‘୫ ଫୁଟ୍‌ କହି ଖୋଳିଛନ୍ତି ୩୫’

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ଥମୁନାହିଁ। ଗୋଟିଏ ପଟେ ଏନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଅନୁମତି ରହିଛି ବୋଲି ଜିଲା ପ୍ରଶାସନ କହୁଥିବାବେଳେ ଅନ୍ୟ ପଟେ ଅନୁମତି ବିନା କାମ ଚାଲିଥିବା ବିଭିନ୍ନ ସଙ୍ଗଠନ ଅଭିଯୋଗ ଆଣିଛନ୍ତି। ଏପରି କି ୫ଫୁଟ୍‌ ପାଇଁ ଅନୁମତି ଥିବାବେଳେ ୩୫ ଫୁଟ୍‌ ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରାଯାଉଥିବାରୁ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରତି ବିପଦ ଆଶଙ୍କା ରହୁଛି ବୋଲି ପୁରୀ ଓକିଲ ସଂଘ କହିଛି। ଶୁକ୍ରବାର ପୁରୀ ଓକିଲ ସଂଘର ୩୦ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଉକ୍ତ ପ୍ରକଳ୍ପ ନିର୍ମାଣସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ପରେ ଜିଲାପାଳଙ୍କୁ ଭେଟି ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛି।
ଏ ନେଇ ଟିମ୍‌ ସଦସ୍ୟ ଆଇନଜୀବୀ ଶରତ କୁମାର ରାୟଗୁରୁ କହିଛନ୍ତି, ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁବିଧା ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟରେ ୫ ଫୁଟ୍‌ ପର୍ଯ୍ୟନ୍ତ ଖୋଳିବା ପାଇଁ ଅନୁମତି ରହିଛି। ତେବେ ପ୍ରଶାସନ ଏହାକୁ ନ ମାନି ୩୦ରୁ ୩୫ ଫୁଟ୍‌ ପର୍ଯ୍ୟନ୍ତ ଖନନ କରି ଫାଉଣ୍ଡେଶନ୍‌ ପକାଉଛି। ଫଳରେ ଶ୍ରୀମନ୍ଦିରର ଭିତ୍ତିଭୂମି ପ୍ରଭାବିତ ହେବାର ଆଶଙ୍କା ରହୁଛି। ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ଓ କ୍ଲୋକ୍‌ ରୁମ୍‌ ଇତ୍ୟାଦି ୫ ଫୁଟ୍‌ ବେସ୍‌ମେଣ୍ଟରେ ହୋଇପାରିବ ଏବଂ ଏହା ଅସ୍ଥାୟୀ ଭାବେ ନିର୍ମାଣ ନେଇ ନିୟମ ରହିଛି। ମାତ୍ର ଏଠାରେ ଏହି ନିୟମର ଉଲ୍ଲଂଘନ କରାଯାଉଛି। ଏଥିଯୋଗୁ ଟିମ୍‌ ଅସନ୍ତୋଷ ବ୍ୟକ୍ତ କରିଛି। ଉକ୍ତ ଟିମ୍‌ ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ ଭବତାରଣ ସାହୁ ଏବଂ ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ପାଣିଗ୍ରାହୀଙ୍କୁ ଭେଟିଛି। ପ୍ରକଳ୍ପ ନିର୍ମାଣ ନେଇ ଏନ୍‌ଓସି ଥିବା ଜିଲାପାଳ କହିବା ସହ ଗତ ସେପ୍ଟେମ୍ବର ୨୧ରେ ଆସିଥିବା ଏଏସ୍‌ଆଇ ଡିଜି ଭି. ବିଦ୍ୟାବତୀଙ୍କ ନୋଟ୍‌କୁ ଦେଖାଇଛନ୍ତି। ତେବେ ସମ୍ପୃକ୍ତ ନୋଟ୍‌ ଆଇନତଃ ଏକ ଦସ୍ତାବିଜ୍‌ ନୁୁହେଁ ବୋଲି ଓକିଲ ସଂଘ କହିଛି। ସେହିଭଳି ବିଧାନସଭା ଓ ଶ୍ରୀମନ୍ଦିର ପରିଚାଳନା କମିଟିରେ ପ୍ରକଳ୍ପ କାର୍ଯ୍ୟ ଅନୁମୋଦନ ପ୍ରସଙ୍ଗରେ ମଧ୍ୟ ଦୀର୍ଘ ସମୟ ଧରି ଯୁକ୍ତି ହୋଇଛି। ଟିମ୍‌ ସଦସ୍ୟ କହିଛନ୍ତି, ଶୌଚାଳୟ ଓ କ୍ଲୋକ୍‌ ରୁମ୍‌ ଇତ୍ୟାଦି ଲାଗି ୫ ଫୁଟ୍‌ ଖନନ କରି ଅସ୍ଥାୟୀ କୋଠା ନିର୍ମାଣ ପାଇଁ ଅନୁମତି ମଗାଯାଇଥିଲା। ଫଳରେ ପ୍ରକଳ୍ପର ନକ୍ସା ଅନୁମୋଦିତ ହୋଇଯାଇଛି। ମାତ୍ର ବାସ୍ତବରେ କାର୍ଯ୍ୟ ସେହିଭଳି ଭାବେ ହେଉନାହିଁ। ସରକାର ପ୍ରଥମରୁ ଏଥିଲାଗି ୩୫ ଫୁଟ୍‌ ଖନନ କରିବେ ବୋଲି ସ୍ପଷ୍ଟ କରିଥିଲେ ଅନୁମୋଦନ ମିଳି ନ ଥାନ୍ତା। ଅନ୍ୟପକ୍ଷରେ ଓକିଲ ସଂଘକୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏନ୍‌ଏମଏର ଅନୁମୋଦନ ପତ୍ର ଦେଖାଇଥିଲେ। ଏସମ୍ପର୍କରେ ଓକିଲ ସଂଘ ସଭାପତି ଭଗବାନ ମିଶ୍ର କହିଛନ୍ତି, ଏଏସ୍‌ଆଇ ତତ୍ତ୍ବାବଧାନରେ ନିର୍ମାଣ କାର୍ଯ୍ୟ ପରିଚାଳିତ ହେବା ଦରକାର। ସେହିଭଳି ଏଏସ୍‌ଆଇ ଡିଜି କିମ୍ବା କେନ୍ଦ୍ର ସରକାର ପ୍ରକଳ୍ପ କାର୍ଯ୍ୟ ଉପରେ ଚୂଡ଼ାନ୍ତ ମୋହର ମାରିବେ। ଯେପର୍ଯ୍ୟନ୍ତ ଏଏସ୍‌ଆଇ ଡିଜିଙ୍କ ଅନୁମୋଦନପତ୍ର ସାର୍ବଜନୀନ ହୋଇନାହିଁ, ସେପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆଇନତଃ ହେଉଛି ବୋଲି କୁହାଯାଇପାରିବ ନାହିଁ। ତେଣୁ କାର୍ଯ୍ୟ ସ୍ଥଗିତ ରଖିବାକୁ ସଂଘ ଦାବି କରିଛି। ତେବେ ଏହାକୁ ଜିଲାପାଳ ଅଗ୍ରାହ୍ୟ କରିଛନ୍ତି। ତେଣୁ ଶନିବାର ଓକିଲ ସଂଘ ଲିଗାଲ କମିଟି ବସି ଆଲୋଚନା କ୍ରମେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri