Posted inଜାତୀୟ

ଡବ୍ଲ୍ୟୁଏଚ୍‌ଓ ରିପୋର୍ଟକୁ ନେଇ ବିବାଦ: ମୃତ୍ୟୁସଂଖ୍ୟା ସ୍ପଷ୍ଟ ଲାଗି କମିଶନ ବସାଅ

ନୂଆଦିଲ୍ଲୀ,୭ା୫: ଭାରତରେ କୋଭିଡ୍‌ ମହାମାରୀରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ମୃତ୍ୟୁସଂଖ୍ୟା ସ୍ପଷ୍ଟ କରିବା ନିମନ୍ତେ ସବୁ ରାଜନୈତିକ ଦଳର ସଦସ୍ୟଙ୍କୁ ନେଇ ଏକ କମିଶନ ଗଠନ ଲାଗି କଂଗ୍ରେସ ଶୁକ୍ରବାର ଦାବି କରିଛି। ଏଥିସହିତ ସମସ୍ତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇଦେବା ଲାଗି ଦଳ ପକ୍ଷରୁ ଦାବିକୁ ପୁନର୍ବାର ଦୋହରାଯାଇଛି। ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା ଲୁଚାଇଛନ୍ତି। ମହାମାରୀରେ ଦେଶର ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସରକାର ଏହାକୁ ୫.୨୪ ଲକ୍ଷ ଦର୍ଶାଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କହୁଛନ୍ତି, ବିଜ୍ଞାନ କେବେ ମିଛ ହେବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଛନ୍ତି। ଆତ୍ମୀୟଙ୍କୁ ହରାଇଥିବା ପରିବାରଗୁଡ଼ିକୁ ସହାୟତା ସ୍ବରୂପ ୪ ଲକ୍ଷ ଟଙ୍କା ଲେଖାଏ ଯୋଗାଇ ଦିଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି।
କୋଭିଡ୍‌ ମହାମାରୀରେ ସାରା ବିଶ୍ୱରୁ ୧.୪୯ କୋଟି ଲୋକଙ୍କ ମୃତ୍ୟୁ ଘଟିଥିବା ଗୁରୁବାର ଡବ୍ଲ୍ୟୁଏଚ୍‌ଓ ପ୍ରକାଶ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଭାରତରେ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ସରକାରୀ ଭାବେ ଦର୍ଶାଯାଇଥିବା ସଂଖ୍ୟା ତୁଳନାରେ ୧୦ ଗୁଣ ଅଧିକ। ଏହା ବିଶ୍ୱ ମୃତ୍ୟୁସଂଖ୍ୟାର ପାଖାପାଖି ଏକ-ତୃତୀୟାଂଶ ବୋଲି ଜଣାପଡ଼ିଛି। ମହାମାରୀର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ୍‌, ଔଷଧ ଓ ହସ୍ପିଟାଲରେ ବେଡ୍‌ ନ ପାଇ ରୋଗୀଙ୍କ ଜୀବନ ଯାଉଥିବାବେଳେ ସରକାର ମୃତ୍ୟୁସଂଖ୍ୟା ଲୁଚାଇବା କାର୍ଯ୍ୟରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି। ଦେଶବାସୀ ସତ ଜାଣିବା ଆବଶ୍ୟକ। ମୋଦି ସରକାର ଭାରତକୁ ବିଶ୍ୱ ଦରବାରରେ ପୁଣିଥରେ ନିମ୍ନ ସ୍ତରକୁ ନେଇଯାଇଥିବା କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ଅଭିଯୋଗ କରିଛନ୍ତି। ମୃତ୍ୟୁ ସମ୍ପର୍କିତ ସତ ପଦାକୁ ଆଣିବା ଲାଗି କମିଶନ ଗଠନ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଏନେଇ ସରକାରଙ୍କ ନିଦ କେବେ ଭାଙ୍ଗିବ ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର କୋଭିଡ୍‌ ପରିଚାଳନାରେ ବିଫଳ ହୋଇଥିବା ସଦ୍ୟ ପ୍ରକାଶିତ ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ଦ୍ୱିତୀୟ ଲହର ସମୟରେ ଗଙ୍ଗାନଦୀରେ ହଜାର ହଜାର ଶବ ଭାସୁଥିବାବେଳେ ସାରା ବିଶ୍ୱ ମୋଦିଙ୍କ ପରିଚାଳନା ଷ୍ଟାଇଲ୍‌କୁ ଦେଖିଥିଲା ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।
ଅନ୍ୟପକ୍ଷରେ କୋଭିଡ୍‌ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀ ରାଜନୀତି କରୁଥିବା ଭାଜପା ଅଭିଯୋଗ କରିଛି। ଡବ୍ଲ୍ୟୁଏଚ୍‌ଓ ଡାଟା ଏବଂ କଂଗ୍ରେସ ବେଟା (ରାହୁଲ) ଉଭୟ ଭୁଲ୍‌ ବୋଲି ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଡବ୍ଲ୍ୟୁଏଚ୍‌ଓ ଆକଳନ ତ୍ରୁଟିପୂର୍ଣ୍ଣ

କୋଭିଡ୍‌-୧୯ ମହାମାରୀରେ ଭାରତରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଉପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦ (ସିସିଏଚ୍‌ଏଫ୍‌ଡବ୍ଲ୍ୟୁ) ଦୃଢ଼ ପ୍ରତିବାଦ ଜଣାଇଛି। ଡବ୍ଲ୍ୟୁଏଚ୍‌ଓ ମୃତ୍ୟୁସଂଖ୍ୟା ଆକଳନ ଲାଗି ବ୍ୟବହାର କରିଥିବା ମଡେଲ ତ୍ରୁଟିପୂର୍ଣ୍ଣ ବୋଲି ସିସିଏଚ୍‌ଏଫ୍‌ଡବ୍ଲ୍ୟୁରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବରେ କୁହାଯାଇଛି। ଭାରତ ସରକାର ସ୍ବଚ୍ଛ ଓ ଆଇନଗତ ପ୍ରକ୍ରିୟା ଅନୁସରଣ କରି ବ୍ୟବସ୍ଥିତ ଭାବେ କୋଭିଡ୍‌ ମୃତ୍ୟୁ ରେକର୍ଡ ପ୍ରସ୍ତୁତ କରିଛି। ତେଣୁ ଡବ୍ଲ୍ୟୁଏଚ୍‌ଓ ଆକଳନ ଗ୍ରହଣୀୟ ନୁହେଁ ବୋଲି ସିସିଏଚ୍‌ଏଫ୍‌ଡବ୍ଲ୍ୟୁ କହିଛି। ଗୁଜରାଟର କେଭାଡିଆଠାରେ ଚାଲିଥିବା ସିସିଏଚ୍‌ଏଫ୍‌ଡବ୍ଲ୍ୟୁ ସମ୍ମିଳନୀର ଦ୍ୱିତୀୟ ଦିନରେ ୨୦ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟକୁ ଅଗ୍ରାହ୍ୟ କରିବା ସହ ଭାରତର ଅସନ୍ତୋଷ ଡବ୍ଲ୍ୟୁଏଚ୍‌ଓକୁ ଜଣାଇବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri