ଭିମ୍‌ସାର ଡାକ୍ତରଙ୍କ ପଦୋନ୍ନତିକୁ ନେଇ ବିବାଦ

ସମ୍ବଲପୁର,୨୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦୋନ୍ନତିରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ପଦୋନ୍ନତିର ମାତ୍ର ଦିନକ ପରେ ସେହି ନିର୍ଦ୍ଦେଶ ବାତିଲ କରାଯାଇଛି। ଭିମ୍‌ସାର ନିର୍ଦ୍ଦେଶକ ଲଲିତ ମେହେରଙ୍କୁ କେତେଜଣ ଡାକ୍ତର ଏ ସମ୍ପର୍କରେ ଅଭିଯୋଗ କରିବା ପରେ ସେ ପଦୋନ୍ନତି ଆଦେଶକୁ ବାତିଲ କରିଛନ୍ତି।
୨୦୧୮ ଅକ୍ଟୋବରରେ କେତେଜଣ ଡାକ୍ତରଙ୍କ ପଦୋନ୍ନତି ପାଇଁ ପ୍ରକିୟା ଆରମ୍ଭ ହୋଇଥିଲା। ପରିଚାଳନା କମିଟି ଓ ପଦୋନ୍ନତି ଚୟନ କମିଟି ଏଥିପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। ହେଲେ ବିଭିନ୍ନ କାରଣରୁ ପଦୋନ୍ନତି ତାଲିକା ସମ୍ପୂର୍ଣ୍ଣ ହୋଇ ନ ଥିଲା। କିନ୍ତୁ ଗତ ମଙ୍ଗଳବାର ତରବରିଆ ଭାବେ ତାଲିକାଭୁକ୍ତ ଡାକ୍ତରମାନଙ୍କୁ ପଦୋନ୍ନତି ଦିଆଯାଇଥିଲା। ଡାକ୍ତର ସୁନିଲ କୁମାର ବେହେରା, ଡାକ୍ତର ବୁତୁଙ୍ଗେଶ୍ୱର ପ୍ରଧାନ, ଡାକ୍ତର ପ୍ରକାଶ ଚନ୍ଦ୍ର ପଣ୍ଡା, ଡାକ୍ତର ଦୁଲାଲ କିଶୁନ ସୋରେନ, ଡାକ୍ତର ବ୍ରଜବିହାରୀ ପଣ୍ଡା, ଡାକ୍ତର କବିତାମଞ୍ଜରୀ ମାଝି, ଡାକ୍ତର ସୁନିଲ କୁମାର ଶର୍ମା, ଡାକ୍ତର ସଚ୍ଚିଦାନନ୍ଦ ପାଣ୍ଡେ, ଡାକ୍ତର ଲଗେନ୍ଦ୍ର କୁମାର ସିଂ, ଡାକ୍ତର ବିପିନ କିଶୋର କୁଲୁ, ଡାକ୍ତର ସଞ୍ଜୟ କୁଜୁର, ଡାକ୍ତର ସୀତାଂଶୁ କୁମାର ମେହେର ଓ ଡାକ୍ତର ମହେନ୍ଦ୍ର ଏକ୍କାଙ୍କ ନାମ ପଦୋନ୍ନତି ତାଲିକାରେ ରହିଥିଲା। ଏଥିରୁ ଡାକ୍ତର ଏକ୍କାଙ୍କ ଅଭିଜ୍ଞତା ଓ ପଦୋନ୍ନତି ସମୟ ହୋଇ ନ ଥିବା ଅଭିଯୋଗ ହେବା ପରେ ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରି ତାଙ୍କ ପଦୋନ୍ନତିକୁ ବାତିଲ କରିଛନ୍ତି। ତେବେ ଏ ସମ୍ପର୍କରେ ନିର୍ଦ୍ଦେଶକ ମେହେର କହିଛନ୍ତି, ଏହା ପୁରୁଣା ପଦୋନ୍ନତି ପ୍ରକିୟା ଥିଲା। ତେଣୁ ସେ ଅନୁମୋଦନ କରିଦେଇଥିଲେ। ହେଲେ ପଦୋନ୍ନତି ହୋଇଥିବା ଡାକ୍ତର ଏକ୍କା ଏଥିପାଇଁ ଯୋଗ୍ୟ ନୁହନ୍ତି। ଭୁଲବଶତଃ ତାଙ୍କ ପଦୋନ୍ନତି କରାଯାଇଥିଲା। ତେଣୁ ତାଙ୍କ ପଦୋନ୍ନତିକୁ ବାତିଲ କରାଗଲା। ସୂଚନାଯୋଗ୍ୟ, ବର୍ଷକ ପରେ ପଦୋନ୍ନତି ତାଲିକା ଓ ସ୍ବୀକୃତି ବାତିଲ ହୋଇଯିବାର ନିୟମ ରହିଛି। ହେଲେ କାହା ସ୍ବାର୍ଥରେ ପଦୋନ୍ନତି ଦିଆଗଲା, ଚୟନ କମିଟି, ପରିଚାଳନା କମିଟି, ପଦୋନ୍ନତି କମିଟିର ସ୍ବୀକୃତି ନ ନେଇ କିଭଳି ଏହି ତାଲିକା ବାତିଲ କରାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri