ଶିଥିଳତା ପଛରେ ସମନ୍ବୟ ଅଭାବ

ଖୋର୍ଦ୍ଧା ଅଫିସ,୨୦ା୧୨: ୧୮୧୭ ପାଇକ ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଅବସରରେ ବରୁଣେଇ ପାହାଡ଼ ପାଦଦେଶରେ ୨୦୧୯ ଡିସେମ୍ବର ୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସକୁ ଦୁଇବର୍ଷ ବିତିଲାଣି ଅଥଚ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ଖୋର୍ଦ୍ଧା ନାଗରିକ ମଞ୍ଚ ସମ୍ପାଦକ ସଞ୍ଜୟ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି। ଶିଳାନ୍ୟାସର ଦୁଇ ବର୍ଷ ପରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଡିସେମ୍ବର ୧୫ରେ ଜମି ହସ୍ତାନ୍ତର ଲାଗି ଜିଲା ପ୍ରଶାସନକୁ ଚିଠି ଲେଖାଯାଇଥିବା ଜଣାପଡ଼ିିଛି। ପୂର୍ବରୁ ପ୍ରସ୍ତାବିତ ୧୦ଏକର ଜମିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦୀୟ ଜମି ରାଜସ୍ବ ବିଭାଗର ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି। ତେବେ ପ୍ରସ୍ତାବିତ ଜମିରେ ସ୍ମାରକୀ ନିର୍ମାଣ ପାଇଁ ଦୁଇବର୍ଷ ମଧ୍ୟରେ କେନ୍ଦ୍ର ପକ୍ଷରୁ ପ୍ରାଧିକୃତ ସଂସ୍ଥା ଦ୍ୱାରା କୌଣସି ଆବେଦନ ଜିଲା ପ୍ରଶାସନ ନିକଟରେ କରାଯାଇ ନ ଥିଲା। ଜମି ବିଡିଏ ଅଧୀନରେ ରହିଛି। ବିଡିଏ ପକ୍ଷରୁ ଜମି କ୍ଲିୟରାନ୍ସ ପାଇବାକୁ ହେଲେ ସ୍ମାରକୀ ନିର୍ମାଣର ଡିପିଆର୍‌ ଦାଖଲ କରାଯିବା ଆବଶ୍ୟକ। ମାତ୍ର କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଡିପିଆର୍‌ ପ୍ରସ୍ତୁତ କରାଯାଇ ନ ଥିବା ଜଣାପଡ଼ିିଛି। ଦ୍ୱିତୀୟତଃ ପ୍ରସ୍ତାବିତ ୧୦ ଏକର ଜମିର ସମ୍ପୂର୍ଣ୍ଣ ନକ୍ସା ପ୍ରସ୍ତୁତିରେ ବିଳମ୍ବ ଆଉ ଏକ କାରଣ। ଏହି ନକ୍ସା ପ୍ରାଧିକୃତ ସଂସ୍ଥାର ହସ୍ତଗତ ହୋଇ ନ ଥିବାରୁ ଡିପିଆର୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇପାରିନାହିଁ ବୋଲି କୁହାଯାଉଛି। ତୃତୀୟତଃ ପ୍ରସ୍ତାବିତ ଜମିର ମୂଲ୍ୟ ୩୦ କୋଟି ରହିଛି। ଜମି ହସ୍ତାନ୍ତର ଲାଗି ଏକ ନିର୍ଦ୍ଦିଷ୍ଟ ଲିଜ୍‌ ଆବେଦନପତ୍ରରେ କେନ୍ଦ୍ର ସରକାର ରାଜ୍ୟକୁ ଆବେଦନ କରିବେ। କେନ୍ଦ୍ର ପକ୍ଷରୁ ଜମି ହସ୍ତାନ୍ତର ଲାଗି ଅଦ୍ୟାବଧି ଲିଜ୍‌ ଫର୍ମରେ ଆବେଦନ କରାଯାଇନାହିଁ ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ବୃହତ୍ତର ଜନସ୍ବାର୍ଥ ଦୃଷ୍ଟିରୁ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଏହି ଜମି ଯୋଗାଇ ଦେବା ପାଇଁ ଖୋର୍ଦ୍ଧା ନାଗରିକ ମଞ୍ଚ ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ଓଡ଼ିଶା ବୀର ମହାସଂଘ ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, କଳିଙ୍ଗ ପାଇକ ସଙ୍ଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଉପଦେଷ୍ଟା ଗବେଷକ ସତ୍ୟବାଦୀ ବଳିଆରସିଂ, ଭୀମସେନ ପ୍ରଧାନ, ବିଶ୍ୱାମିତ୍ର ଜନକଲ୍ୟାଣ ଟ୍ରଷ୍ଟ ସଭାପତି ରାମଶଙ୍କର, ନ୍ୟୁ ଥିଙ୍କିଙ୍ଗ ଫୋରମ ସଭାପତି ନରେନ୍ଦ୍ର ପୃଷ୍ଟି, ଗବେଷକ ଗୋପାଳକୃଷ୍ଣ ଦାସ, ସଂସ୍କୃତି ଗବେଷକ ଶକ୍ତିଶଙ୍କର ମିଶ୍ର, ଓକିଲ ସଂଘ ସଭାପତି ଅଜିତ ପଟ୍ଟନାୟକ, ସ୍ତମ୍ଭକାର ଉମାଶଙ୍କର ପ୍ରସାଦ, ସାମାଜିକ କର୍ମୀ ଶୋଭନ ଘୋଷ, ଆଇନଜୀବୀ ଶିଶିର ପରିଡ଼ା, ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ ମିଶ୍ରଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଦାବି କରିଛନ୍ତି।
ଏ ନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମି ହସ୍ତାନ୍ତର ଲାଗି ଆବେଦନ ଆସିଛି। ନିର୍ଦ୍ଦିଷ୍ଟ ଲିଜ୍‌ ଫର୍ମରେ ଆବେଦନ ପରେ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri