Posted inଫୁରସତ

ସବୁଠାରୁ ଥଣ୍ଡା ତାରା ‘ବାଦାମୀ ଡ୍ରଫ୍‌’

ନୂଆଦିଲ୍ଲୀ: ନିକଟରେ ସବୁଠାରୁ ଥଣ୍ଡା ତାପମାତ୍ରା ବିଶିଷ୍ଟ ତାରାର ଅନୁସନ୍ଧାନ କରାଯାଇଛି, ଯାହାକି ରେଡିଓ ୱେଭ୍‌ ନିର୍ଗମନ କରୁଛି। ଏହା ତାରାର ନାମ ଓ୍ବାଇଜ୍‌ ଜେ୦୬୨୩ ଏବଂ ବାଦାମୀ ଡ୍ରଫ୍‌ ତାରା ଭାବେ ପରିଚିତ। ଏହା ପୃଥିବୀଠାରୁ ୩୭ ଆଲୋକବର୍ଷ ଦୂରରେ ରହିଛି। ଅନୁସନ୍ଧାନକାରୀଙ୍କ ଅନୁସାରେ ଏହି ତାରାର ତାପମାତ୍ରା ୭୦୦ କେଲ୍‌ଭିନ୍‌ (କିମ୍ବା ୪୨୦ ଡିଗ୍ରୀ ସେଲ୍‌ସିୟସ୍‌) ରେକର୍ଡ କରିଛନ୍ତି। ଏହାକୁ ଅଷ୍ଟ୍ରେଲିଆର ଏକ ଟିମ୍‌ ଏସ୍‌କେଏ ପାଥ୍‌ ଫାଇଣ୍ଡର ରେଡିଓ ଟେଲିସ୍କୋପ୍‌ ମାଧ୍ୟମରେ ‘ଇଚ୍ଚ-ସଠିକ୍‌-ଗତି ଅଲ୍‌ଟ୍ରାସାଉଣ୍ଡ ଡ୍ରଫ୍‌’ ଚିହ୍ନଟ କରିଛି। ଏହି ଟେଲିସ୍କୋପ୍‌ ପଶ୍ଚିମ ଅଷ୍ଟ୍ରେଲିଆର ଇନ୍‌ୟାରିମାନ୍‌ହାର ଇଗାରି ବୁନ୍ଧାରାରେ ଥିବା ସିଏସ୍‌ଆଇଆର୍‌ଓ ମର୍ଚିଶନ ରେଡିଓ ଜ୍ୟୋତିର୍ବିଜ୍ଞାନ ଅବଜରଭେଟୋରିଠାରେ ରହିଛି। ଏଥିରେ ୩୬ଟି ଆଣ୍ଟିନା ରହିଥିବାବେଳେ ସମସ୍ତ ଆଣ୍ଟିନାର ବ୍ୟାସ ୩୯ ଫୁଟ୍‌। ବୈଜ୍ଞାନିକମାନେ କହିଛନ୍ତି, ସାଧାରଣତଃ ଆକାରରେ ଛୋଟ ଏବଂ କମ୍‌ ଉଜ୍ଜ୍ୱଳ ବିଶିଷ୍ଟ ତାରାକୁ ଖୋଜିବା କଷ୍ଟକର ହୋଇଥାଏ। ହେଲେ ଏହାର ଚୁମ୍ବକୀୟ କ୍ଷେତ୍ର ପାଇଁ ଏଥିରୁ ରେଡିଓ ତରଙ୍ଗ ନିର୍ଗମନ ହେତୁ ଏହାକୁ ଖୋଜିବାରେ ଅନୁସନ୍ଧାନକାରୀମାନେ ସକ୍ଷମ ହୋଇଥିଲେ। ଏହାର ତାରା ପାଖରେ ୩ ମିଲିୟନ ରେଡିଓ ସୋର୍ସେସ୍‌ ରହିଛି, ଯାହା ଗୋଲାକର ଭାବେ ନିଜର ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିଛି। ବୈଜ୍ଞାନିକଙ୍କ ମତରେ ଏହାର ଆକାର ବୃହସ୍ପତି ସହ ସମାନ ହେବା ସତ୍ତ୍ୱେ ଏହି ତାରାର ଚୁମ୍ବକୀୟ କ୍ଷେତ୍ର ସୂର୍ଯ୍ୟଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ । ଓ୍ବାଇଜ୍‌ ଜେ୦୬୨୩ ଅଳ୍ପ କିଛି ଜଣାଶୁଣା ଅଲ୍‌ଟ୍ରା କୁଲ୍‌ ଡ୍ରଫ୍‌ଗୁଡ଼ିକ ମଧ୍ୟରୁ ଗୋଟେ ଯାହା ବାରମ୍ବାର ରେଡିଓ ବିସ୍ଫୋରଣ ସୃଷ୍ଟିକରେ। ଏହି ରେଡିଓ ନିର୍ଗମନ ଆମକୁ କୌଣସି ଗ୍ରହରେ ବଞ୍ଚିବାର ସମ୍ଭାବନା ବିଷୟରେ ଅଧିକ ତଥ୍ୟ ଦେଇପାରିବ ବୋଲି ଅନୁସନ୍ଧାନକାରୀମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri