କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଦେବାର ସୁନାନୀ, ଦୁଷ୍ମନ୍ତ ସୁନାନୀ, ବିକାଶ ସୁନାନୀ ଓ ଭୀମସେନ ପାଣିଗ୍ରାହୀ। ସୂଚନା ଅନୁସାରେ ସୋମବାର ସକାଳୁ ଦେବରାଜ ସୁନାନୀଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଲିକେଜ ହେଇ ଚାରି ଆଡେ ଗ୍ୟାସ୍ ବ୍ୟାପି ଯାଇଥିଲା। ଏହା ପରେ କୌଣସି ଠାରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିଲ। ଫଳରେ ପରିବାର ୪ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଳିଛି।


