ମୃତ୍ୟୁ ତଥ୍ୟକୁ ନେଇ ବିବାଦ

ଭୁବନେଶ୍ୱର,୧୯ା୫(ବ୍ୟୁରୋ):କରୋନାର ଦ୍ୱିତୀୟ ଲହର ମାରାତ୍ମକ ସାବ୍ୟସ୍ତ ହୋଇଛି। ଦେଶରେ ଗତ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ସରକାରୀ ତଥ୍ୟ ଅନୁସାରେ ହାରାହାରି ପ୍ରାୟ ୪୦୦୦ ରହୁଛି। ଓଡ଼ିଶାରେ ମଧ୍ୟ ମୃତ୍ୟୁସଂଖ୍ୟା ଚିନ୍ତାଜନକ ଥିବାବେଳେ ତଥ୍ୟକୁ ନେଇ ବିବାଦ ସୃଷ୍ଟି ହେଉଛି। ଅନେକେ ସରକାରୀ ତଥ୍ୟକୁ ବିଶ୍ୱାସ ନ କରି ତଥ୍ୟ ଲୁଚାଉଥିବା ଅଭିଯୋଗ ଆଣିଛନ୍ତି। ରାଜ୍ୟରେ କେତେଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ତାହା ରାଜ୍ୟବାସୀ ଜାଣିବା ପାଇଁ ପ୍ରତିଦିନ ସ୍ବାସ୍ଥ୍ୟ ବିଭାଗର ଟୁଇଟର ଆକାଉଣ୍ଟରେ ତଥ୍ୟ ପ୍ରକାଶ ପାଉଛି, ଯେଉଁଥିରେ ମୃତକଙ୍କ ବୟସ, ଲିଙ୍ଗ ଓ ସେ କେଉଁ ଜିଲାର ଉଲ୍ଲେଖ ରହୁଛି। ହେଲେ ରାଜ୍ୟ ସରକାରଙ୍କ ଉକ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ମୃତକଙ୍କ ପରିବାର ସଦସ୍ୟମାନେ ସିଧାସଳଖ ପ୍ରମାଣ ସହିତ ପ୍ରଶ୍ନ କରୁଛନ୍ତି ଯେ, ସେମାନଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ତଥ୍ୟ କାହିଁକି ଦିଆଯାଇନାହିଁ। ରାଜ୍ୟର ପ୍ରତ୍ୟେକ ସହରର ପ୍ରତି ଗଳିରୁ ପ୍ରଶ୍ନ ଉଠୁଛି ଯେ ଏଭଳି ସାଂଘାତିକ ଖେଳ କାହିଁକି। ଆମ ପରିବାର ସଦସ୍ୟଙ୍କ ମୃତ୍ୟୁ ବିଷୟ କାହିଁକି ସରକାରୀ ତଥ୍ୟରେ ଉଲ୍ଲେଖ ହେଉନାହିଁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଧରିତ୍ରୀର ଖୋର୍ଦ୍ଧା ଜିଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀଙ୍କ ସାନଭାଇ ଅବନୀକାନ୍ତ ପାଣିଗ୍ରାହୀଙ୍କ ଗତ ୧୫ ତାରିଖରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। କିନ୍ତୁ ଏହି ମୃତ୍ୟୁ ବିଷୟ ଆଜି ଯାଏ ସ୍ବାସ୍ଥ୍ୟ ବିଭାଗର ଟୁଇଟର ତଥ୍ୟରେ ଉଲ୍ଲେଖ କରାଗଲାନାହିଁ। ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଅବିଶ୍ୱାସ କେତେ ଯଥାର୍ଥ।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ସାଂଘାତିକ ତଥ୍ୟ ରାଜ୍ୟବାସୀଙ୍କୁ ଗଭୀରଭାବେ ମର୍ମାହତ କରିଛି। ସରକାର ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ଯେଉଁ ପରିସଂଖ୍ୟାନ ପ୍ରତିଦିନ ଦେଉଛନ୍ତି ତାହା ଭୁଲ୍‌ ଏବଂ ବିଭ୍ରାନ୍ତିକର। ନିରଞ୍ଜନ ଏକ ପ୍ରେସ୍‌ ବିବୃତ୍ତିରେ ମଙ୍ଗଳବାର କହିଛନ୍ତି, ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଯେଉଁ ତଥ୍ୟ ସବୁ ପ୍ରକାଶ ପାଇଛି ତାହା ଗଭୀର ଉଦ୍‌ବେଗଜନକ। ଏହା ଏକ ଧର୍ତ୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି କହିଲେ ଭୁଲ୍‌ ହେବନାହିଁ। ସରକାର ଚଳିତ ମାସରେ ପ୍ରତିଦିନ ହାରାହାରି ୨୦ଜଣ ଲେଖାଏଁ କୋଭିଡ୍‌ରେ ମୃତ୍ୟୁ ଘଟୁଥିବା ଘୋଷଣା କରୁଛନ୍ତି। ଗତ ୧୪ ତାରିଖରେ ସର୍ବାଧିକ ଥିଲା ୨୨ ଜଣ। ମାତ୍ର ସତ୍ୟନଗର ଶ୍ମଶାନକୁ ଦେଖିଲେ, ଚଳିତମାସରେ ପ୍ରତିଦିନ ୪୫ ଶବ ସତ୍କାର ହୋଇଥିବାର ତଥ୍ୟ ସେଠାକାର କର୍ମଚାରୀମାନଙ୍କଠାରୁ ଜଣାପଡ଼ିଛି; ଯେଉଁଥିରୁ ୩୦ ଜଣଙ୍କ କୋଭିଡ୍‌ ନିୟମ ମୁତାବକ ଶବଦାହ ହୋଇଛି। ଏହି ମାସରେ ବର୍ତ୍ତମାନ ସୁଦ୍ଧା ୬୫୦ ଜଣଙ୍କ ଶବ ଏହି ଶ୍ମଶାନରେ ଦାହ ହୋଇଛି। କରୋନାର ୨ୟ ଲହର ଆରମ୍ଭରୁ ଓଡ଼ିଶାରେ ମୋଟ ୩୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ବୋଲି ସରକାର କହୁଛନ୍ତି। ଅର୍ଥାତ୍‌ ଦିନକୁ ହାରାହାରି ୬ ଜଣ ମରିଛନ୍ତି। କିନ୍ତୁ ରାଜ୍ୟର ବିଭିନ୍ନ ମଶାଣିରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକାରୀ ପରିସଂଖ୍ୟାନଠାରୁ ବହୁତ ଅଧିକ ବୋଲି ଜଣାପଡ଼ିଛି। ଏହି ତଥ୍ୟ ଅନୁଯାୟୀ ମେ ୧ରୁ ୧୪ ଭିତରେ ରାଜ୍ୟରେ ୨ ହଜାର ଶବ ସତ୍କାର କରାଯାଇଛି। ଏହାର ଏକ ଉଦାହରଣ ହେଉଛି ସତ୍ୟନଗର, କଟକ ସତୀଚଉରା ଇତ୍ୟାଦି ମଶାଣିରେ ନିର୍ବାପିତ ହେଉ ନ ଥିବା ଜୁଇ। ସୂଚନା ଅଧିକାର ଆଇନ ଜରିଆରେ ଆସିଥିବା ତଥ୍ୟ ମୁତାବକ, ଗତବର୍ଷ ସେପ୍ଟେମ୍ବରରେ ୧୨୮୮ ଶବ ଦାହ ହୋଇଛି। କିନ୍ତୁ କରୋନାରେ ସେହି ମାସରେ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୩୫୬ ଜଣ ପ୍ରାଣ ହରାଇଥିବା କୁହାଯାଇଥିଲା। ଏହା ପଛରେ ରହସ୍ୟ କ’ଣ ରହିଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ସରକାର ଏବେ ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ଝାରସୁଗୁଡ଼ା ଇତ୍ୟାଦି ସହରରେ ଥିବା ମଣାଣିଗୁଡ଼ିକର ସମ୍ପ୍ରସାରଣ ଓ ନୂଆ ମଣାଣି ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯଦି ଦିନକୁ ରାଜ୍ୟରେ ହାରାହାରି ୨୦ ଜଣ ମରୁଛନ୍ତି ତେବେ ଏହି ନୂତନ ମଶାଣି ତିଆରି ପାଇଁ ସରକାର ତପତ୍ର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। କରୋନା ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ସରକାର ଗୁଜରାଟ ମଡେଲକୁ ଅନୁକରଣ କରୁଛନ୍ତି କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri