ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା ସହର ଅଣନିଃଶ୍ୱାସୀ ହୋଇପଡ଼ିଲାଣି। ଦୈନିକ ସହରରୁ ୬ଶହ ମେଟ୍ରିକ୍‌ ଟନ୍‌ ଆବର୍ଜନା ବାହାରୁଥିବାବେଳେ ସେଥିରୁ ୪ଶହ ମେଟ୍ରିକ୍‌ ଟନ୍‌ ଆବର୍ଜନା ଟିଟିଏସ୍‌କୁ ଆସୁଥିବା ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ଆବର୍ଜନାକୁ ବାଦ୍‌ ଦେଲେ ସବୁଜ ଆବର୍ଜନା, ନିର୍ମାଣ ଓ ଭଗ୍ନାବଶେଷ ଆବର୍ଜନାକୁ ମିଶାଇଲେ ଏହା ପ୍ରାୟ ୮ଶହ୍‌ ମେଟ୍ରିକ୍‌ ଟନ୍‌କୁ ଛୁଇଁବ। ଭୁଆଶୁଣୀ ଡମ୍ଫିଂୟାର୍ଡ ବନ୍ଦ ହେବା ପରଠାରୁ ବିଏମ୍‌ସି ଆବର୍ଜନା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହେଉଥିବାବେଳେ ଜନସାଧାରଣଙ୍କୁ ଏକପ୍ରକାର ହନ୍ତସନ୍ତ କରୁଛି। ୧ମାସରୁ ଊର୍ଦ୍ଧ୍ୱ ସମୟ ହେବ ସହରବାସୀ ଦୁର୍ଗନ୍ଧରେ ଜୀବନ ଅତିବାହିତ କରୁଥିବାବେଳେ ସହର ବାହାରେ ମଧ୍ୟ ସ୍ମାର୍ଟସିଟିର ଏହି ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ମାତ୍ର ଏତେସବୁ ପରେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉ ନ ଥିବା ତଥା ଦୁର୍ଗନ୍ଧ କମାଇବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନ କରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଏ ନେଇ ସ୍ଥାନୀୟ ଅଞ୍ଚଳର କେତେଜଣ ବାସିନ୍ଦାଙ୍କ ମତାମତକୁ ନେଇ ଏକ ରିପୋର୍ଟ।

ଭୁବନେଶ୍ୱର ଏବେ ଗାଁ ଗଣ୍ଡାଠାରୁ ବଳିଗଲାଣି
ରାଜଧାନୀ ଭୁବନେଶ୍ୱର ଏବେ ଆଉ ବାସୋପଯୋଗୀ ସହର ହୋଇ ରହିନାହିଁ। ଗାଁ ଗଣ୍ଡାଠାରୁ ଏହା ବଳିଗଲାଣି। କେବଳ ଟିଟିଏସ୍‌ରୁ ବାହାରୁଥିବା ଦୁର୍ଗନ୍ଧ ନୁହେଁ, ବରଂ ସହରର ଗଳିକନ୍ଦିରେ ଆବର୍ଜନା ପଡ଼ିରହିଥିବା ଦେଖିବାକୁ ମିଳୁଛି, ଯାହା କି ସାଧାରଣ ଜୀବନଯାପନ ଉପରେ ଘୋର ପ୍ରଭାବ ପକାଉଛି।
-ଭାସ୍କର ବଳ, ସ୍ଥାନୀୟ ବାସିନ୍ଦା

ଅପରିଷ୍କାର ପରିବେଶ ପାଇଁ ଦେହ ଖରାପ ରହୁଛିି
ଶାଶୁ, ଶ୍ୱଶୁରଙ୍କ ବୟସ ହେଲାଣି, ସେମାନେ ସୁସ୍ଥ ବାତାବରଣ ଏବଂ ଭଲରେ ରହିବେ ବୋଲି ତାଙ୍କୁ ଗାଁରୁ ମୋ ପାଖକୁ ଆଣିଛି। ହେଲେ ଏଠି ଅପରିଷ୍କାର ପରିବେଶ ପାଇଁ ତାଙ୍କ ଦେହ ଭଲ ରହୁନି। ଦୁର୍ଗନ୍ଧ ପାଇଁ କେତେବେଳେ ବାନ୍ତି ହେଉଛି ତ ଆଉ କେବେ ଦେହହାତ କୁଣ୍ଡାଇ ହେଉଛି।
-ଅରୁନ୍ଧତୀ ଦାଶମହାପାତ୍ର, ସ୍ଥାନୀୟ ବାସିନ୍ଦା

ବିଏମ୍‌ସି ଏବେ ନିଦାବିଷ୍ଣୁ ସାଜିଛି
ରାଜ୍ୟର ସ୍ବଚ୍ଛତା ରାଜଧାନୀକୁ ଦେଖିଲେ ଜଣାପଡ଼େ। କିନ୍ତୁ ବିଡ଼ମ୍ବନାର ବିଷୟ, ଆମ ରାଜଧାନୀ ତଥା ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଅଳିଆ ପାହାଡ଼ ଉପରେ ଛିଡ଼ାହୋଇଛି। ଆବର୍ଜନା ଦୁର୍ଗନ୍ଧରେ ଭୁବନେଶ୍ୱରବାସୀଙ୍କ ନାକ ଫାଟିପଡୁଛି। ସ୍ବଚ୍ଛତାରେ ନିଜକୁ ଏକ ନମ୍ବର କହୁଥିବା ବିଏମ୍‌ସି ଏବେ ନିଦାବିଷ୍ଣୁ ସାଜିଛି। ଭୁବନେଶ୍ୱରକୁ ଯଥାଶୀଘ୍ର ଆବର୍ଜନାରୁ ମୁକ୍ତ କରିବା ସହ ମନ୍ଦିର ମାଳିନୀ ସହରକୁ ତା’ର ସୌନ୍ଦର୍ଯ୍ୟ ଫେରାଇ ଦେବା ପାଇଁ ସ୍ବର ଉଠିଲାଣି।
-ଦୀପ୍ତିରଞ୍ଜନ ସାହୁ, ସ୍ଥାନୀୟ ବାସିନ୍ଦା

ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି
ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ଦେଇପାରୁନାହାନ୍ତି। ମାତ୍ର ଅଳିଆ ପାହାଡ଼ ଦ୍ୱାରା ବିଭିନ୍ନ ପ୍ରକାର ରୋଗକୁ ବାୟୁ ମାଧ୍ୟମରେ ବାଣ୍ଟି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ସହର ମଧ୍ୟରେ ଅଳିଆ ଗଦାଇ ପରିବେଶକୁ ଦୂଷିତ ଓ ଗନ୍ଧମୟ କରିବା ଆଦୌ ଶୋଭନୀୟ ନୁହେଁ। ଏହା ତୁରନ୍ତ ହଟାଯାଇ ସହରରୁ ବହୁ ଦୂରକୁ ନିଆଯିବା ଆବଶ୍ୟକ। ସେହିପରି ଅଳିଆ, ପ୍ଲାଷ୍ଟିକରୁ ନୂତନ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଯେପରି ଏହାକୁ ପୁନଃ ବ୍ୟବହାର କରାଯାଇପାରିବ ସେଥିପ୍ରତି ମଧ୍ୟ ପଦକ୍ଷେପ ନିଆଯିବା ଆବଶ୍ୟକ।

-ଜୀବନଜ୍ୟୋତି କୁଅଁର, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri