Posted inଜାତୀୟ

ବିତର୍କିତ ‘କଶ୍ମୀର ଫାଇଲ୍ସ’

ପଣଜୀ/ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସମର୍ଥିତ ଚଳିତବର୍ଷର ବହୁଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ପୁଣିଥରେ ବିବାଦ ଘେରକୁ ଚାଲିଆସିଛି। ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ନଦାଭ ଲାପିଡ୍‌ ସୋମବାର ଏହାକୁ ଏକ ଅଶ୍ଳୀଳ ସିନେମା ଭାବେ ଅଭିହିତ କରିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗୋଆରେ ଗତ ୨୨ ତାରିଖରେ ଆଇଏଫ୍‌ଏଫ୍‌ଆଇର ଇଣ୍ଡିଆନ୍‌ ପାନୋରାମା ବର୍ଗରେ ‘କଶ୍ମୀର ଫାଇଲ୍ସ’ ପ୍ରଦର୍ଶିତ ହୋଇଥିଲା। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନାରେ ମାତ୍ର ୧୫ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏହାର ସମ୍ବେଦନଶୀଳ ତଥା ମର୍ମସ୍ପର୍ଶୀ ବିଷୟବସ୍ତୁକୁ ନେଇ ଦର୍ଶକଙ୍କ ମନରେ ଉତ୍ସୁକତା ଲାଗିରହିବାରୁ ଏହା ବିଶେଷ ଆଦୃତି ଲାଭ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ସମର୍ଥନ କ୍ରମେ ୮ ଭାଜପା ଶାସିତ ରାଜ୍ୟରେ ଟ୍ୟାକ୍ସ ଫ୍ରି ହୋଇଥିବା ‘କଶ୍ମୀର ଫାଇଲ୍ସ’ବକ୍ସ ଅଫିସ୍‌ରେ ୩୪୦.୯୨ କୋଟି ଟଙ୍କା କଲେକ୍ସନ କରିସାରିଛି। ଆଇଏଫ୍‌ଏଫ୍‌ଆଇରେ ଏହା ସମାଲୋଚିତ ହେବା ପରେ ୪୮ ବର୍ଷୀୟ ବିବେକ ଜୁରି ଅଧ୍ୟକ୍ଷ ଲାପିଡ୍‌ଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଡାଇରେକ୍ଟର ବିବେକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମହାନ୍‌ ଇସ୍ରାଏଲୀ ଫିଲ୍ମ ମେକର ଲାପିଡ୍‌ଙ୍କ ସମେତ ବିଶ୍ୱର ବୁଦ୍ଧିଜୀବୀମାନେ ଏହି ଫିଲ୍ମର ଏପରି ଏକ ଇଭେଣ୍ଟ (ଫ୍ରେମ୍‌ କିମ୍ବା ଡାଇଲଗ୍‌) ଖୋଜି ବାହାର କରନ୍ତୁ, ଯାହା ସତ୍ୟ ହୋଇ ନ ଥିବ। ‘କଶ୍ମୀର ଫାଇଲ୍ସ’ରେ ଗୋଟିଏ ବି ଅସତ୍ୟ ବାହାର କରିଦେଲେ ସେ ଫିଲ୍ମ ତିଆରି କରିବା ବନ୍ଦ କରିଦେବେ ବୋଲି ବିବେକ ଏକ ଭିଡିଓ ମେସେଜ୍‌ରେ କହିଛନ୍ତି। ବିବେକଙ୍କ ମତରେ ନିଜ ଫିଲ୍ମକୁ ଆତଙ୍କବାଦୀ ସଙ୍ଗଠନ ଓ ସହରୀ ନକ୍ସଲ ମଧ୍ୟ ପୂର୍ବରୁ ବିରୋଧ କରିଆସିଛନ୍ତି।

କ୍ଷମା ମାଗିଲେ ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀରେ ଅବସ୍ଥାପିତ ଇସ୍ରାଏଲୀ ରାଷ୍ଟ୍ରଦୂତ ନାଓର ଗିଲୋନ୍‌ ମଙ୍ଗଳବାର ନଦାଭ ଲାପିଡ୍‌ଙ୍କ ମନ୍ତବ୍ୟକୁ ଖୋଲାଖୋଲି ବିରୋଧ କରିବା ସହ ତାଙ୍କ ପାଇଁ ଭାରତକୁ କ୍ଷମା ମାଗିଛନ୍ତି। ସେ ଟୁଇଟରରେ ନଦାଭଙ୍କ ଉଦ୍ଦେଶ୍ୟରେ ଏକ ଖୋଲାଚିଠି ଜାରି କରିଛନ୍ତି। ଭାରତୀୟ ଭଉଣୀ ଭାଇମାନେ ଯେପରି ବୁଝିପାରିବେ ସେଥିଲାଗି ସେ ହିବ୍ରୁରେ ନ ଲେଖି ଇଂଲିଶରେ ଏହାକୁ ପ୍ରକାଶ କରିଛନ୍ତି। ନଭାଦ କାହିଁକି ଲଜ୍ଜିତ ହେବା ଉଚିତ ତା’ର କାରଣ ସେ ଉକ୍ତ ଚିଠିରେ ଲେଖିଛନ୍ତି। ଭାରତୀୟ ସଂସ୍କୃତିରେ ଅତିଥି ହେଉଛନ୍ତି ଭଗବାନ ସଦୃଶ। ଆଇଏଫ୍‌ଏଫ୍‌ଆଇକୁ ଜୁରି ଅଧ୍ୟକ୍ଷ ଭାବେ ନିମନ୍ତ୍ରିତ ହୋଇ ଆସିବା ପରେ ନଦାଭଙ୍କୁ ମିଳିଥିବା ସମ୍ମାନ, ବିଶ୍ୱାସ ଓ ଆତିଥ୍ୟର ସେ ଅତି ନିକୃଷ୍ଟ ଭାବେ ଦୁରୁପଯୋଗ କରିଥିବା ରାଷ୍ଟ୍ରଦୂତ କହିଛନ୍ତି।

ନଦାଭ ଲାପିଡ୍‌ କିଏ

‘ଦି କଶ୍ମୀର ଫାଇଲ୍ସ’କୁ ନଦାଭ ଲାପିଡ୍‌ ସମାଲୋଚନା କରିବା ପରେ ତାଙ୍କ ସମ୍ପର୍କରେ ଗୁଗଲରେ ୟୁଜର୍ସ ତଥ୍ୟ ଖୋଜିବାରେ ଲାଗିଛନ୍ତି। ପ୍ୟାରିସ୍‌ରେ ରହୁଥିବା ଇସ୍ରାଏଲୀ ଫିଲ୍ମମେକର ଲାପିଡ୍‌ ପୂର୍ବରୁ ମଧ୍ୟ ଆଇଏଫ୍‌ଏଫ୍‌ଆଇ ଜୁରି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି। କିନ୍ତୁ ଏପରି ବିବାଦ କେବେ ସୃଷ୍ଟି ହୋଇ ନ ଥିଲା।

୧୯୭୫ରେ ଇସ୍ରାଏଲ୍‌ର ତେଲ-ଆଭିଭରେ ଜନ୍ମିତ ସ୍କ୍ରିନ୍‌ ରାଇଟର ତଥା ଫିଲ୍ମ ପ୍ରଯୋଜକ ନଦାଭ ଲାପିଡ୍‌ ତେଲ୍‌-ଆଭିଭ ୟୁନିଭର୍ସିଟିରେ ଦର୍ଶନଶାସ୍ତ୍ର ଏବଂ ପ୍ୟାରିସ୍‌ରେ ସାହିତ୍ୟ ଅଧ୍ୟୟନ କରିଥିଲେ। ସେ ୨୦୦୬ରେ ଜେରୁଜେଲମ୍‌ସ୍ଥିତ ସାମ୍‌ ସ୍ପିଏଜେଲ ଫିଲ୍ମ ସ୍କୁଲରେ ମଧ୍ୟ ପାଠ ପଢ଼ିଥିଲେ। ୪୭ ବର୍ଷୀୟ ଲାପିଡ୍‌ ଇସ୍ରାଏଲର ଅନେକ ଡକ୍ୟୁମେଣ୍ଟାରିରେ ସିନେମାଟୋଗ୍ରାଫର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମ ‘ପୋଲିସମ୍ୟାନ୍‌’କୁ ୨୦୧୧ରେ ଲୋକାର୍ନୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ସ୍ବତନ୍ତ୍ର ଜୁରି ପ୍ରାଇଜ ପ୍ରଦାନ କରାଯାଇଥିଲା। ଲାପିଡ୍‌ ୩ଟି କ୍ଷୁଦ୍ର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ। ସେଗୁଡ଼ିକ ହେଲା ‘ଏମିଲିଜ୍‌ ଗର୍ଲଫ୍ରେଣ୍ଡ୍‌’, ‘ରୋଡ୍‌’ ଏବଂ ‘ମହମୁଦ୍‌ ଓ୍ବାର୍କ୍ସ ଇନ୍‌ ଦି ଇଣ୍ଡଷ୍ଟ୍ରି’। ୨୦୧୪ରେ ତାଙ୍କର ଫିଲ୍ମ ‘ଦି କିଣ୍ଡରଗାର୍ଟେନ୍‌ ଟିଚର’ ସେହିବର୍ଷର ଇଣ୍ଟରନ୍ୟାଶନାଲ କ୍ରିଟିକ୍ସ ଓ୍ବିକ୍‌ରେ ପ୍ରଦର୍ଶିତ ହୋଇଥିଲା। ଏହି ଫିଲ୍ମକୁ ଇଂଲିଶ୍‌ରେ ରିମେକ୍‌ କରାଯାଇଥିଲା, ଯହିଁରେ ଜଣାଶୁଣା ଆମେରିକୀୟ ଅଭିନେତ୍ରୀ ମଗ୍‌ଗି ଜିଲ୍‌ଏନ୍‌ହଲ ଅଭିନୟ କରିଥିଲେ। ଏହି ଫିଲ୍ମ ଜଣେ ଶିକ୍ଷକ ଓ ତାଙ୍କର ବିସ୍ମୟ ଛାତ୍ରଙ୍କୁ ନେଇ ଗତିଶୀଳ ହୋଇଛି। ଲାପିଡ୍‌ଙ୍କ ଫିଲ୍ମ ‘ସିନୋନିମ୍ସ’ ୨୦୧୯ ବର୍ଲିନ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଗୋଲ୍ଡେନ୍‌ ବିୟର ଆଓ୍ବାର୍ଡ ହାସଲ କରିଥିଲା। ୨୦୨୧ରେ ଲାପିଡ୍‌ଙ୍କ ‘ଆହେଡ୍ସ ନି’ ଅନ୍ତର୍ଜାତୀୟ ସ୍ତରରେ ଆଦୃତି ଲାଭ କରିଥିଲା। କାନ୍‌ରେ ଏହାକୁ ଜୁରି ପ୍ରାଇଜ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri