ନିଜ ହାତରେ ନିୟନ୍ତ୍ରଣ

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ କେବଳ ମସ୍ତିଷ୍କକୁ କ’ଣ ଶରୀରର କୌଣସି ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ମାତ୍ର ୩୦୦-୪୦୦ ଗ୍ରାମ୍‌ ଓଜନ ବିଶିଷ୍ଟ ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ରୂପେ କମ୍ପନ କରୁଥିବା ହୃଦ୍‌ଯନ୍ତ୍ରଟି ଗର୍ଭ ସଞ୍ଚାରଣର ମାତ୍ର ୪-୫ ସପ୍ତାହରୁ ନିରବଚ୍ଛିନ ଭାବେ ମଣିଷ ବଞ୍ଚତ୍ଥିବା ଯାଏ କାର୍ଯ୍ୟ କରୁଥାଏ। ପ୍ରକାରାନ୍ତେ ହୃଦ୍‌ଯନ୍ତ୍ର ବନ୍ଦ ହେଲେ ଲୋକଟି ମୃତ୍ୟୁମୁଖରେ ପଡ଼ିଥାଏ ଏବଂ ମୃତ୍ୟୁ ହେଲେ ହୃଦ୍‌ଯନ୍ତ୍ରଟି ବନ୍ଦ ହୋଇଯାଏ। ମାତ୍ର ୧୨ ସେମି ଲମ୍ବ, ୮.୫ ସେମି ଓସାର ଓ ୬ ସେମି ମୋଟା ବିଶିଷ୍ଟ ହୃଦ୍‌ଯନ୍ତ୍ର ପ୍ରତି ମିନିଟ୍‌ରେ ହାରାହାରି ୭୨ ଥର (୬୦-୮୦), ପ୍ରତି ଘଣ୍ଟାରେ ୪୩୨୦ଥର, ଗୋଟିଏ ଦିନରେ ଲକ୍ଷେ ଚାରିହଜାର ଥର ସ୍ପନ୍ଦିତ (ସଙ୍କୁଚିତ ଓ ପ୍ରସାରିତ) ହୋଇଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ ହୋଇଥାଏ। ଗୋଟିଏ ହୃଦ୍‌ଯନ୍ତ୍ର କାର୍ଯ୍ୟ ଅର୍ଥାତ୍‌ ପ୍ରତ୍ୟେକ ସ୍ପନ୍ଦନ ପାଇଁ ଏହା ୦.୮ ସେକେଣ୍ଡ ନେଇଥାଏ ଓ ସଙ୍କୋଚନ ପାଇଁ ଯେତିକି ସମୟ ନିଏ, ପ୍ରସାରଣ ପାଇଁ ତା’ଠାରୁ ଅଢ଼େଇ ଗୁଣ ସମୟ ନେଇଥାଏ। ଅର୍ଥାତ୍‌, ହୃଦଯନ୍ତ୍ର ଯେତିକି ସମୟ ସଙ୍କୁଚିତ ହୁଏ ତା’ ତୁଳନାରେ ଅଢ଼େଇରୁ ୩ ଗୁଣ (ପ୍ରସାରିତ) ବିଶ୍ରାମ ନେଇଥାଏ। ତେଣୁ ଏହା ଉପରେ କାର୍ଯ୍ୟଭାର କିଛି ମାତ୍ରାରେ କମ୍‌ ହୋଇଥାଏ। ସାଧାରଣତଃ ହୃଦ୍‌ଯନ୍ତ୍ରର ତିନିଗୋଟି ଆବରଣ ମଧ୍ୟରୁ ମାଂସପେଶୀୟ ଆବରଣ ବା ମାୟୋକାର୍ଡିୟମ୍‌ ଏହି କାର୍ଯ୍ୟ କରିଥାଏ।
ହୃଦ୍‌ଯନ୍ତ୍ରର ସଙ୍କୋଚନ ସମୟରେ ହେଉଥିବା ବଳ ଦ୍ୱାରା ରକ୍ତ ସଞ୍ଚାରଣ ହୋଇଥାଏ ଏବଂ ଏହା ଧମନୀରେ ରକ୍ତଚାପ ସୃଷ୍ଟି କରିଥାଏ, ଯାହା ସାଧାରଣତଃ ୧୨୦ ମିମି ପାରଦର ଚାପ ସହ ସମାନ। ସେହିପରି ଡାଇଷ୍ଟୋଲ୍‌ ସମୟରେ ରକ୍ତଚାପ ସାଧାରଣତଃ ୮୦ ମିମି ପାରଦ ହୋଇଥାଏ। ଏହି ସମୟରେ ପଲ୍‌ସ ପ୍ରେସର (ନାଡ଼ି ଚାପ) ଏହି ଦୁଇ ଚାପର ତଫାତ ଅର୍ଥାତ୍‌ ୪୦ ମିମି ପାରଦ ହୋଇଥାଏ। ରକ୍ତଚାପ ବୃଦ୍ଧି ହେଲେ ଏହା ମଧ୍ୟ ଅସୁବିଧା ହୋଇଥାଏ। ମାତ୍ର ଉଚ୍ଚ ରକ୍ତଚାପ ଏକ ବହୁଳ ପରିଲକ୍ଷିତ ଓ ପ୍ରାୟତଃ କାରଣ ଜଣା ନ ପଡ଼ିବା ଏକ ରୋଗ, ଯାହାକି ମେଦବହୁଳତା, ଶାରୀରିକ ପରିଶ୍ରମର ଅଭାବ, ଆପେକ୍ଷିକ ଲବଣ, ଧୂମପାନ, ମାନସିକ ଚାପ, ବିଷାଦ ଓ ଆହୁରି ଅନେକ କାରଣରୁ ହୋଇଥାଏ ବୋଲି ଅନୁମାନ କରାଯାଉଛି। ଉଚ୍ଚ ରକ୍ତଚାପ ଥରେ ଜଣାପଡ଼ିଲେ ଏହା ପାଇଁ ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶର ଆବଶ୍ୟକତା ପଡ଼ିଥାଏ।
ଏତଦ୍‌ବ୍ୟତୀତ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଯାହାକୁ ”ଆକ୍ୟୁଟୋ ମାଇଓକାର୍ଡିଆଲ୍‌ ଇସେମିଆ(ଏଏମ୍‌ଇ)“ କୁହାଯାଏ, ତାହା ହୃଦ୍‌ଯନ୍ତ୍ରର ମାଂସପେଶୀକୁ ରକ୍ତ ସଞ୍ଚାଳନ ବନ୍ଦ ହେବା ଦ୍ୱାରା ହୋଇଥାଏ। ହୃଦ୍‌ଯନ୍ତ୍ରରୁ ମାଂସପେଶୀକୁ ରକ୍ତ ଯୋଗାଉଥିବା ଦୁଇଟି ମୁଖ୍ୟ ଧମନୀ ଓ ଏହାର ଶାଖା ଏହିପରି ପାଞ୍ଚଗୋଟି ଧମନୀରୁ ଏକ ବା ଏକାଧିକ ଅବରୋଧ(ବ୍ଲକେଜ) ସୃଷ୍ଟି ହେଲେ ହୃଦ୍‌ଘାତ ହୋଇଥାଏ। ଏହା ବାମ ମୁଖ୍ୟ କରୋନାରୀ ଧମନୀରେ ଅଧିକ ପରିଲକ୍ଷିତ ହୋଇଥାଏ।
ହୃଦ୍‌ଯନ୍ତ୍ରକୁ ରକ୍ତ ସଞ୍ଚାଳନ କରାଉଥିବା ଧମନୀକୁ କରୋନାରୀ ଧମନୀ କୁହାଯାଇଥାଏ। କାରଣ ଏହା ହୃଦ୍‌ଯନ୍ତ୍ରର ମୁକୁଟ ପରି ପ୍ରତୀୟମାନ ହୁଅନ୍ତି। ଧମନୀରେ କୋଲେଷ୍ଟେରଲ୍‌, ଆଖେରୋମା ଇତ୍ୟାଦି ଜମି ରକ୍ତ ସଞ୍ଚାଳନର ବାଟ ବନ୍ଦ କରିଥାଏ। ଏଥିପାଇଁ ସ୍ଥଳବିଶେଷରେ ଷ୍ଟେଣ୍ଟ, ବାଇପାସ୍‌ ସର୍ଜରି ଇତ୍ୟାଦି କରାଯାଇଥାଏ। ରକ୍ତ ଜମାଟ ଓ ଚର୍ବିଜାତୀୟ ଉପାଦାନ ହ୍ରାସ ପାଇଁ ଔଷଧ ଦିଆଯାଇଥାଏ। ଏବେ ବିନା ଅପରେଶନରେ ମଧ୍ୟ ହାର୍ଟ ବ୍ଲକେଜର ଚିକିତ୍ସା କରାଯାଇପାରୁଛି।
ଆମ ଶରୀରରେ ରକ୍ତ ସଞ୍ଚାଳନ ଏହିପରି ହୋଇଥାଏ। ପ୍ରଥମେ ଶରୀରର ସମସ୍ତ ଅଙ୍ଗ ଓ ଅଂଶରୁ ଦୂଷିତ ରକ୍ତ ସଂଗ୍ରହ ହୋଇ ଊର୍ଦ୍ଧ୍ୱ ଓ ଅଧ ଭେନା, କାଭା ଦ୍ୱାରା ଦକ୍ଷିଣ ଅଳିନ୍ଦକୁ ଆସି ଦକ୍ଷିଣ ନିଳୟ ଦେଇ ଅଙ୍ଗାରକାମ୍ଳରହିତ ଓ ଅମ୍ଳଜାନଯୁକ୍ତ ହୋଇ ପରିଷ୍କାର ରକ୍ତ ହେବା ପାଇଁ ଫୁସ୍‌ଫୁସ୍‌କୁ ଯାଏ। ସେଠାରୁ ଏହା ଫୁସ୍‌ଫୁସ୍‌ ଶିରା ଦେଇ ବାମ ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଧମନୀ ଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ଯାଇଥାଏ। ଏହି ପ୍ରକ୍ରିୟା ନିରନ୍ତର ଚାଲିଥାଏ। ସାଧାରଣତଃ ହୃତ୍‌ପିଣ୍ଡର ଚାରିଗୋଟି କୋଠରି ମଧ୍ୟରୁ କେବଳ ଗୋଟିଏ ପଟ ଉପର କୋଠରିରୁ ତଳ କୋଠରିକୁ ବାଟ ଥାଏ। ବାମରୁ ଦକ୍ଷିଣ କିମ୍ବା ଦକ୍ଷିଣରୁ ବାମକୁ ବାଟ ନ ଥାଏ। ଏହା ସେପ୍ଟମ ଦ୍ୱାରା ବନ୍ଦ ହୋଇଥାଏ।
ବହୁତ ସମୟରେ ଏପରି ହୋଇଥାଏ ଯେ ଆମେ କେବଳ ରୋଗ ପାଇଁ ଔଷଧ ଖାଇଥାଉ। ମାତ୍ର ରୋଗ କାହିଁକି ହେଉଛି, କିପରି ନ ହେବ ସେଥିପାଇଁ ଚିନ୍ତା କରି ନ ଥାଉ। ହୃଦ୍‌ରୋଗ ଜନ୍ମ ସମୟର ଅପରିପକ୍ୱ ଗଠନ ଯୋଗୁ ଶିଶୁମାନଙ୍କଠାରେ ହୋଇଥାଏ। ମାତ୍ର ଏହା ଏବେ ଅପରେଶନ ଦ୍ୱାରା ସଜଡ଼ା ଯାଇପାରୁଛି। ଅନେକ ସ୍ଥାନରେ ତାହା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ସେହିପରି ଗଳା ସଂକ୍ରମଣ ଓ ଗଣ୍ଠି ସଂକ୍ରମଣ ପରବର୍ତ୍ତୀ ସମୟରେ ହାର୍ଟର କପାଟିକା(ଭାଲ୍‌ଭ)ଗୁଡ଼ିକ ନଷ୍ଟ ହୋଇ ଆର୍‌ଏଚ୍‌ଡି ବା କପାଟିକାଜନିତ ରୋଗ ହୋଇଥାଏ। ଏହାର ଚିକିତ୍ସା ଦୀର୍ଘଦିନ ଧରି ଔଷଧ ଦ୍ୱାରା ହୋଇଥାଏ ଓ ସ୍ଥଳବିଶେଷରେ ଅପରେଶନ କରାଯାଏ।
ସବୁଠାରୁ ଅଧିକ ସଂଖ୍ୟାରେ ହେଉଥିବା ହୃଦ୍‌ରୋଗ ହେଲା ହାର୍ଟ ଆଟାକ, ଯାହା କରୋନାରୀ ଧମନୀରେ ରକ୍ତ ସଞ୍ଚାଳନରେ ବାଧା ଯୋଗୁ ହୋଇଥାଏ। ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଓ ଫଳପ୍ରଦ ଚିକିତ୍ସା କରାଯାଇପାରୁଛି। ପୁରୁଷମାନଙ୍କ କ୍ଷେତ୍ରରେ ହୃଦ୍‌ଘାତର ଲକ୍ଷଣ ମୁଖ୍ୟତଃ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ବାନ୍ତି ଲାଗିବା, ବଦହଜମି ଲାଗିବା, କାନ୍ଧରେ କଷ୍ଟ ଲାଗିବା ପରି ହୋଇଥାଏ। ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଅନେକ ସମୟରେ ଛାତିରେ କୌଣସି ଯନ୍ତ୍ରଣା ହୋଇ ନ ଥାଏ। ତେବେ ଆମ୍ଭେମାନେ ଚାହିଁଲେ ହୃଦ୍‌ରୋଗକୁ କମାଇ ପାରିବା ଏବଂ ହୃଦ୍‌ରୋଗଜନିତ ମୃତ୍ୟୁରୁ ରକ୍ଷା ପାଇପାରିବା।
ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଓଜନ ହ୍ରାସ, ଚର୍ବି ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ରକ୍ତରେ ଶର୍କରା ନିୟନ୍ତ୍ରଣ, କମ୍‌ ଲୁଣ, କମ୍‌ ଚିନି, ଅଧିକ ତନ୍ତୁଜାତୀୟ ଓ ଫଳ ପନିପରିବାଯୁକ୍ତ ଖାଦ୍ୟ, ସୁସ୍ଥ ମନ, ସୁସ୍ଥ ଚିନ୍ତାଧାରା, ମାନସିକ ଚାପ ହ୍ରାସ ଓ ଆହୁରି ଅନେକ ଏହିପରି କାର୍ଯ୍ୟବିଧି ହୃଦ୍‌ଘାତର ଆଶଙ୍କା କମାଇ ଦେଇଥାଏ।
-ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri