ମୃତ୍ୟୁ ତଥ୍ୟକୁ ନେଇ ବିବାଦ

ଭୁବନେଶ୍ୱର,୧୯ା୫(ବ୍ୟୁରୋ):କରୋନାର ଦ୍ୱିତୀୟ ଲହର ମାରାତ୍ମକ ସାବ୍ୟସ୍ତ ହୋଇଛି। ଦେଶରେ ଗତ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ସରକାରୀ ତଥ୍ୟ ଅନୁସାରେ ହାରାହାରି ପ୍ରାୟ ୪୦୦୦ ରହୁଛି। ଓଡ଼ିଶାରେ ମଧ୍ୟ ମୃତ୍ୟୁସଂଖ୍ୟା ଚିନ୍ତାଜନକ ଥିବାବେଳେ ତଥ୍ୟକୁ ନେଇ ବିବାଦ ସୃଷ୍ଟି ହେଉଛି। ଅନେକେ ସରକାରୀ ତଥ୍ୟକୁ ବିଶ୍ୱାସ ନ କରି ତଥ୍ୟ ଲୁଚାଉଥିବା ଅଭିଯୋଗ ଆଣିଛନ୍ତି। ରାଜ୍ୟରେ କେତେଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ତାହା ରାଜ୍ୟବାସୀ ଜାଣିବା ପାଇଁ ପ୍ରତିଦିନ ସ୍ବାସ୍ଥ୍ୟ ବିଭାଗର ଟୁଇଟର ଆକାଉଣ୍ଟରେ ତଥ୍ୟ ପ୍ରକାଶ ପାଉଛି, ଯେଉଁଥିରେ ମୃତକଙ୍କ ବୟସ, ଲିଙ୍ଗ ଓ ସେ କେଉଁ ଜିଲାର ଉଲ୍ଲେଖ ରହୁଛି। ହେଲେ ରାଜ୍ୟ ସରକାରଙ୍କ ଉକ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ମୃତକଙ୍କ ପରିବାର ସଦସ୍ୟମାନେ ସିଧାସଳଖ ପ୍ରମାଣ ସହିତ ପ୍ରଶ୍ନ କରୁଛନ୍ତି ଯେ, ସେମାନଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ତଥ୍ୟ କାହିଁକି ଦିଆଯାଇନାହିଁ। ରାଜ୍ୟର ପ୍ରତ୍ୟେକ ସହରର ପ୍ରତି ଗଳିରୁ ପ୍ରଶ୍ନ ଉଠୁଛି ଯେ ଏଭଳି ସାଂଘାତିକ ଖେଳ କାହିଁକି। ଆମ ପରିବାର ସଦସ୍ୟଙ୍କ ମୃତ୍ୟୁ ବିଷୟ କାହିଁକି ସରକାରୀ ତଥ୍ୟରେ ଉଲ୍ଲେଖ ହେଉନାହିଁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଧରିତ୍ରୀର ଖୋର୍ଦ୍ଧା ଜିଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀଙ୍କ ସାନଭାଇ ଅବନୀକାନ୍ତ ପାଣିଗ୍ରାହୀଙ୍କ ଗତ ୧୫ ତାରିଖରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। କିନ୍ତୁ ଏହି ମୃତ୍ୟୁ ବିଷୟ ଆଜି ଯାଏ ସ୍ବାସ୍ଥ୍ୟ ବିଭାଗର ଟୁଇଟର ତଥ୍ୟରେ ଉଲ୍ଲେଖ କରାଗଲାନାହିଁ। ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଅବିଶ୍ୱାସ କେତେ ଯଥାର୍ଥ।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ସାଂଘାତିକ ତଥ୍ୟ ରାଜ୍ୟବାସୀଙ୍କୁ ଗଭୀରଭାବେ ମର୍ମାହତ କରିଛି। ସରକାର ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ଯେଉଁ ପରିସଂଖ୍ୟାନ ପ୍ରତିଦିନ ଦେଉଛନ୍ତି ତାହା ଭୁଲ୍‌ ଏବଂ ବିଭ୍ରାନ୍ତିକର। ନିରଞ୍ଜନ ଏକ ପ୍ରେସ୍‌ ବିବୃତ୍ତିରେ ମଙ୍ଗଳବାର କହିଛନ୍ତି, ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଯେଉଁ ତଥ୍ୟ ସବୁ ପ୍ରକାଶ ପାଇଛି ତାହା ଗଭୀର ଉଦ୍‌ବେଗଜନକ। ଏହା ଏକ ଧର୍ତ୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି କହିଲେ ଭୁଲ୍‌ ହେବନାହିଁ। ସରକାର ଚଳିତ ମାସରେ ପ୍ରତିଦିନ ହାରାହାରି ୨୦ଜଣ ଲେଖାଏଁ କୋଭିଡ୍‌ରେ ମୃତ୍ୟୁ ଘଟୁଥିବା ଘୋଷଣା କରୁଛନ୍ତି। ଗତ ୧୪ ତାରିଖରେ ସର୍ବାଧିକ ଥିଲା ୨୨ ଜଣ। ମାତ୍ର ସତ୍ୟନଗର ଶ୍ମଶାନକୁ ଦେଖିଲେ, ଚଳିତମାସରେ ପ୍ରତିଦିନ ୪୫ ଶବ ସତ୍କାର ହୋଇଥିବାର ତଥ୍ୟ ସେଠାକାର କର୍ମଚାରୀମାନଙ୍କଠାରୁ ଜଣାପଡ଼ିଛି; ଯେଉଁଥିରୁ ୩୦ ଜଣଙ୍କ କୋଭିଡ୍‌ ନିୟମ ମୁତାବକ ଶବଦାହ ହୋଇଛି। ଏହି ମାସରେ ବର୍ତ୍ତମାନ ସୁଦ୍ଧା ୬୫୦ ଜଣଙ୍କ ଶବ ଏହି ଶ୍ମଶାନରେ ଦାହ ହୋଇଛି। କରୋନାର ୨ୟ ଲହର ଆରମ୍ଭରୁ ଓଡ଼ିଶାରେ ମୋଟ ୩୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ବୋଲି ସରକାର କହୁଛନ୍ତି। ଅର୍ଥାତ୍‌ ଦିନକୁ ହାରାହାରି ୬ ଜଣ ମରିଛନ୍ତି। କିନ୍ତୁ ରାଜ୍ୟର ବିଭିନ୍ନ ମଶାଣିରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକାରୀ ପରିସଂଖ୍ୟାନଠାରୁ ବହୁତ ଅଧିକ ବୋଲି ଜଣାପଡ଼ିଛି। ଏହି ତଥ୍ୟ ଅନୁଯାୟୀ ମେ ୧ରୁ ୧୪ ଭିତରେ ରାଜ୍ୟରେ ୨ ହଜାର ଶବ ସତ୍କାର କରାଯାଇଛି। ଏହାର ଏକ ଉଦାହରଣ ହେଉଛି ସତ୍ୟନଗର, କଟକ ସତୀଚଉରା ଇତ୍ୟାଦି ମଶାଣିରେ ନିର୍ବାପିତ ହେଉ ନ ଥିବା ଜୁଇ। ସୂଚନା ଅଧିକାର ଆଇନ ଜରିଆରେ ଆସିଥିବା ତଥ୍ୟ ମୁତାବକ, ଗତବର୍ଷ ସେପ୍ଟେମ୍ବରରେ ୧୨୮୮ ଶବ ଦାହ ହୋଇଛି। କିନ୍ତୁ କରୋନାରେ ସେହି ମାସରେ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୩୫୬ ଜଣ ପ୍ରାଣ ହରାଇଥିବା କୁହାଯାଇଥିଲା। ଏହା ପଛରେ ରହସ୍ୟ କ’ଣ ରହିଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ସରକାର ଏବେ ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ଝାରସୁଗୁଡ଼ା ଇତ୍ୟାଦି ସହରରେ ଥିବା ମଣାଣିଗୁଡ଼ିକର ସମ୍ପ୍ରସାରଣ ଓ ନୂଆ ମଣାଣି ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯଦି ଦିନକୁ ରାଜ୍ୟରେ ହାରାହାରି ୨୦ ଜଣ ମରୁଛନ୍ତି ତେବେ ଏହି ନୂତନ ମଶାଣି ତିଆରି ପାଇଁ ସରକାର ତପତ୍ର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। କରୋନା ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ସରକାର ଗୁଜରାଟ ମଡେଲକୁ ଅନୁକରଣ କରୁଛନ୍ତି କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri