ସବୁ ବିଭାଗର ସମନ୍ବୟ ରହିଲେ ଦୁର୍ଘଟଣା କମିବ

ପୁରୀ ଅଫିସ,୧୭।୨: ସଡ଼କ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ। ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସୁସମନ୍ବୟ ରଖି କାର୍ଯ୍ୟ କଲେ ଏହାର ସୁଫଳ ମିଳିବା ସହ ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି ସଡ଼କ ସୁରକ୍ଷାର ସୁପ୍ରିମକୋର୍ଟ ମନିଟରିଂ କମିଟିର ସେକ୍ରେଟାରୀ ସଞ୍ଜୟ ମିତ୍ତଲ ମତବ୍ୟକ୍ତ କରିଛନ୍ତି। ଗୁରୁବାର ସର୍କିଟ ହାଉସରେ ପରିବହନ ବିଭାଗ ପକ୍ଷରୁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ମିତ୍ତଲ ପ୍ରତି ରାଜ୍ୟର ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାକୁ ଅନୁପାଳନ କରାଗଲେ ନିଶ୍ଚିତ ଦୁର୍ଘଟଣା ହ୍ରାସ ପାଇବ। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ, ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗ ପାଇଁ ସେ ବିଶେଷ ଭାବେ ପରାମର୍ଶ ଦେଇଥିଲେ। ଏସ୍‌ପି କନୱର ବିଶାଲ ସିଂ ଯୋଗଦେଇ କହିଥିଲେ, ସଡ଼କ ସୁରକ୍ଷା ପାଇଁ ନିୟମିତ ଧରପଗଡ଼ ଜାରି ରହିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ ରାସ୍ତା ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ରୋକାଯାଇ ନ ପାରିଲେ ମଧ୍ୟ ଏହାର ମାତ୍ରା ହ୍ରାସ କରିବା ଜରୁରୀ। ପ୍ରତ୍ୟେକ ସ୍ତରରେ ଏହାକୁ ପ୍ରତିହତ ପାଇଁ ପଦକ୍ଷେପ ନେବାକୁ ମତ ଦେଇଥିଲେ। ପରିବହନ ବିଭାଗର ଯୁଗ୍ମ ସଚିବ ବିଷଦ ତଥ୍ୟ ପ୍ରଦାନ କରି ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ, ବ୍ୟାପକ ସଚେତନତା ସୃଷ୍ଟି, ଦୁର୍ଘଟଣା ପରେ ଆହତଙ୍କୁ ଚିକିତ୍ସା ଦେବା ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ସଡ଼କ ସୁରକ୍ଷା ପାଇଁ ଓଡ଼ିଶା ପରିବହନ ବିଭାଗ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର କରି ରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଜିଲା ପରିବହନ କାର୍ଯ୍ୟାଳୟର ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।
ଏନ୍‌ଏଚ୍‌ ୩୧୬ରେ ୪୩ଟି ଦୁର୍ଘଟଣାସ୍ଥଳ ଚିହ୍ନଟ କରାଯାଇ ହମ୍ପ୍ସ, ସାଇନେଜ କରାଯାଇଛି। ୧୦ ସ୍ଥାନରେ ବେଗ ନିୟନ୍ତ୍ରଣ ସାଇନେଜ ସ୍ଥାପନ ହୋଇଛି। ସତ୍ୟବାଦୀ, ସାତସଙ୍ଖ, ପଟନାୟିକିଆ, ମାଳତିପାଟପୁର ଓ ହରେକୃଷ୍ଣପୁର ଛକରେ ଆଲୋକ ବ୍ୟବସ୍ଥା କରାଯାଇଛି। ଜିଲାରେ ୨୦୨୧ରେ ୧୯୭ଟି ଦୁର୍ଘଟଣା ଘଟିଥିବା ବେଳେ ୧୨୨ଜଣଙ୍କ ର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୨ରେ ୧୯୭ ଦୁର୍ଘଟଣା ହୋଇ ୧୪୬ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୩ ଜାନୁୟାରୀରେ ୧୮ଟି ଦୁର୍ଘଟଣା ହୋଇଥିବାବେଳେ ୧୩ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୨ରେ ୩୪୧୩ଟି ବିନା ହେଲମେଟ ଯାଞ୍ଚ କରାଯାଇ ୨୩୮ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତି କ୍ଷେତ୍ରରେ ୯୪୭ ଲାଇସେନ୍ସ ରଦ୍ଦ କରାଯାଇଛି। ସିଟବେଲ୍ଟ ଉଲ୍ଲଂଘନ କ୍ଷେତ୍ରରେ ୧୧ଜଣ, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୫, ମଦ ପିଇ ଗାଡି ଚଳାଇବା କ୍ଷେତ୍ରରେ ୯୯ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ପରିବହନ ବିଭାଗ ସୂଚନା ଦେଇଛି। ବୈଠକରେ ଅତିରିକ୍ତ ଏସ୍‌ପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ପୌରନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ, ତହସିଲଦାର କ୍ଷୀରୋଦ ବେହେରା, ଯନ୍ତ୍ରୀ ଅଜିତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri