ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବାଲିଯାତ୍ରା ପାଇଁ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସଫେଇଠାରୁ ଆରମ୍ଭ କରି ସାଜସଜ୍ଜା, ମନୋରଞ୍ଜନ ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଏଥିପାଇଁ ବ୍ୟବସ୍ଥିତ ଢଙ୍ଗରେ ଟେଣ୍ଡର ନ କରି ଗୋଟିଏ ସଂସ୍ଥାକୁ କାମ ଦିଆଯିବା ନେଇ ଉଭୟ ଶାସକ ଓ ବିରୋଧୀ ଦଳର କର୍ପୋରେଟର ପ୍ରଶ୍ନ ଉଠାଇଛନ୍ତି। ବାଲିଯାତ୍ରା ପଡିଆରେ ଧୂଳି ନ ଉଡ଼ିବା ନିମନ୍ତେ କେମିକାଲ ମିଶା ପାଣି ସ୍ପ୍ରେ, ଗାଡ଼ି ପାର୍କିଂ ଷ୍ଟାଣ୍ଡ, ଲେଜର ଲାଇଟ୍‌ ସୋ, ସଫେଇରେ ଦୁର୍ନୀତି ହୋଇଥିବା ଉଭୟ ଦଳର କର୍ପୋରେଟର ମତବ୍ୟକ୍ତ କରିଛନ୍ତି। ତଦନ୍ତକାରୀ ଟିମ୍‌ର ସଦସ୍ୟ ତଥା ୱାର୍କ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ କିଶୋର ଖୁଣ୍ଟିଆ ମଙ୍ଗଳବାର ବାଲିଯାତ୍ରା ପଡିଆ ଓ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବିଭିନ୍ନ ସଂସ୍ଥାକୁ ଭିନ୍ନ ଭିନ୍ନ କାର୍ଯ୍ୟ ଦିଆଯାଇଥିଲେ ସୁଦ୍ଧା ସମ୍ପୃକ୍ତ ସଂସ୍ଥା ସିଏମ୍‌ସି ଗାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସିଏମ୍‌ସି ଗାଡ଼ିରେ ପାଣି ସ୍ପ୍ରେ ହେଉଛି। ଏପଟେ କେମିକାଲ ପାଇଁ ୩୪ ଲକ୍ଷ ବଜେଟ୍‌ ରହିଛି। ସେହିଭଳି ଜାଗୃତି ସଂସ୍ଥା ସଫେଇ ଦାୟିତ୍ୱ ନେଇଥିଲାବେଳେ ସିଏମ୍‌ସି ଗାଡ଼ିରେ ସଫେଇ ଚାଲିଛି। ପ୍ରବେଶ ପଥରେ ବାଉଁଶ ବନ୍ଧା ଯାଇଥିବାବେଳେ ୩୨ ଲକ୍ଷ ଟଙ୍କା ବିଲ୍‌ କରିବାକୁ ପ୍ରସ୍ତାବ ଦିଆଯାଇଛି। ଲେଜର୍‌ ଲାଇଟ୍‌ ସୋ’, ୩-ଡି ସୋ, ସ୍ବାଗତ ତୋରଣ, ସବୁଜ ବାଣ ପାଇଁ ରାଜସ୍ବ ଖର୍ଚ୍ଚ ହେଉଛି। ଯୋଜନାବଦ୍ଧ ଭାବରେ ନିର୍ଦ୍ଦିଷ୍ଟ ଏକ ସଂସ୍ଥାକୁ ସୁହାଇଲା ଭଳି କାର୍ଯ୍ୟ ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିପରି ପାର୍କିଂଷ୍ଟାଣ୍ଡ ଅବ୍ୟବସ୍ଥାକୁ ନେଇ କର୍ପୋରେଟର ପ୍ରଦୀପ ସାହୁ ଓ ବାଲିଯାତ୍ରା ପାଇଁ ହୋଇଥିବା ସ୍ବାଗତ ତୋରଣକୁ ନେଇ ଭାଜପା କର୍ପୋରେଟର ଗଗନ ଓଝା ପ୍ରଶ୍ନ ଉଠାଇଛନ୍ତି। ସହର ପ୍ରବେଶ ପଥରେ ଦୁଇଟି ସ୍ବାଗତ ତୋରଣ ନିର୍ମାଣ ପାଇଁ ୧୭ ଲକ୍ଷ ଟଙ୍କା ବଜେଟ ହୋଇଛି। ହେଲେ ତୋରଣ କେଉଁଥିରେ ତିଆରି ବୋଲି ଗଗନ ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ ଗତ ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଖୁଣ୍ଟିଆ ବାଲିଯାତ୍ରା ପଡ଼ିଆ ବୁଲିବା ସହ ବିଭିନ୍ନ କାର୍ଯ୍ୟ ତଦାରଖ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ସବୁ କାମରେ ଦୁର୍ନୀତି ହୋଇଥିବା ଜଣାପଡିଛି। ଏ ସମ୍ପର୍କିତ ରିପୋର୍ଟ ବୁଧବାର ସିଏମ୍‌ସିରେ ଦାଖଲ କରିବି। ଯଦି ଉକ୍ତ ରିପୋର୍ଟରେ ସତ୍ୟତା ନ ଥିବ, ତା’ହେଲେ ବାଲିଯାତ୍ରା ଖର୍ଚ୍ଚକୁ ନେଇ ତୃତୀୟ ପାର୍ଟି କିମ୍ବା ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯାଉ ବୋଲି ସେ କହିଛନ୍ତି। ଅପରପକ୍ଷରେ ଗତବର୍ଷ ବାଲିଯାତ୍ରାରେ ଦୁର୍ନୀତି ହୋଇଥିବା ନେଇ ସମସ୍ତ କର୍ପୋରେଟର ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଏହାର ସ୍ବତନ୍ତ୍ର ଅଡିଟ୍‌ କରାଯିବ ବୋଲି ମେୟର ଓ କମିଶନର କହି କର୍ପୋରେଟରମାନଙ୍କୁ ଚୁପ୍‌ କରାଇ ଦେଇଥିଲେ। ଗତବର୍ଷ ବାଲିଯାତ୍ରା ଶେଷ ହୋଇ ଚଳିତବର୍ଷ ମଧ୍ୟ ଶେଷ ହେଲା। ହେଲେ ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ମିଳିପାରିଲା ନାହିଁ। ଏଥର ମଧ୍ୟ ସମ୍ମାନ ସ୍ଥିତି ଉପୁଜିବା ନେଇ ସନ୍ଦେହ ପ୍ରକାଶ ପାଇଛି। ହେଲେ ଏଥର କର୍ତ୍ତୃପକ୍ଷ କ’ଣ କହି କର୍ପୋରେଟରଙ୍କୁ ଚୁପ୍‌ କରିବେ ତାହା ଦେଖିବାକୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri