ସଙ୍କଟରେ ସମନ୍ବୟ ଜରୁରୀ

ନୂଆଦିଲ୍ଲୀ,୮ା୭: ମହାମାରୀ କରୋନା ଭାରତକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଇଛି। ପ୍ରଥମଟି ହେଲା ଆମେ ପ୍ରକୃତିର ନିର୍ମମ ଶୋଷଣ ଜାରି ରଖିପାରିବା ନାହିଁ। ସେହିପରି ଜଳବାୟୁ ସଙ୍କଟ, ଅନିଶ୍ଚିତ ପାଣିପାଗ, ବାୟୁ, ସ୍ଥଳ ଓ ସମୁଦ୍ରର ପ୍ରଦୂଷଣ ଭାରତ ତଥା ବିଶ୍ୱକୁ ବିପଦ ମୁହଁକୁ ଠେଲିଦେଇଥିବାରୁ ଏସବୁ ଦିଗରେ ସଚେତନ ହୋଇ ଉପଯୁକ୍ତ କାର୍ଯ୍ୟପନ୍ଥା ନ ଆପଣାଇଲେ ଚଳିତ ଶତାବ୍ଦୀର ଶେଷ ଆଡ଼କୁ ସମସ୍ୟା ବହୁଗୁଣିତ ହେବ। ତେଣୁ କୋଭିଡ୍‌-୧୯କୁ ହରାଇବା ଲାଗି ପ୍ରକୃତିର ସୁରକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ନିବେଶ, ଗରିବଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା ଓ ବୈଶ୍ୱିକ ସହଯୋଗିତାକୁ ତ୍ୱରାନ୍ବିତ କରିବା ଜରୁରୀ ହୋଇପଡ଼ିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଲକ୍‌ଡାଉନ ବେଳେ ପ୍ରଦୂଷଣ ସ୍ତର ହ୍ରାସ ପାଇବାରୁ ଅନେକ ଦଶନ୍ଧି ପରେ ନୀଳ ଆକାଶ ଦେଖିବାର ସୁଯୋଗ ମିଳିଲା। ଅନେକ ପ୍ରଜାତିର ପ୍ରାଣୀ, ପକ୍ଷୀ ଓ କୀଟ ପ୍ରାକୃତିକ ସହାବସ୍ଥାନରେ ଚଳପ୍ରଚଳ ହେଲେ। ଏହି ସକାରାମତ୍କ ଘଟଣାକ୍ରମଗୁଡ଼ିକୁ ସ୍ଥାୟୀଭାବେ ବଳବତ୍ତର ରଖିବା ଲାଗି ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ଦ୍ୱିତୀୟ ଶିକ୍ଷାଟି ହେଉଛି ଭାରତକୁ ନିଜର ବିକାଶମୂଳକ ଯୋଜନାଗୁଡ଼ିକୁ ପୁନର୍ଗଠନ କରି ସ୍ବାସ୍ଥ୍ୟ ଓ ଶିକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହି ଦୁଇ କ୍ଷେତ୍ରରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ମାତ୍ର ୩% ଖର୍ଚ୍ଚ ହେଉଛି। ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରକୁ ପୁନର୍ଗଠନ କରି ସୁଦୃଢ଼ କରା ନ ଗଲେ ବିଶ୍ୱସ୍ତରୀୟ ଶକ୍ତି ଭାବେ ଉଭା ହେବା ପାଇଁ ରହିଥିବା ସମସ୍ତ ଯୋଜନା ବେକାର ହୋଇଯିବ। ସ୍ବାଧୀନତା ପରଠୁ ଆମେ ଏହା ହାସଲ କରି ନ ପାରିବା ଏକ ଜାତୀୟ ବିଫଳତା। ଏହା ମଧ୍ୟ ସ୍ପଷ୍ଟ ଯେ, ଭାରତ ଭଳି ଏକ ବିଶାଳ ଦେଶରେ ଯେଉଁ ଦଳ କ୍ଷମତାରେ ଥାଉ ନା କାହିଁିକି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗିତା ଜରୁରୀ ବୋଲି ଏପରି ସଙ୍କଟ ବାଟ ବତାଏ। ସ୍ବାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ ଏବଂ ଚୂଡ଼ାନ୍ତ ବିଶ୍ଳେଷଣରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହିଁ ସାମ୍ପ୍ରତିକ ସଙ୍କଟର ତୃଣମୂଳ ସ୍ତରରେ ମୁକାବିଲା କରିଛନ୍ତି। ଏହି କ୍ଷେତ୍ରରେ ମୁହଁାମୁହଁି ସ୍ଥିତି ସୃଷ୍ଟି ନ କରି ସଂଘୀୟ ସହଯୋଗିତା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ।
ତୃତୀୟରେ ଜଗତୀକରଣର ଧାରଣାକୁ ଭାଙ୍ଗିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଳି ନେତାମାନେ ଉଦ୍ୟମ କରୁଛନ୍ତି। ଏହାସତ୍ତ୍ୱେ ଏପରି ସଙ୍କଟରେ ଆନ୍ତର୍ଜାତିକ ସମନ୍ବୟ ଜରୁରୀ। କରୋନା ଭାଇରସ୍‌ରୁ ମୁକ୍ତି ପାଇଁ ଭାକ୍‌ସିନ ବାହାର କରିବା ହେଉ ଅଥବା ମେଡିସିନ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଉପଲବ୍ଧ କରିବା ସବୁଠି ଅନ୍ତର୍ଜାତୀୟ ସ୍ତରରେ ପାରସ୍ପରିକ ସହଯୋଗ ଆବଶ୍ୟକ। ଭାରତର ‘ବସୁଧୈବ କୁଟୁମ୍ବକମ୍‌’ ବିଚାର ଆମକୁ ଶିକ୍ଷା ଦିଏ ଯେ, ମାନବ ସମଗ୍ର ଜାତିକୁ ମିଶିକି ରହିବାକୁ ପଡ଼ିବ। ଭାରତରେ ବିଶ୍ୱର ଅନେକ ଦକ୍ଷ ବୈଜ୍ଞାନିକ ଓ ଗବେଷକ ଅଛନ୍ତି। କରୋନା ମହାମାରୀ ବିରୋଧରେ ଟିକା ଉଦ୍ଭାବନ ପାଇଁ ସେମାନେ ଲାବୋରେଟୋରିଗୁଡ଼ିକରେ ଦିନରାତି ପରିଶ୍ରମ କରୁଛନ୍ତି। ଅନ୍ୟ ଦେଶର ଥିବା ପ୍ରୟୋଗଶାଳାଗୁଡ଼ିକ ସହିତ ମଧ୍ୟ ଆମକୁ ସହଯାଗିତା ରଖିବାକୁ ପଡ଼ିବ।
କରୋନା ମୁକାବିଲା ପାଇଁ ହଠାତ୍‌ ଲକ୍‌ଡାଉନ ଜାରି କରାଯିବା ପରେ ପ୍ରସ୍ତୁତ ହୋଇ ନ ଥିବା ଲୋକଙ୍କ ଅସହ୍ୟ ଯନ୍ତ୍ରଣା ଆମକୁ ଆଉ ଗୋଟିଏ ଶିକ୍ଷା ଦିଏ। ତାହା ହେଉଛି ସହରରେ ଜୀବିକା ହରାଇ ଗାଁକୁ ଫେରିଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯୋଜନାର ଅଭାବ ଦେଶ ଲାଗି ଏକ ଲଜ୍ଜାକର ବିଷୟ ହୋଇ ରହିବ। ଏଥିରୁ ଶିକ୍ଷା ମିଳୁଛି ଯେ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦେଶର ଏକ-ଚତୁର୍ଥାଂଶ (ଦୁର୍ବଳ ଶ୍ରେଣୀର) ଲୋକଙ୍କ ପାଇଁ ଏକ ସୁରକ୍ଷା ବ୍ୟବସ୍ଥା ରହିବା ଜରୁରୀ। ଏଭଳି ଲୋକଙ୍କୁ ବ୍ୟାଙ୍କ ଖାତା ଜରିଆରେ ଏକ ନିଶ୍ଚିତ ପରିମାଣର ଅର୍ଥରାଶି ଦିଆଗଲେ ହିଁ ଏହି ଲକ୍ଷ୍ୟ ହାସଲ କରିହେବ। ଭାରତର ଆର୍ଥିକ ଯୋଜନାର ପୁନର୍ଗଠନ ଓ ବିତ୍ତୀୟ ନୀତିର ସମୀକ୍ଷା ଦ୍ୱାରା ଏହା ସମ୍ଭବ। ପଞ୍ଚମରେ କରୋନା ଭୂତାଣୁ ଆମକୁ ଗାଁକୁ ଯାଇ ପରିବାର ଓ ବନ୍ଧୁ ସମ୍ପର୍କୀୟଙ୍କ ସହ ମିଶିବାର ସୁଯୋଗ ଦେଇଛି। ବିଶେଷକରି ବୟୋଜ୍ୟେଷ୍ଠଙ୍କୁ ସ୍ନେହ ଆଦର କରିବା ଲାଗି ଭାଇରସ୍‌ ଶିକ୍ଷା ଦେଇଛି। ଲକ୍‌ଡାଉନ୍‌ ବେଳେ ଘରୋଇ ହିଂସା ବୃଦ୍ଧି ପାଇବା ଚିନ୍ତାଜନକ। ଆମକୁ ଯାହା ଆବଶ୍ୟକ ଏହା ହେଉଛି ତା’ର ବିପରୀତ। ଏପରି ସମୟରେ ପ୍ରଚଳିତ ଆଇନଗୁଡ଼ିକୁ କଡ଼ାକଡ଼ି ଭାବେ କାର୍ଯ୍ୟକରୀ କରାଯିବା ଆବଶ୍ୟକ। କରୋନା ସଙ୍କଟ ଆମକୁ ବ୍ୟକ୍ତିଗତ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଅନାବଶ୍ୟକ ଖର୍ଚ୍ଚ କାଟ୍‌ କରିବାକୁ ମଧ୍ୟ ସନ୍ଦେଶ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?