ପୋଖରୀ ନିଲାମକୁ ନେଇ ବଢୁଛି ବିବାଦ

ଖଇରା,୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ମୁହଁଚୁଆଁ ଗ୍ରାମରେ ପୋଖରୀ ନିଲାମକୁ କେନ୍ଦ୍ର କରି ପଡ଼ୋଶୀ ଖାନପୁର ଗ୍ରାମ ସହ ବିବାଦ ବଢ଼ିବାରେ ଲାଗିଛି। ଗ୍ରାମ ପୋଖରୀକୁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯିବା ପରିବର୍ତ୍ତେ ଖାନପୁର ଗ୍ରାମବାସୀଙ୍କୁ ନିଲାମ ଦିଆଯିବା ପ୍ରତିବାଦରେ ବୁଧବାର ମୁହଁଚୁଆଁ ଗ୍ରାମବାସୀ ଖଇରା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ା ପରେ ବିଡିଓ ନିଲାମ ସମ୍ପର୍କୀତ ସମସ୍ତ ନିୟମକାନୁନ୍‌ ବିଷୟରେ ଗ୍ରାମବାସୀଙ୍କୁ ବୁଝାଇବା ସହ ଆଗାମୀ ଦିନରେ ଏ ବିଷୟରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଗ୍ରାମର ୩ ପୋଖରୀ ମଧ୍ୟରୁ ଗୋଟିଏକୁ ଗ୍ରାମବାସୀ ନିଲାମ ନେଇଥିବା ବେଳେ ଅନ୍ୟ ୨ଟିକୁ ପଡ଼ୋଶୀ ଖାନପୁର ଗ୍ରାମବାସୀ ନିଲାମ ନେଇଛନ୍ତି। ପ୍ରଶାସନ ବେଆଇନ ଭାବେ ସେମାନଙ୍କୁ ନିଲାମ ଦେଇଥିବା ମୁହଁଚୁଆଁ ଗ୍ରାମର ମୁଖ୍ୟ ତଥା ସମିତି ସଭ୍ୟାଙ୍କ ପ୍ରତିନିଧି କୈଳାସ ନାୟକ କହିଛନ୍ତି। ଗ୍ରାମର ସମସ୍ତ ପୋଖରୀକୁ ସ୍ବୟଂ ସହାୟିକା ଗୋଷ୍ଠୀକୁ ନିଲାମ ଦିଆଯିବାକୁ ଉପଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା ା ଉପଜିଲାପାଳ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସଏଚ୍‌ଜି ଗ୍ରୁପଙ୍କୁ ନିଲାମ ଦିଆଯିବା ପରିବର୍ତ୍ତେ ଅଗଷ୍ଟ ୫ରେ ନିଲାମ ଡକାଯାଇ ଥିଲା। ମୁହଁଚୁଅଁାରୁ କୌଣସି ଗ୍ରାମବାସୀ ନ ଆସିବାରୁ ପୁନଶ୍ଚ ଅଗଷ୍ଟ ୧୨ରେ ମୁହଁଚୁଆଁ ଗ୍ରାମବାସୀଙ୍କ ଅଗୋଚରରେ ଖାନପୁର ଗ୍ରାମବାସୀଙ୍କୁ ନିଲାମ ଦିଆଯାଇଥିବା ନେଇ ନାୟକ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ପଚାରିବାରୁ ସବୁ କିଛି ନିୟମ ମଧ୍ୟରେ ହୋଇଛି ା
ଗ୍ରାମବାସୀଙ୍କ ଦାବି ତଥା ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ ଗୋଟିଏ ପୋଖରୀ ମହିଳା ଗ୍ରୁପଙ୍କୁ ଦିଆଯିବା ସହ ଅନ୍ୟ ୨ଟିକୁ ସାଧାରଣରେ ନୋଟିସ ଦିଆଯାଇ ନିଲାମ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri