Posted inଜାତୀୟ

ହ୍ୟୁଷ୍ଟନ କନ୍‌ସୁଲେଟ ବନ୍ଦ କର

ବେଜିଂ,୨୩ା୭: ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ଥିବା ବାଣିଜି୍ୟକ ଦୂତାବାସ ୭୨ ଘଣ୍ଟା ମଧ୍ୟରେ ବନ୍ଦ କରିବା ପାଇଁ ଚାଇନାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ଆମେରିକାର ଏଭଳି ଅଚାନକ ପଦକ୍ଷେପକୁ ବେଜିଂ କଡ଼ା ସମାଲୋଚନା କରିବା ସହ ଏହାର ପ୍ରତିଶୋଧ ନେବା ଲାଗି ଚେତାବନୀ ଦେଇଛି। ଆମେରିକୀୟମାନଙ୍କ ବୌଦ୍ଧିକ ସମ୍ପତ୍ତି ଓ ଘରୋଇ ତଥ୍ୟର ସୁରକ୍ଷା ପାଇଁ ଚାଇନାକୁ ଏହାର ହ୍ୟୁଷ୍ଟନ କନ୍‌ସୁଲେଟ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ମୋର୍ଗାନ ଓର୍ଟାଗସ୍‌ କହିଛନ୍ତି। ପରରାଷ୍ଟ୍ର ସଚିବ ମାଇକ ପମ୍ପିଓଙ୍କ କୋପେନହାଗେନ୍‌ ଗସ୍ତ ବେଳେ ଖବରଦାତାମାନଙ୍କୁ ସୂଚନା ଦେଇ ମୋର୍ଗାନ କହିଥିଲେ, ଭିଏନା ଚୁକ୍ତିନାମା ଅନୁଯାୟୀ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବାହାର ରାଷ୍ଟ୍ର ହସ୍ତକ୍ଷେପ କରିପାରିବ ନାହିଁ।
ଚାଇନାର ଉହାନ ସହରରେ କରୋନା ଭୂତାଣୁ ସୃଷ୍ଟି ହୋଇଥିବାବେଳେ ବେଜିଂ ଏ ସମ୍ପର୍କିତ ସୂଚନାକୁ ଗୋପନ ରଖିବା ଯୋଗୁ ଏହି ମହାମାରୀ ସାରା ବିଶ୍ୱକୁ ବ୍ୟାପିଗଲା। ଏଥିରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିପାଇଁ ବାରମ୍ବାର ଚାଇନାକୁ ଦାୟୀ କରିଆସୁଛି। ସେବେଠାରୁ ବେଜିଂ ଓ ଓ୍ବାଶିଂଟନ ମଧ୍ୟରେ ସମ୍ପର୍କ ଗୁରୁତର ପ୍ରଭାବିତ ହୋଇଛି। ହ୍ୟୁଷ୍ଟନ ବାଣିଜି୍ୟକ ଦୂତାବାସ ବନ୍ଦ ଲାଗି ଆମେରିକାର ଏକପାଖିଆ ନିଷ୍ପତ୍ତି ଅଭୂତପୂର୍ବ ପଦକ୍ଷେପ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନବିନ୍‌ କହିଛନ୍ତି। ଆମେରିକା ଏହାର ଏକତରଫା ନିଷ୍ପତ୍ତିକୁ ତୁରନ୍ତ ବାତିଲ କରିବା ପାଇଁ ବେଜିଂ ଅନୁରୋଧ କରିଛି। ଯଦି ଆମେରିକା ଭୁଲ୍‌ ମାର୍ଗରେ ଯିବା ପାଇଁ ଚାହୁଁଥାଏ ତେବେ ଚାଇନା ମଧ୍ୟ ଏହାର ଦୃଢ଼ ଜବାବ ଦେବ ବୋଲି ଓ୍ବାଙ୍ଗ୍‌ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବନ୍ୟା ସ୍ଥିତି ସଙ୍ଗିନ: ୭ ମୃତ, ୧୫ ଲକ୍ଷ ପ୍ରଭାବିତ

ଗୁଆହାଟୀ,୧୪ା୭: ଆସାମରେ ବନ୍ୟାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୩୩ ଜିଲା ମଧ୍ୟରୁ ୨୫ଟି କ୍ଷତିଗ୍ରସ୍ତ ହୋଇଛି।...

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମୋଦି

ଲକ୍ଷ୍ନୌ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବୁଧବାର ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଲୋକ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ...

କର୍ନାଟକ ବିଧାନସଭା ନିର୍ବାଚନ: ଭାଜପାକୁ ପୁଣି ଝଟ୍‌କା, ଦଳ ଛାଡ଼ିବା ନେଇ ଆଉ ଜଣେ ନେତା କଲେ ଘୋଷଣା

ବେଙ୍ଗାଲୁରୁ, ୧୯।୪: ଆସନ୍ତା ୧୦ ତାରିଖରେ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ହଟଚମଟ ଦେଖାଯାଇଛି । ଟିକେଟ ବଣ୍ଟା...

ଅଷ୍ଟମ ପର୍ଯ୍ୟାୟ ବୈଠକ: ବାହାରିଲାନି କୌଣସି ସମାଧାନ

ନୂଆଦିଲ୍ଲୀ,୮।୧: ବିଜ୍ଞାନ ଭବନରେ ଶୁକ୍ରବାର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା। ବୈଠକରେ ନୂତନ କୃଷି ଆଇନ ଏବଂ ଏମ୍‌ଏସପିକୁ...

ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ...

ସୁସ୍ଥ ହେଲେ କରୋନା ସଂକ୍ରମିତ!

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଆମ ଦେଶରେ ଏହା ତା’ର ଉପସ୍ଥିତି ଜାହିର କରିସାରିଛି। କେରଳରେ...

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ...

ଜମ୍ମୁରେ ସୁରକ୍ଷା ବାହିନୀକୁ ବଡ ସଫଳତା

ଶ୍ରୀନଗର,୧୮।୮: ଉତ୍ତର କଶ୍ମୀରର କୁପୱାଡାରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି। ଏଠାରେ ସର୍ଚ୍ଚ ଅପରେଶନ ବେଳେ ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଗୁପ୍ତଚର...

Advertisement
Archives

Model This Week