ମା’ ହେବାରୁ ବିବାଦ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଦୁଇଟି ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି। ବିବହାରର ୪ ମାସ ପରେ ଦୁହେଁ ଏତେବଡ଼ ଦାୟିତ୍ୱ ପାଇବା ପରେ ବେଶ୍‌ ଖୁସିଥିବାବେଳେ ତାଙ୍କ ଫ୍ୟାନ୍‌ ଫଲୋୟର୍ସମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇବାରେ ହେଳା କରି ନାହାନ୍ତି। ତେବେ ନୟନତାରାଙ୍କୁ ଖୁସି ସହିତ ଏବେ ବଡ଼ ବିବାଦର ସାମ୍ନା କରିବାକୁ ପଡ଼ିଛି। ଏହି ନାୟିକା ଓ ଫିଲ୍ମ ନିର୍ଦ୍ଦେଶକ ବିଘ୍ନେଶ ସରୋଗେସି ଜରିଆରେ ସନ୍ତାନଙ୍କ ଅଭିଭାବକ ହେବା ନେଇ କୌଣସି ବିଧିବଦ୍ଧ ଘୋଷଣା କରି ନ ଥିଲେ ହେଁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସରୋଗେସି ଲାଗି ଦେଶରେ ପ୍ରଣୟନ ଆଇନ ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋମବାର ତିମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ମା ଶୁଭ୍ରମନିଆନ କହିଛନ୍ତି। ଆଇନ ଅନୁସାରେ ଯେଉଁ ମହିଳାଙ୍କ ବୟସ ୨୧ ବର୍ଷରୁ ଅଧିକ ଏବଂ ୩୬ ବର୍ଷରୁ କମ୍‌ ସେହିମାନେ ଗର୍ଭଧାରଣର ଏହି ବିକଳ୍ପ ପନ୍ଥାକୁ ଆପଣାଇ ପାରିବେ। ଏ ନେଇ ମେଡିକାଲ ସେବା ନିର୍ଦ୍ଦେଶାଳୟକୁ ମଧ୍ୟ ଘଟଣାର ତଦନ୍ତ କରିବା ପାଇଁ କୁହାଯାଇଛି। ଚଳିତବର୍ଷ ଜାନୁୟାରୀ ୨୫ରେ ପ୍ରଣୟନ ହୋଇଥିବା ସରୋଗେସି ରେଗୁଚଲେଶନ୍‌ ବିଲ୍‌ ଅନୁସାରେ ଭାରତରେ କମର୍ସିଆଲ ସରୋଗେସି ଅର୍ଥାତ୍‌ ବ୍ୟବସାୟ ଉଦ୍ଦେଶ୍ୟରେ ଗର୍ଭଧାରଣ କରିବା ନିଷିଦ୍ଧ । ପରୋପକାର ଉଦ୍ଦେଶ୍ୟ ରଖି ଯଦି କୌଣସି ମହିଳା ଅନ୍ୟ ପାଇଁ ଗର୍ଭଧାରଣ କରନ୍ତି ତେବେ ସେହି ମହିଳାଙ୍କ ଇନ୍‌ସୁରାନ୍ସ କରଭ ସାଙ୍ଗକୁ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରାଯିବ ବୋଲି ନିୟମ ରହିଛି। ୭ ବର୍ଷ କାଳ ପ୍ରେମ ସମ୍ପର୍କରେ ରହିବା ପରେ ଗତ ଜୁନ୍‌ରେ ହୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟଙ୍କ ଜନ୍ମଦିନରେ ଝିଅର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ମାହି

ବମ୍ବେ: ଟେଲି ଅଭିନେତା ଜୟ ଭାନୁଶାଳୀଙ୍କ ଆଜି ଅର୍ଥାତ ବୁଧବାର ଜନ୍ମଦିନ। ଏହି ଉପଲକ୍ଷେ ଜୟଙ୍କ ନିକଟକୁ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। ଅପରପକ୍ଷେ ପ୍ରଶଂସକଙ୍କୁ...

୧୧ ବର୍ଷ ଧରି ପ୍ରେମ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ବିବାହର ମାତ୍ର ୪ ବର୍ଷ ପରେ ହୋଇଥିଲା ବିଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀୟା ମିର୍ଜା ଫିଲ୍ମ ଜଗତରେ ବେଶ୍‌ ଜଣାଶୁଣା। ୨୦୦୦ ମସିହାରେ ବ୍ୟୁଟି ପେଜେଣ୍ଟ ମିସ୍‌ ଏସିଆ ପ୍ୟାସିଫିକ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବାର...

ପୁଣି ଖୁସି ଖବର ଦେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର...

ଦିନଥିଲା ସାଙ୍ଗଙ୍କଠାରୁ ଖାଦ୍ୟ ମାଗି ଖାଉଥିଲେ, ଏବେ ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତା

ରାଜକୁମାର ରାଓ ବା ରାଜକୁମାର ଯାଦବ ହେଉଛନ୍ତି ବଲିଉଡ୍‌ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଫଳ କଳାକାର। ୨୦୧୦ରେ ‘ଲଭ ସେକ୍ସ ଔର ଧୋକା’ ଫିଲ୍ମ...

ବିରାଟଙ୍କ ପାଇଁ ଲକି ଅନୁଷ୍କାଙ୍କ ଏହି ଜିନିଷ: ଦେଖିବାକୁ ମିଳେ ଖେଳପଡ଼ିଆରେ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ...

ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା!

ମୁମ୍ବାଇ: ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଥିବା ଚଳଚ୍ଚିତ୍ର ‘ଥାଲାଇବି’ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଳଲିଥାଙ୍କ ଚରିତ୍ରରେ ନଜର ଆସୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ...

ଏହି ପ୍ରଶଂସକଙ୍କ ପାଇଁ ରାସ୍ତାରେ ଅଟକି ଫଟୋ ଉଠାଇଲେ ଅନୁଷ୍କା, ସେ କିଏ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହିତ ସୋସିଆଲ ମିଡିଆରେ ମଜାଳିଆ ଫଟୋ ସବୁ ଶେୟାର କରୁଛନ୍ତି। ଶନିବାର...

ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ ହେଲେ ଆଥିଆ

ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ ପୁରୁଣା। ଏଭଳି ଅନେକ କ୍ରିକେଟର୍‌ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି...

Advertisement
Archives

Model This Week