ଆର୍‌ବିଆଇ ପରିସରକୁ ଆସିଲା ସମବାୟ ବ୍ୟାଙ୍କ; ଅଧିକ ଦକ୍ଷ ହେବ ପରିଚାଳନା

ନୂଆଦିଲ୍ଲୀ,୨୫।୬ : ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନାକୁ ନେଇ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଦ୍ୱାରା ଦେଶରେ ଥିବା ୧୪୮୨ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଏବଂ ୫୮ ମଲ୍ଟି ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ପରିସରକୁ ଆସିଛି। ସମବାୟ ବ୍ୟାଙ୍କଗୁଡ଼ିକ ଉପରେ ତତ୍ତ୍ୱାବଧାନ ରଖିବା ଲାଗି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ ଅଧ୍ୟାଦେଶ ଦ୍ୱାରା ନୂଆ କ୍ଷମତା ପ୍ରଦାନ କରିଛନ୍ତି। ଘରୋଇ ବଜାରର ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ଯେଉଁ ଭଳି ଭାବେ କେନ୍ଦ୍ରୀୟ ବ୍ୟାଙ୍କ ନିୟମ ଲାଗୁ ହେଉଛି ବର୍ତ୍ତମାନ ସମବାୟ ବ୍ୟାଙ୍କଗୁଡ଼ିକ ଲାଗି ମଧ୍ୟ ଉକ୍ତ ନିୟମ ପରିସରକୁ ଆସିବେ। ବୁଧବାର ଖବରଦାତା କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଜାଭଡେକର କହିଛନ୍ତି ଯେ, ଦେଶ ମଧ୍ୟରେ ସମବାୟ ବ୍ୟାଙ୍କଗୁଡ଼ିକର ପରିସର ବହୁତ ବଡ଼ ରହିଛି। ୧୫୪୦ ସମବାୟ ବ୍ୟାଙ୍କରେ ୮.୬ କୋଟି ଜମାକାରୀ ରହିଛନ୍ତି। ଏମାନଙ୍କର ମୋଟ ଜମାପୁଞ୍ଜି ୪.୮୪ ଲକ୍ଷ କୋଟି ଟଙ୍କା ରହିଛି। ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବା ପରେ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ଏହି ବ୍ୟାଙ୍କଗୁଡ଼ିକ ପ୍ରତି ଗ୍ରାହକଙ୍କର ବିଶ୍ୱସନୀୟତା ବଢ଼ିବ ବୋଲି ଜାଭଡେକର ମତ ପ୍ରକାଶ କରିଛନ୍ତି। ନୂଆ ନିୟମ ମୁତାବକ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କଗୁଡ଼ିକର ଅଡିଟିଂ ଏବଂ ପରିଚାଳନା କ୍ଷେତ୍ରରେ ଅଧିକ କ୍ଷମତା ଲାଭ କରିବ। ନିୟାମକ ଦୃଷ୍ଟିକୋଣରୁ ବ୍ୟାଙ୍କଗୁଡ଼ିକରେ ସର୍ବୋତ୍ତମ ପରିଚାଳନା ପ୍ରାକ୍ଟିସ ଆଣିବା ଲାଗି କେନ୍ଦ୍ର ସରକାର ପୂର୍ବରୁ କହିଥିଲେ। ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନାରେ ବିଗତ ଦିନଗୁଡ଼ିକରେ ଉଠିଥିବା ପ୍ରଶ୍ନବାଚୀ ଆଧାରରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ନୂଆ କ୍ଷମତା ଦ୍ୱାରା ରିଜର୍ଭ ବ୍ୟାଙ୍କ ସମବାୟ ବ୍ୟାଙ୍କଗୁଡ଼ିକର ବୋର୍ଡକୁ ପୁନର୍ଗଠନ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବ ବୋଲି ଜଣାପଡିଛି।
ଏହାବାଦ ଜାଭଡେକର କ୍ୟାବିନେଟ୍‌ର ଅନ୍ୟ ଏକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଦ୍ରା ଲୋନ୍‌କୁ ନେଇ ସେ କହିଛନ୍ତି ଯେ, ମୁଦ୍ରାର ଶିଶୁ ଋଣ ବର୍ଗରେ ହିତାଧିକାରୀଙ୍କୁ ୨% ସୁଧ ରିହାତି ମିଳିବ। ଶିଶୁ ଋଣ ଯୋଜନାରେ ୯.୩୫ କୋଟି ହିତାଧିକାରୀଙ୍କୁ ଏହି ନିଷ୍ପତ୍ତି ଦ୍ୱାରା ଲାଭ ମିଳିବ। ଚଳିତ ବର୍ଷ ଜୁନ୍‌ ପହିଲାରୁ ଏହା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ୨୦୨୧ ମେ ମାସ ଯାଏ ଏହାର ଅବଧି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri