ପୋଖରୀ ନିଲାମକୁ ନେଇ ବଢୁଛି ବିବାଦ

ଖଇରା,୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ମୁହଁଚୁଆଁ ଗ୍ରାମରେ ପୋଖରୀ ନିଲାମକୁ କେନ୍ଦ୍ର କରି ପଡ଼ୋଶୀ ଖାନପୁର ଗ୍ରାମ ସହ ବିବାଦ ବଢ଼ିବାରେ ଲାଗିଛି। ଗ୍ରାମ ପୋଖରୀକୁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯିବା ପରିବର୍ତ୍ତେ ଖାନପୁର ଗ୍ରାମବାସୀଙ୍କୁ ନିଲାମ ଦିଆଯିବା ପ୍ରତିବାଦରେ ବୁଧବାର ମୁହଁଚୁଆଁ ଗ୍ରାମବାସୀ ଖଇରା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ା ପରେ ବିଡିଓ ନିଲାମ ସମ୍ପର୍କୀତ ସମସ୍ତ ନିୟମକାନୁନ୍‌ ବିଷୟରେ ଗ୍ରାମବାସୀଙ୍କୁ ବୁଝାଇବା ସହ ଆଗାମୀ ଦିନରେ ଏ ବିଷୟରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଗ୍ରାମର ୩ ପୋଖରୀ ମଧ୍ୟରୁ ଗୋଟିଏକୁ ଗ୍ରାମବାସୀ ନିଲାମ ନେଇଥିବା ବେଳେ ଅନ୍ୟ ୨ଟିକୁ ପଡ଼ୋଶୀ ଖାନପୁର ଗ୍ରାମବାସୀ ନିଲାମ ନେଇଛନ୍ତି। ପ୍ରଶାସନ ବେଆଇନ ଭାବେ ସେମାନଙ୍କୁ ନିଲାମ ଦେଇଥିବା ମୁହଁଚୁଆଁ ଗ୍ରାମର ମୁଖ୍ୟ ତଥା ସମିତି ସଭ୍ୟାଙ୍କ ପ୍ରତିନିଧି କୈଳାସ ନାୟକ କହିଛନ୍ତି। ଗ୍ରାମର ସମସ୍ତ ପୋଖରୀକୁ ସ୍ବୟଂ ସହାୟିକା ଗୋଷ୍ଠୀକୁ ନିଲାମ ଦିଆଯିବାକୁ ଉପଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା ା ଉପଜିଲାପାଳ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସଏଚ୍‌ଜି ଗ୍ରୁପଙ୍କୁ ନିଲାମ ଦିଆଯିବା ପରିବର୍ତ୍ତେ ଅଗଷ୍ଟ ୫ରେ ନିଲାମ ଡକାଯାଇ ଥିଲା। ମୁହଁଚୁଅଁାରୁ କୌଣସି ଗ୍ରାମବାସୀ ନ ଆସିବାରୁ ପୁନଶ୍ଚ ଅଗଷ୍ଟ ୧୨ରେ ମୁହଁଚୁଆଁ ଗ୍ରାମବାସୀଙ୍କ ଅଗୋଚରରେ ଖାନପୁର ଗ୍ରାମବାସୀଙ୍କୁ ନିଲାମ ଦିଆଯାଇଥିବା ନେଇ ନାୟକ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ପଚାରିବାରୁ ସବୁ କିଛି ନିୟମ ମଧ୍ୟରେ ହୋଇଛି ା
ଗ୍ରାମବାସୀଙ୍କ ଦାବି ତଥା ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ ଗୋଟିଏ ପୋଖରୀ ମହିଳା ଗ୍ରୁପଙ୍କୁ ଦିଆଯିବା ସହ ଅନ୍ୟ ୨ଟିକୁ ସାଧାରଣରେ ନୋଟିସ ଦିଆଯାଇ ନିଲାମ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନେଶ୍ୱର ଶୈବପୀଠରେ ମହାନୀଳ ପର୍ବ: ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼

ଭୋଗରାଇ,୧୨।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହୁଗୁଳୀ ଗ୍ରାମର ଚନ୍ଦନେଶ୍ୱର ମହାଦେବଙ୍କ ସହିତ ଅନ୍ୟାନ୍ୟ ଶୈବ ପୀଠରେ ମହାନୀଳ ପର୍ବ ସୋମବାର ଅନୁଷ୍ଠିତ ହୋଇଛି। ଏହି...

ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍‌ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର...

ମହିଳାଙ୍କ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବାହାନଗା,୧୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ କୁଚିଆକୋଇଲି ଗ୍ରାମରେ ବୁଧବାର ଅପରାହ୍ନରେ ଚୋରା ମଦ କାରବାର ବିରୋଧରେ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମହିଳାମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ମଦ...

ବିରୁଡି ଦଂଶନରେ ମହିଳାଙ୍କ ମୃତ୍ୟୁ

ଜଳେଶ୍ୱର, ୧୫ା୭(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ପୌର ପାଳିକାର ୧୫ନଂ. ୱାର୍ଡ ନହଞ୍ଜରା ଗାଁର ଗୌରହରି ବ୍ରହ୍ମଙ୍କ ଦ୍ୱିତୀୟ ସ୍ତ୍ରୀ ସୁମତୀ (୫୮) ସବୁଦିନ ପରି...

ବାଲେଶ୍ୱରରେ ୨୫ଶହ ବର୍ଷ ତଳର ସଭ୍ୟତା

ମାନସ ବିଶ୍ୱାଳ ବାଲେଶ୍ୱର ଅଫିସ, ୧୮ା୫: ବାଲେଶ୍ୱର ରେମୁଣା ବ୍ଲକର ଦୁର୍ଗାଦେବୀ ଅଞ୍ଚଳରେ ୨୫ଶହ ବର୍ଷ ତଳର ସଭ୍ୟତା ଥିବା ଅନୁମାନ କରାଯାଉଛି। ଭାରତୀୟ ପ୍ରନତ୍ତାତ୍ତ୍ୱିକ...

୧୩ ଦିନରେ ହାଟଡ଼ିହୀ ଅଞ୍ଚଳର ୩ଜଣଙ୍କୁ ମାରିଲାଣି ହାତୀ: ଖୋଜିଖୋଜି ନାକେଦମ ହେଲାଣି ବନବିଭାଗ

ହାଟଡ଼ିହୀ,୧୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଞ୍ଚଳରେ ୧୩ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ସ୍ଥାୟୀ ପଟ୍ଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ସ୍ଥାୟୀ ପଟ୍ଟା ଦାବିରେ ବାଲେଶ୍ୱର ଜିଲା ବସ୍ତିବାସିନ୍ଦା ସଂଘ ପକ୍ଷରୁ ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତର ଶତାଧିକ ବସ୍ତିବାସିନ୍ଦା ସୋମବାର ଏକ...

ଛାତ୍ର ବୋହିଲେ ଜାଳେଣି କାଠ

ରୂପସା,୨୭।୨(ଡି.ଏନ.ଏ.):ବିଦ୍ୟାଳୟରେ ସରକାରୀ ନିୟମକୁ ଉଲଂଘନ। ଶିକ୍ଷକ ଭୁଲିଗଲେ ସରକାରଙ୍କ କଟକଣା। ରୋଷେଇ ପାଇଁ ଛାତ୍ରମାନେ ବିଦ୍ୟାଳୟକୁ ବୋହୁଛନ୍ତି ଜାଳେଣି କାଠ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ...

Advertisement
Archives

Model This Week