Categories: ଖେଳ

କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା

ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍‌ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ ଉଲ୍ଲଂଘନ କରିଛନ୍ତି। ବ୍ରାଜିଲର କୁଇଆବା ସହରରେ ଖେଳାଳିଙ୍କ ଟିମ୍‌ ହୋଟେଲକୁ ଜଣେ ଚୁଟି କଟାଳି ଆସିଥିଲେ। ତେଣୁ ଚିଲି ଫୁଟବଲ ଫେଡେରେଶନ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛି। କୋପା ଆମେରିକାରେ ହେଲ୍‌ଥ ବବଲ ଉଲ୍ଲଂଘନ ନେଇ ଫେଡେରେଶନ ସ୍ବୀକାର କରି ଏହି ବିଜ୍ଞପ୍ତି ଜାରି କରିଛି। ଚୁଟି କଟାଳିଙ୍କ ଅବାଞ୍ଛିତ ପ୍ରବେଶ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ସମ୍ପୃକ୍ତ ଚୁଟି କଟାଳିଙ୍କ ଆର୍‌ଟି-ପିସିଆର ଟେଷ୍ଟ ନେଗେଟିଭ ବୋଲି ଜଣାପଡିଥିଲେ ମଧ୍ୟ ନିୟମର ଉଲ୍ଲଂଘନ ହୋଇଛି ବୋଲି କୁହାଯାଇଛି। ତେବେ ଏହି ମାମଲରେ କେଉଁ ଖେଳାଳିମାନେ ସାମିଲ ଅଛନ୍ତି ସେ ନେଇ କିଛି କୁହାଯାଇନାହିଁ। ପ୍ରଥମ ପ୍ରୋଟୋକଲ ଉଲ୍ଲଂଘନ ପାଇଁ ୧୫ ହଜାର ଆମେରିକୀୟ ଡଲାର ଜରିମାନ ଧାର୍ଯ୍ୟ କରାଯାଇଛି। ଗ୍ରୁପ୍‌ ଏ’ରେ ଚିଲି ଓ ଆର୍ଜେଣ୍ଟିନ ଦୁଇଟି ମ୍ୟାଚ୍‌ ଖେଳି ୪ ଲେଖାଏ ପଏଣ୍ଟ ହାସଲ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଚିଲି ସୋମବାର ଉରୁଗୁଏକୁ ଭେଟିବ। ଏହି ମ୍ୟାଚ୍‌ ଜିତିଲେ ଚିଲି ନକ୍‌ ଆଉଟ୍‌କୁ ଉଠିବ।

Share