାତାରରେ ଫିଫା ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଦୁଇ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ବ୍ରାଜିଲ ଓ ଆର୍ଜେଣ୍ଟିନା ପରେ ଦକ୍ଷିଣ ଆମେରିକାରେ ଶ୍ରେଷ୍ଠ ତୃତୀୟ ଦଳ ହେବା ମଧ୍ୟ ଏକ ବଡ଼ ସଫଳତା ବୋଲି କଲମ୍ବିଆ କୋଚ ରେଇନାଲ୍ଡୋ ରୁଏଡା କହିଛନ୍ତି। ସାଉଥ ଆମେରିକାନ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ କଲମ୍ବିଆ ଏବେ ପଞ୍ଚମ ସ୍ଥାନରେ ରହିଛି ଓ ବିଶ୍ୱକପ୍‌ ଯୋଗ୍ୟତା ହାସଲ ପାଇଁ କେତେପାଦ ଦୂରରେ ରହିଛି। ବ୍ରାଜିଲ, ଆର୍ଜେଣ୍ଟିନା, ଇକ୍ୱେଡର, ଉରୁଗୁଏ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିସାରିଛନ୍ତି।
ଅନ୍ୟପଟେ ପେରୁ କିନ୍ତୁ ଦକ୍ଷିଣ ଆମେରିକା ବିଶ୍ୱକପ୍‌ କ୍ୱାଲିଫାୟର୍ସ ତାଲିକାର ଦଶମ ତଥା ଅନ୍ତିମ ସ୍ଥାନରେ ରହିଛ। ୨୦୧୮ ବିଶ୍ୱକପ୍‌ ହିରୋ ରିକାର୍ଡୋ ଗାରେକା ଏବେ ପେରୁର କୋଚ୍‌ ରହିଛନ୍ତି ଓ ସେ ତାଙ୍କ ଚମକ ହରାଇବା ଭଲି ଲାଗୁଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ପେରୁ ୨-୧ ଗୋଲରେ କଲମ୍ବିଆକୁ ହରାଇଥିଲା। ତେଣୁ କଲମ୍ବିଆ ଏହାର ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ଗ୍ରୁପ୍‌ ପର୍ଯ୍ୟାୟରେ କଲମ୍ବିଆ ବ୍ରାଜିଲକୁ ଓ ସେମିଫାଇନାଲରେ ଆର୍ଜେଣ୍ଟିନାକୁ ବେଶ୍‌ ସମସ୍ୟାରେ ପକାଇଥିଲା। ଅନ୍ତିମ ମୁହୂର୍ତ୍ତରେ ବ୍ରାଜିଲ ୨-୧ ଗୋଲରେ ବିଜୟୀ ହୋଇଥିବା ବେଳେ ବିଜୟୀ ହେବା ପାଇଁ ଆର୍ଜେଣ୍ଟିନାକୁ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନେବାକୁ ପଡିଥିଲା। ଅନ୍ୟପଟେ ପେରୁ ଗ୍ରୁପ୍‌ ପର୍ଯ୍ୟାୟରେ ବ୍ରାଜିଲଠାରୁ ୪-୦ ଗୋଲରେ ହାରିଥିଲା। କିନ୍ତୁ ଏହାପରେ ପେରୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି କଲମ୍ବିଆ ଓ ଭେନିଜୁଏଲା ଭଳି ଦଳକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା ଏବଂ ପାରାଗୁଏକୁ ପେନାଲ୍ଟିରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ପେରୁ ଦଳରେ ଜିଆନଲୁକା ଲାପାଡୁଲାଙ୍କ ଭଳି ଜଣେ ପ୍ରତିଭାସମ୍ପନ୍ନ ଷ୍ଟ୍ରାଇକର ରହିଛନ୍ତି। ଖ୍ରୀଷ୍ଟିଆନ ଗୁଏଭା ଓ ଆନ୍ଦ୍ରେ କାରିଲୋଙ୍କ ସହ ତାଙ୍କର ଭାଗୀଦାରି ବେଶ୍‌ ଉପାଦେୟ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri