‘୫ ଫୁଟ୍‌ କହି ଖୋଳିଛନ୍ତି ୩୫’

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ଥମୁନାହିଁ। ଗୋଟିଏ ପଟେ ଏନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଅନୁମତି ରହିଛି ବୋଲି ଜିଲା ପ୍ରଶାସନ କହୁଥିବାବେଳେ ଅନ୍ୟ ପଟେ ଅନୁମତି ବିନା କାମ ଚାଲିଥିବା ବିଭିନ୍ନ ସଙ୍ଗଠନ ଅଭିଯୋଗ ଆଣିଛନ୍ତି। ଏପରି କି ୫ଫୁଟ୍‌ ପାଇଁ ଅନୁମତି ଥିବାବେଳେ ୩୫ ଫୁଟ୍‌ ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରାଯାଉଥିବାରୁ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରତି ବିପଦ ଆଶଙ୍କା ରହୁଛି ବୋଲି ପୁରୀ ଓକିଲ ସଂଘ କହିଛି। ଶୁକ୍ରବାର ପୁରୀ ଓକିଲ ସଂଘର ୩୦ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଉକ୍ତ ପ୍ରକଳ୍ପ ନିର୍ମାଣସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ପରେ ଜିଲାପାଳଙ୍କୁ ଭେଟି ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛି।
ଏ ନେଇ ଟିମ୍‌ ସଦସ୍ୟ ଆଇନଜୀବୀ ଶରତ କୁମାର ରାୟଗୁରୁ କହିଛନ୍ତି, ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁବିଧା ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟରେ ୫ ଫୁଟ୍‌ ପର୍ଯ୍ୟନ୍ତ ଖୋଳିବା ପାଇଁ ଅନୁମତି ରହିଛି। ତେବେ ପ୍ରଶାସନ ଏହାକୁ ନ ମାନି ୩୦ରୁ ୩୫ ଫୁଟ୍‌ ପର୍ଯ୍ୟନ୍ତ ଖନନ କରି ଫାଉଣ୍ଡେଶନ୍‌ ପକାଉଛି। ଫଳରେ ଶ୍ରୀମନ୍ଦିରର ଭିତ୍ତିଭୂମି ପ୍ରଭାବିତ ହେବାର ଆଶଙ୍କା ରହୁଛି। ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ଓ କ୍ଲୋକ୍‌ ରୁମ୍‌ ଇତ୍ୟାଦି ୫ ଫୁଟ୍‌ ବେସ୍‌ମେଣ୍ଟରେ ହୋଇପାରିବ ଏବଂ ଏହା ଅସ୍ଥାୟୀ ଭାବେ ନିର୍ମାଣ ନେଇ ନିୟମ ରହିଛି। ମାତ୍ର ଏଠାରେ ଏହି ନିୟମର ଉଲ୍ଲଂଘନ କରାଯାଉଛି। ଏଥିଯୋଗୁ ଟିମ୍‌ ଅସନ୍ତୋଷ ବ୍ୟକ୍ତ କରିଛି। ଉକ୍ତ ଟିମ୍‌ ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ ଭବତାରଣ ସାହୁ ଏବଂ ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପାଣିଗ୍ରାହୀଙ୍କୁ ଭେଟିଛି। ପ୍ରକଳ୍ପ ନିର୍ମାଣ ନେଇ ଏନ୍‌ଓସି ଥିବା ଜିଲାପାଳ କହିବା ସହ ଗତ ସେପ୍ଟେମ୍ବର ୨୧ରେ ଆସିଥିବା ଏଏସ୍‌ଆଇ ଡିଜି ଭି. ବିଦ୍ୟାବତୀଙ୍କ ନୋଟ୍‌କୁ ଦେଖାଇଛନ୍ତି। ତେବେ ସମ୍ପୃକ୍ତ ନୋଟ୍‌ ଆଇନତଃ ଏକ ଦସ୍ତାବିଜ୍‌ ନୁୁହେଁ ବୋଲି ଓକିଲ ସଂଘ କହିଛି। ସେହିଭଳି ବିଧାନସଭା ଓ ଶ୍ରୀମନ୍ଦିର ପରିଚାଳନା କମିଟିରେ ପ୍ରକଳ୍ପ କାର୍ଯ୍ୟ ଅନୁମୋଦନ ପ୍ରସଙ୍ଗରେ ମଧ୍ୟ ଦୀର୍ଘ ସମୟ ଧରି ଯୁକ୍ତି ହୋଇଛି। ଟିମ୍‌ ସଦସ୍ୟ କହିଛନ୍ତି, ଶୌଚାଳୟ ଓ କ୍ଲୋକ୍‌ ରୁମ୍‌ ଇତ୍ୟାଦି ଲାଗି ୫ ଫୁଟ୍‌ ଖନନ କରି ଅସ୍ଥାୟୀ କୋଠା ନିର୍ମାଣ ପାଇଁ ଅନୁମତି ମଗାଯାଇଥିଲା। ଫଳରେ ପ୍ରକଳ୍ପର ନକ୍ସା ଅନୁମୋଦିତ ହୋଇଯାଇଛି। ମାତ୍ର ବାସ୍ତବରେ କାର୍ଯ୍ୟ ସେହିଭଳି ଭାବେ ହେଉନାହିଁ। ସରକାର ପ୍ରଥମରୁ ଏଥିଲାଗି ୩୫ ଫୁଟ୍‌ ଖନନ କରିବେ ବୋଲି ସ୍ପଷ୍ଟ କରିଥିଲେ ଅନୁମୋଦନ ମିଳି ନ ଥାନ୍ତା। ଅନ୍ୟପକ୍ଷରେ ଓକିଲ ସଂଘକୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏନ୍‌ଏମଏର ଅନୁମୋଦନ ପତ୍ର ଦେଖାଇଥିଲେ। ଏସମ୍ପର୍କରେ ଓକିଲ ସଂଘ ସଭାପତି ଭଗବାନ ମିଶ୍ର କହିଛନ୍ତି, ଏଏସ୍‌ଆଇ ତତ୍ତ୍ବାବଧାନରେ ନିର୍ମାଣ କାର୍ଯ୍ୟ ପରିଚାଳିତ ହେବା ଦରକାର। ସେହିଭଳି ଏଏସ୍‌ଆଇ ଡିଜି କିମ୍ବା କେନ୍ଦ୍ର ସରକାର ପ୍ରକଳ୍ପ କାର୍ଯ୍ୟ ଉପରେ ଚୂଡ଼ାନ୍ତ ମୋହର ମାରିବେ। ଯେପର୍ଯ୍ୟନ୍ତ ଏଏସ୍‌ଆଇ ଡିଜିଙ୍କ ଅନୁମୋଦନପତ୍ର ସାର୍ବଜନୀନ ହୋଇନାହିଁ, ସେପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆଇନତଃ ହେଉଛି ବୋଲି କୁହାଯାଇପାରିବ ନାହିଁ। ତେଣୁ କାର୍ଯ୍ୟ ସ୍ଥଗିତ ରଖିବାକୁ ସଂଘ ଦାବି କରିଛି। ତେବେ ଏହାକୁ ଜିଲାପାଳ ଅଗ୍ରାହ୍ୟ କରିଛନ୍ତି। ତେଣୁ ଶନିବାର ଓକିଲ ସଂଘ ଲିଗାଲ କମିଟି ବସି ଆଲୋଚନା କ୍ରମେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?