ମନଇଚ୍ଛା ସମ୍ପତ୍ତି ବିକିପାରିବେ ନାହିଁ ସମବାୟ ସମିତି

ଭୁବନେଶ୍ୱର,୧୦ା୮(ଅନିଲ ଦାସ)ସମବାୟ ସମିତିଗୁଡ଼ିକ ପୂର୍ବଭଳି ମନଇଚ୍ଛା ନିଜର ସ୍ଥାବର ସମ୍ପତ୍ତିକୁ ବିକ୍ରି କରିପାରିବେ ନାହିଁ କିମ୍ବା କାହାରିକୁ ଦେଇପାରିବେ ନାହିଁ। ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇବା ସହିତ ସମବାୟ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।
ଆଇନ ୧୯୬୨ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ସମିତିଗୁଡ଼ିକ ସମ୍ପତ୍ତି ଅଧିଗ୍ରହଣ ଏବଂ ଏହାକୁ ବିକ୍ରି କରିବାର କ୍ଷମତା ରଖିଛନ୍ତି। ଓଡ଼ିଶା ସମବାୟ ସମିତି ଆଇନ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡ଼ିକୁ ବିକ୍ରି କରିବାର କ୍ଷମତା ପ୍ରଦାନ କରାଯାଇଥିଲା। ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ସମିତିର ସଦସ୍ୟ, ଜମାକାରୀ, ଋଣଗ୍ରହୀତା ଏବଂ ଏହାର କର୍ମଚାରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପରିଚାଳନା ପରିଷଦରେ ପାରିତ ସଙ୍କଳ୍ପ ଅନୁଯାୟୀ ସ୍ଥାବର ସମ୍ପତ୍ତିଗୁଡ଼ିକୁ ବିକ୍ରି କିମ୍ବା ଲିଜ୍‌ ଦିଆଯାଇପାରିବ। କିନ୍ତୁ କେତେକ ସମବାୟ ସମିତିର ପରିଚାଳନା ମଣ୍ଡଳୀ ସମିତି ସ୍ବାର୍ଥକୁ ଅଣଦେଖା କରି ବେଆଇନ ଭାବେ ସମିତିର ସମ୍ପତ୍ତିକୁ ମନଇଚ୍ଛା ବିକ୍ରି ଓ ଲିଜ୍‌ ଦେବାରେ ଲାଗିଛନ୍ତି। ଏଭଳି କାର୍ଯ୍ୟ ଉପରେ ସମବାୟ ବିଭାଗ ଏବେ ଅଙ୍କୁଶ ଲଗାଇଛି।
ମନଇଚ୍ଛା ସମ୍ପତ୍ତି ବିକିପାରିବେ…
ସମବାୟ ଆଇନର ଥିବା ଧାରା ୧୨୩-(କ )କୁ ପ୍ରୟୋଗ କରି ସମବାୟ ସମିତିଗୁଡ଼ିକ ଆଉ ପୂର୍ବଭଳି ମନଇଚ୍ଛା ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜ୍‌ରେ ଦେଇପାରିବେ ନାହିଁ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ କିମିଟିଠାରୁ ଅନୁମତି ନେବାକୁ ପଡ଼ିବ। କମିଟି ନିର୍ଦ୍ଦେଶନାମା ଜାରି କରିବା ପରେ ସମିତି ସମ୍ପୃକ୍ତ ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜ୍‌ରେ ଦେଇପାରିବେ।
ତେବେ ଯେଉଁ ସମବାୟ ସମିତିଗୁଡ଼ିକ ନିଜ ଅର୍ଥରେ ସର୍ବସାଧାରଣ ନିଲାମ ଜରିଆରେ ସମ୍ପତ୍ତି ଅଧିଗ୍ରହଣ କରିଥିବେ ଏବଂ ସେଥିରେ ସରକାରଙ୍କ କୌଣସି ଅଂଶଧନ ନ ଥିବ କିମ୍ବା ସେମାନେ ସରକାରଙ୍କଠାରୁ କୌଣସି ପ୍ରକାର ସହାୟତା ଗ୍ରହଣ କରୁ ନ ଥିବେ ସେହିସବୁ ସମିତି ପାଇଁ ଏହି ନୂଆ କଟକଣା ଲାଗୁ ହେବନାହିଁ। ସମବାୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନୂତନ ଆଇନଗତ କଟକଣା ଫଳରେ ଅନେକ ସମବାୟ ସମିତିର ସମ୍ପତ୍ତିବାଡ଼ି ବିକ୍ରିରୁୁ ରକ୍ଷା ପାଇଯିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri