Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ପେରୁ- କଲମ୍ବିଆ ସମ୍ମାନ ଲଢ଼େଇ

ବ୍ରାସିଲିଆ,୧୦।୭: କୋପା ଆମେରିକା ଟୁର୍ନାମେଣ୍ଟର ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଶନିବାର ରାତିରେ ଟାଇଟଲ ପାଇଁ ଦୁଇ ଫୁଟ୍‌ବଲ ପାଓ୍ବାର ହାଉସ ମୁକାବିଲାରେ ଅବତୀର୍ଣ୍ଣ ହେବେ। ସେହିପରି ତୃତୀୟ ସ୍ଥାନ ପାଇଁ ଏବେ ସେମିଫାଇନାଲ ଦୁଇ ପରାଜିତ ଦଳ ପେରୁ ଓ କଲମ୍ବିଆ ଶନିବାର ପରସ୍ପରକୁ ଭେଟିବେ। ସମ୍ମାନ ପାଇଁ ଲଢେଇ କରିବାକୁ ଯାଉଥିବା ଏହି ଦୁଇ ଦେଶ ବିଜୟ ସହ ଟୁର୍ନାମେଣ୍ଟରେ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି।
ଫାଇନାଲ ପୂର୍ବରୁ ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟୀ ହୋଇ ଦୁଇ ଦଳ ପୁଣି ଥରେ ସେପ୍ଟେମ୍ବରରେ ବିଶ୍ୱକପ୍‌ କ୍ୱାଲିଫାୟର୍ସକୁ ପ୍ରତ୍ୟାବର୍ତ୍ତନ କରିବେ। ଆସନ୍ତା ବର୍ଷ କାତାରରେ ଫିଫା ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଦୁଇ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ବ୍ରାଜିଲ ଓ ଆର୍ଜେଣ୍ଟିନା ପରେ ଦକ୍ଷିଣ ଆମେରିକାରେ ଶ୍ରେଷ୍ଠ ତୃତୀୟ ଦଳ ହେବା ମଧ୍ୟ ଏକ ବଡ଼ ସଫଳତା ବୋଲି କଲମ୍ବିଆ କୋଚ ରେଇନାଲ୍ଡୋ ରୁଏଡା କହିଛନ୍ତି। ସାଉଥ ଆମେରିକାନ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ କଲମ୍ବିଆ ଏବେ ପଞ୍ଚମ ସ୍ଥାନରେ ରହିଛି ଓ ବିଶ୍ୱକପ୍‌ ଯୋଗ୍ୟତା ହାସଲ ପାଇଁ କେତେପାଦ ଦୂରରେ ରହିଛି। ବ୍ରାଜିଲ, ଆର୍ଜେଣ୍ଟିନା, ଇକ୍ୱେଡର, ଉରୁଗୁଏ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିସାରିଛନ୍ତି।
ଅନ୍ୟପଟେ ପେରୁ କିନ୍ତୁ ଦକ୍ଷିଣ ଆମେରିକା ବିଶ୍ୱକପ୍‌ କ୍ୱାଲିଫାୟର୍ସ ତାଲିକାର ଦଶମ ତଥା ଅନ୍ତିମ ସ୍ଥାନରେ ରହିଛ। ୨୦୧୮ ବିଶ୍ୱକପ୍‌ ହିରୋ ରିକାର୍ଡୋ ଗାରେକା ଏବେ ପେରୁର କୋଚ୍‌ ରହିଛନ୍ତି ଓ ସେ ତାଙ୍କ ଚମକ ହରାଇବା ଭଲି ଲାଗୁଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ପେରୁ ୨-୧ ଗୋଲରେ କଲମ୍ବିଆକୁ ହରାଇଥିଲା। ତେଣୁ କଲମ୍ବିଆ ଏହାର ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ଗ୍ରୁପ୍‌ ପର୍ଯ୍ୟାୟରେ କଲମ୍ବିଆ ବ୍ରାଜିଲକୁ ଓ ସେମିଫାଇନାଲରେ ଆର୍ଜେଣ୍ଟିନାକୁ ବେଶ୍‌ ସମସ୍ୟାରେ ପକାଇଥିଲା। ଅନ୍ତିମ ମୁହୂର୍ତ୍ତରେ ବ୍ରାଜିଲ ୨-୧ ଗୋଲରେ ବିଜୟୀ ହୋଇଥିବା ବେଳେ ବିଜୟୀ ହେବା ପାଇଁ ଆର୍ଜେଣ୍ଟିନାକୁ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନେବାକୁ ପଡିଥିଲା। ଅନ୍ୟପଟେ ପେରୁ ଗ୍ରୁପ୍‌ ପର୍ଯ୍ୟାୟରେ ବ୍ରାଜିଲଠାରୁ ୪-୦ ଗୋଲରେ ହାରିଥିଲା। କିନ୍ତୁ ଏହାପରେ ପେରୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି କଲମ୍ବିଆ ଓ ଭେନିଜୁଏଲା ଭଳି ଦଳକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା ଏବଂ ପାରାଗୁଏକୁ ପେନାଲ୍ଟିରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ପେରୁ ଦଳରେ ଜିଆନଲୁକା ଲାପାଡୁଲାଙ୍କ ଭଳି ଜଣେ ପ୍ରତିଭାସମ୍ପନ୍ନ ଷ୍ଟ୍ରାଇକର ରହିଛନ୍ତି। ଖ୍ରୀଷ୍ଟିଆନ ଗୁଏଭା ଓ ଆନ୍ଦ୍ରେ କାରିଲୋଙ୍କ ସହ ତାଙ୍କର ଭାଗୀଦାରି ବେଶ୍‌ ଉପାଦେୟ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri