ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ଠିକାସଂସ୍ଥା ନାଁରେ ପମ୍ପ ହାଉସ ଜମି

କେନ୍ଦ୍ରାପଡ଼ା ଅଫିସ,୧।୧୦: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ପ୍ରତିଦିନ ନୂଆ ପ୍ରଶ୍ନ ସୃଷ୍ଟି କରୁଛି। ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ୮୯୨ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ଏହି ମେଗା ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଉସ ଜମି ମାଲିକାନା ଠିକା ସଂସ୍ଥାର ବୋଲି ଜଣାପଡିଛି। ସରକାରୀ ଯୋଜନାରେ ଜମି ଅଧିଗ୍ରହଣ କରା ନ ଯାଇ ବ୍ୟକ୍ତିଗତ ଜମି ଉପରେ ପ୍ରକଳ୍ପ କାହିଁକି ବୋଲି ପ୍ରଶ୍ନ ଉଠିଛି। ପୁଣି ଯେଉଁ ଜମି ଉପରେ ପ୍ରକଳ୍ପର ପମ୍ପ୍‌ ହାଉସ ନିର୍ମାଣ କରାଯାଉଛି ତା’ର କିସମ ନଦୀ ଥିଲା। ଏହାର ବିକ୍ରିରେ ସବ୍‌ରେଜିଷ୍ଟ୍ରାର ବାଧା ନ ଦେବା ବିବାଦ ସୃଷ୍ଟି କରିଛି। ଅନ୍ୟପକ୍ଷେ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ସ୍ଥାନ ବରୁଣାଡ଼ିହା ସମେତ ୩ ପଞ୍ଚାୟତରେ ସିଆରପିସି ଧାରା ୧୪୪ ଜାରି ହୋଇଛି। ଫଳରେ ଗତ ୨ ମାସ ଧରି ସ୍ଥାନୀୟ ଲୋକମାନେ ଖେତକୁ ଯାଇପାରୁ ନ ଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି କର୍ମକର୍ତ୍ତା ଦୁର୍ଯ୍ୟୋଧନ ମହାନ୍ତି, ବିଧାନ ଦାସ, ଶରତ ରାଉତ, ସବିତା ବରଜ, ଲିପ୍ସା ନାୟକ ପ୍ରମୁଖ କହିଛନ୍ତି, ପ୍ରକଳ୍ପର ବୈଧତାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିଛି। ରାଜକନିକା ତହସିଲ ଅଧୀନ ବରୁଣାଡ଼ିହା ଠାରେ ଭଦ୍ରକ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଉସ ନିର୍ମାଣ ହେଉଛି। ୯୧ ଡିସିମିଲର ଏହି ସ୍ଥାନଟିର ଜମି କିସମ ନଦୀ ଭାବେ ପଟ୍ଟାରେ ଦର୍ଶାଯାଇଛି। ଏହାର ଚୌହଦୀରେ ଖରସ୍ରୋତା ନଦୀ ଅଛି। ଏବେ ଏହି ଜମି ବୃହତ୍‌ ମଧୁର ଜଳ ପାନୀୟ ପ୍ରକଳ୍ପ ମାଲିକାନାରେ ଥିଲେ ମଧ୍ୟ ମାର୍ଫତଦାର ସେକ୍‌ ହୋସେନ ବାଶାହାଙ୍କ ନାମରେ ଅଛି। ସେକ୍‌ ବାଶାହା ହେଉଛନ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ପାଇଥିବା ଠିକା ସଂସ୍ଥା ହାଇଦ୍ରାବାଦସ୍ଥିତ ମେସର୍ସ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡର ବରିଷ୍ଠ ପରିଚାଳକ। ସେ ଆନ୍ଧ୍ରପ୍ରଦେଶ ରାଜ୍ୟ କୁନୁର ଜିଲା ବୁଧୱାରା ପେଟା ଅଞ୍ଚଳର ବାସିନ୍ଦା। ଅପରପକ୍ଷେ ଭଦ୍ରକର ଏହି ମେଗା ପ୍ରକଳ୍ପ ପାଇଁ ବରୁଣାଡ଼ିହାରେ ଜମି ଅଧିଗ୍ରହଣ ହୋଇନାହିଁ। ଏନେଇ ଗତ ୧୬ ତାରିଖରେ ସହରର ଖଡିଅଙ୍ଗ ଗ୍ରାମର କ୍ଷିତୀଶ କୁମାର ସିଂହଙ୍କୁ କେନ୍ଦ୍ରପଡ଼ା ଜିଲା ଜମି ଅଧିଗ୍ରହଣ ବିଭାଗ ପକ୍ଷରୁ ଆରଟିଆଇ ତଥ୍ୟରେ ଦର୍ଶାଯାଇଛି। ତେବେ ବସୁଧା ଯୋଜନା ରାଜ୍ୟ ସରକାରଙ୍କର ହୋଇଥିବା ବେଳେ ପ୍ରକଳ୍ପର ନିର୍ମାଣ ସ୍ଥାନ ବ୍ୟକ୍ତିଗତ ଜମି ଉପରେ କାହିଁକି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ବ୍ୟକ୍ତିଗତ ଜମି ଉପରେ ସରକାରୀ ଅନୁଦାନ କେଉଁ ପରିସ୍ଥିତିରେ ଖର୍ଚ୍ଚ ହୋଇଛି, ତା’ର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ଜିଲାପାଳ ଗତ ଅଗଷ୍ଟ ୧୦ରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବରୁଣାଡ଼ିହା ସମେତ ନିକଟସ୍ଥ ଭାରିଗଦା ଓ ବାଳକାଟି ପଞ୍ଚାୟତରେ ସିଆରପିସି ଧାରା ୧୪୪ ଆସନ୍ତା ଅକ୍ଟୋବର ୧୦ ପର୍ଯ୍ୟନ୍ତ ଜାରି କରିଛନ୍ତି। ବିବାଦୀୟ ସ୍ଥାନରେ ଖେତ ଜମି ରହୁଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଖେତକୁ ଯାଇ ପାରୁନାହାନ୍ତି।
ଏହି ପ୍ରକଳ୍ପ ପାଇଁ ଉପସ୍ଥାପିତ ପରିବେଶ ଓ ସାମାଜିକ ପ୍ରଭାବର ଅନୁଧ୍ୟାନ ରିପୋର୍ଟଟି ଆଇଆଇଟି ହାଇଦ୍ରାବାଦର ନୁହେଁ ବୋଲି ଅନୁଷ୍ଠାନ ପକ୍ଷରୁ ଗତ ୨୭ ତାରିଖରେ ଆରଟିଆଇରେ ସୂଚନା ମିଳିଛି। ଏହାକୁ ଆଧାର କରି ସଂଗ୍ରାମ ସମିତିର କର୍ମକର୍ତ୍ତା ତଥା ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନାରେ ମୁଖ୍ୟମନ୍ତ୍ରୀ, ପୂର୍ବତନ ଓ ବର୍ତ୍ତମାନର ଜିଲାପାଳ, ଡିଏଫ୍‌ଓଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri