ମା’ ହେବାରୁ ବିବାଦ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଦୁଇଟି ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି। ବିବହାରର ୪ ମାସ ପରେ ଦୁହେଁ ଏତେବଡ଼ ଦାୟିତ୍ୱ ପାଇବା ପରେ ବେଶ୍‌ ଖୁସିଥିବାବେଳେ ତାଙ୍କ ଫ୍ୟାନ୍‌ ଫଲୋୟର୍ସମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇବାରେ ହେଳା କରି ନାହାନ୍ତି। ତେବେ ନୟନତାରାଙ୍କୁ ଖୁସି ସହିତ ଏବେ ବଡ଼ ବିବାଦର ସାମ୍ନା କରିବାକୁ ପଡ଼ିଛି। ଏହି ନାୟିକା ଓ ଫିଲ୍ମ ନିର୍ଦ୍ଦେଶକ ବିଘ୍ନେଶ ସରୋଗେସି ଜରିଆରେ ସନ୍ତାନଙ୍କ ଅଭିଭାବକ ହେବା ନେଇ କୌଣସି ବିଧିବଦ୍ଧ ଘୋଷଣା କରି ନ ଥିଲେ ହେଁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସରୋଗେସି ଲାଗି ଦେଶରେ ପ୍ରଣୟନ ଆଇନ ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋମବାର ତିମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ମା ଶୁଭ୍ରମନିଆନ କହିଛନ୍ତି। ଆଇନ ଅନୁସାରେ ଯେଉଁ ମହିଳାଙ୍କ ବୟସ ୨୧ ବର୍ଷରୁ ଅଧିକ ଏବଂ ୩୬ ବର୍ଷରୁ କମ୍‌ ସେହିମାନେ ଗର୍ଭଧାରଣର ଏହି ବିକଳ୍ପ ପନ୍ଥାକୁ ଆପଣାଇ ପାରିବେ। ଏ ନେଇ ମେଡିକାଲ ସେବା ନିର୍ଦ୍ଦେଶାଳୟକୁ ମଧ୍ୟ ଘଟଣାର ତଦନ୍ତ କରିବା ପାଇଁ କୁହାଯାଇଛି। ଚଳିତବର୍ଷ ଜାନୁୟାରୀ ୨୫ରେ ପ୍ରଣୟନ ହୋଇଥିବା ସରୋଗେସି ରେଗୁଚଲେଶନ୍‌ ବିଲ୍‌ ଅନୁସାରେ ଭାରତରେ କମର୍ସିଆଲ ସରୋଗେସି ଅର୍ଥାତ୍‌ ବ୍ୟବସାୟ ଉଦ୍ଦେଶ୍ୟରେ ଗର୍ଭଧାରଣ କରିବା ନିଷିଦ୍ଧ । ପରୋପକାର ଉଦ୍ଦେଶ୍ୟ ରଖି ଯଦି କୌଣସି ମହିଳା ଅନ୍ୟ ପାଇଁ ଗର୍ଭଧାରଣ କରନ୍ତି ତେବେ ସେହି ମହିଳାଙ୍କ ଇନ୍‌ସୁରାନ୍ସ କରଭ ସାଙ୍ଗକୁ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରାଯିବ ବୋଲି ନିୟମ ରହିଛି। ୭ ବର୍ଷ କାଳ ପ୍ରେମ ସମ୍ପର୍କରେ ରହିବା ପରେ ଗତ ଜୁନ୍‌ରେ ହୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?