ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ଠିକାସଂସ୍ଥା ନାଁରେ ପମ୍ପ ହାଉସ ଜମି

କେନ୍ଦ୍ରାପଡ଼ା ଅଫିସ,୧।୧୦: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ପ୍ରତିଦିନ ନୂଆ ପ୍ରଶ୍ନ ସୃଷ୍ଟି କରୁଛି। ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ୮୯୨ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ଏହି ମେଗା ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଉସ ଜମି ମାଲିକାନା ଠିକା ସଂସ୍ଥାର ବୋଲି ଜଣାପଡିଛି। ସରକାରୀ ଯୋଜନାରେ ଜମି ଅଧିଗ୍ରହଣ କରା ନ ଯାଇ ବ୍ୟକ୍ତିଗତ ଜମି ଉପରେ ପ୍ରକଳ୍ପ କାହିଁକି ବୋଲି ପ୍ରଶ୍ନ ଉଠିଛି। ପୁଣି ଯେଉଁ ଜମି ଉପରେ ପ୍ରକଳ୍ପର ପମ୍ପ୍‌ ହାଉସ ନିର୍ମାଣ କରାଯାଉଛି ତା’ର କିସମ ନଦୀ ଥିଲା। ଏହାର ବିକ୍ରିରେ ସବ୍‌ରେଜିଷ୍ଟ୍ରାର ବାଧା ନ ଦେବା ବିବାଦ ସୃଷ୍ଟି କରିଛି। ଅନ୍ୟପକ୍ଷେ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ସ୍ଥାନ ବରୁଣାଡ଼ିହା ସମେତ ୩ ପଞ୍ଚାୟତରେ ସିଆରପିସି ଧାରା ୧୪୪ ଜାରି ହୋଇଛି। ଫଳରେ ଗତ ୨ ମାସ ଧରି ସ୍ଥାନୀୟ ଲୋକମାନେ ଖେତକୁ ଯାଇପାରୁ ନ ଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି କର୍ମକର୍ତ୍ତା ଦୁର୍ଯ୍ୟୋଧନ ମହାନ୍ତି, ବିଧାନ ଦାସ, ଶରତ ରାଉତ, ସବିତା ବରଜ, ଲିପ୍ସା ନାୟକ ପ୍ରମୁଖ କହିଛନ୍ତି, ପ୍ରକଳ୍ପର ବୈଧତାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିଛି। ରାଜକନିକା ତହସିଲ ଅଧୀନ ବରୁଣାଡ଼ିହା ଠାରେ ଭଦ୍ରକ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଉସ ନିର୍ମାଣ ହେଉଛି। ୯୧ ଡିସିମିଲର ଏହି ସ୍ଥାନଟିର ଜମି କିସମ ନଦୀ ଭାବେ ପଟ୍ଟାରେ ଦର୍ଶାଯାଇଛି। ଏହାର ଚୌହଦୀରେ ଖରସ୍ରୋତା ନଦୀ ଅଛି। ଏବେ ଏହି ଜମି ବୃହତ୍‌ ମଧୁର ଜଳ ପାନୀୟ ପ୍ରକଳ୍ପ ମାଲିକାନାରେ ଥିଲେ ମଧ୍ୟ ମାର୍ଫତଦାର ସେକ୍‌ ହୋସେନ ବାଶାହାଙ୍କ ନାମରେ ଅଛି। ସେକ୍‌ ବାଶାହା ହେଉଛନ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ପାଇଥିବା ଠିକା ସଂସ୍ଥା ହାଇଦ୍ରାବାଦସ୍ଥିତ ମେସର୍ସ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡର ବରିଷ୍ଠ ପରିଚାଳକ। ସେ ଆନ୍ଧ୍ରପ୍ରଦେଶ ରାଜ୍ୟ କୁନୁର ଜିଲା ବୁଧୱାରା ପେଟା ଅଞ୍ଚଳର ବାସିନ୍ଦା। ଅପରପକ୍ଷେ ଭଦ୍ରକର ଏହି ମେଗା ପ୍ରକଳ୍ପ ପାଇଁ ବରୁଣାଡ଼ିହାରେ ଜମି ଅଧିଗ୍ରହଣ ହୋଇନାହିଁ। ଏନେଇ ଗତ ୧୬ ତାରିଖରେ ସହରର ଖଡିଅଙ୍ଗ ଗ୍ରାମର କ୍ଷିତୀଶ କୁମାର ସିଂହଙ୍କୁ କେନ୍ଦ୍ରପଡ଼ା ଜିଲା ଜମି ଅଧିଗ୍ରହଣ ବିଭାଗ ପକ୍ଷରୁ ଆରଟିଆଇ ତଥ୍ୟରେ ଦର୍ଶାଯାଇଛି। ତେବେ ବସୁଧା ଯୋଜନା ରାଜ୍ୟ ସରକାରଙ୍କର ହୋଇଥିବା ବେଳେ ପ୍ରକଳ୍ପର ନିର୍ମାଣ ସ୍ଥାନ ବ୍ୟକ୍ତିଗତ ଜମି ଉପରେ କାହିଁକି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ବ୍ୟକ୍ତିଗତ ଜମି ଉପରେ ସରକାରୀ ଅନୁଦାନ କେଉଁ ପରିସ୍ଥିତିରେ ଖର୍ଚ୍ଚ ହୋଇଛି, ତା’ର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ଜିଲାପାଳ ଗତ ଅଗଷ୍ଟ ୧୦ରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବରୁଣାଡ଼ିହା ସମେତ ନିକଟସ୍ଥ ଭାରିଗଦା ଓ ବାଳକାଟି ପଞ୍ଚାୟତରେ ସିଆରପିସି ଧାରା ୧୪୪ ଆସନ୍ତା ଅକ୍ଟୋବର ୧୦ ପର୍ଯ୍ୟନ୍ତ ଜାରି କରିଛନ୍ତି। ବିବାଦୀୟ ସ୍ଥାନରେ ଖେତ ଜମି ରହୁଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଖେତକୁ ଯାଇ ପାରୁନାହାନ୍ତି।
ଏହି ପ୍ରକଳ୍ପ ପାଇଁ ଉପସ୍ଥାପିତ ପରିବେଶ ଓ ସାମାଜିକ ପ୍ରଭାବର ଅନୁଧ୍ୟାନ ରିପୋର୍ଟଟି ଆଇଆଇଟି ହାଇଦ୍ରାବାଦର ନୁହେଁ ବୋଲି ଅନୁଷ୍ଠାନ ପକ୍ଷରୁ ଗତ ୨୭ ତାରିଖରେ ଆରଟିଆଇରେ ସୂଚନା ମିଳିଛି। ଏହାକୁ ଆଧାର କରି ସଂଗ୍ରାମ ସମିତିର କର୍ମକର୍ତ୍ତା ତଥା ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନାରେ ମୁଖ୍ୟମନ୍ତ୍ରୀ, ପୂର୍ବତନ ଓ ବର୍ତ୍ତମାନର ଜିଲାପାଳ, ଡିଏଫ୍‌ଓଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?