ଭିତରକନିକା ଆର୍ଦ୍ରଭୂମିକୁ ଉଜାଡ଼ିବ ପ୍ରଦୂଷିତ ଜଳ

କେନ୍ଦ୍ରାପଡ଼ା ଅଫିସ,୧୧ା୭: ଭିତରକନିକା ଓ ଚିଲିକା ଆର୍ଦ୍ରଭୂମିର ଜଳ ପ୍ରଦୂଷଣ ସମ୍ପର୍କରେ ଜୁନ୍‌ ୩୦ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ଆର.କେ. ପଟ୍ଟନାୟକଙ୍କ ଡିଭିଜନ ବେଞ୍ଚର ଏହି ଶୁଣାଣିରେ ଦୁଇ ଆର୍ଦ୍ରଭୂମି ଜଳ ପ୍ରଦୂଷଣ ସମ୍ପର୍କରେ ଏକ ବୈଷୟିକ ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଅଗଷ୍ଟ ୧୧ରେ ଓଏସ୍‌ପିସିବି ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଏଠାରେ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ଆଶଙ୍କା କରିଛନ୍ତି, ବ୍ରାହ୍ମଣୀ ନଦୀ ଜଳ ଭିତରକନିକାକୁ ସର୍ବାଧିକ ପ୍ରଦୂଷିତ କରୁଛି। ନାଲ୍‌କୋ ଓ ଅନ୍ୟ ରାସାୟନିକ ସାର ଶିଳ୍ପରୁ ନିର୍ଗତ ରାସାୟନିକ ଦ୍ରବ୍ୟ ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଛି। ଏହି ଶିଳ୍ପଗୁଡ଼ିକ କୋଇଲା ସହ ଫ୍ଲୋରାଇଡ, ନାଇଟ୍ରୋଜେନ, ସିଆନାଇଡ, କ୍ରୋମିୟମ, ଫ୍ଲାଏ ଆଶ୍‌ ସହ ଅନ୍ୟ ସାମଗ୍ରୀ ବ୍ୟବହାର କରୁଥିବାରୁ ଏହାର ଉଦ୍‌ବୃତ୍ତ ଅଂଶ ବ୍ରାହ୍ମଣୀରେ ମିଶୁଛି। ଭିତରକନିକା ଜଳ ପ୍ରଦୂଷଣରେ ଅବାଧ ନୌଚଳାଚଳ, ବେଆଇନ ଭାବେ ରହିଥିବା ବାଂଲାଦେଶୀଙ୍କ ଦ୍ୱାରା ବନକ୍ଷୟ ଓ ଚିଙ୍ଗୁଡ଼ି ଘେରି ନଦୀଜଳ ପ୍ରଦୂଷଣର କାରଣ ହୋଇଛି। ଅପରପକ୍ଷରେ ଏହି ଆର୍ଦ୍ରଭୂମିକୁ ଆଗାମୀଦିନରେ ମଧୁର ଜଳ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ସିଷ୍ଟମ୍‌ରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀ ଓ ୨୭ ନାଳ ଭିତରକନିକାର ହେନ୍ତାଳ ବଣକୁ ବଞ୍ଚାଇ ରଖିଛି। ହେଲେ ବିଭିନ୍ନ ସ୍ଥାନରେ ମଧୁର ପାଣି ଅଟକ ଓ ଉତ୍ତୋଳନ ଜୈବବିବିଧତାକୁ ନଷ୍ଟ କରିବ ବୋଲି ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ ମତ ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ପ୍ରାଧ୍ୟାପକ ଭୁବନମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂହ ପ୍ରମୁଖ କୁହନ୍ତି, ମଧୁର ଜଳ ଅଭାବ ହେନ୍ତାଳବଣ ନଷ୍ଟର ପ୍ରମୁଖ କାରଣ ହେବ। ୬୦ ପ୍ରତିଶତ ଲୁଣା ଓ ୪୦ ପ୍ରତିଶତ ମଧୁର ଜଳର ମିଶ୍ରଣ ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇଥାଏ। ମଧୁର ଜଳ ନ ଥିବାରୁ ସମୁଦ୍ର ତଟରେ କେବଳ ଝାଉଁବଣ ଦେଖିବାକୁ ମିଳୁଛି। ଭିତରକନିକାକୁ ମଧୁର ଜଳ ଯୋଗାଉଥିବା ମୁଖ୍ୟତଃ ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା ଏବେ ଅକାମୀ ହେବାକୁ ଯାଉଛି। ଛତିଶଗଡ଼ ରାଜ୍ୟରେ ବନ୍ଧ ନିର୍ମାଣ ପରେ ମହାନଦୀ ଜଳକୁ ନେଇ ଓଡ଼ିଶା ସରକାରଙ୍କ ସହ ଦ୍ୱନ୍ଦ୍ୱ ଦେଖାଯାଇଛି। ଅଣ ମୌସୁମୀରେ ମହାନଦୀର ତଳମଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲାରେ ଜଳସ୍ରୋତ କମିଯାଇଛି। ଏହି ସମୟରେ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ସନ୍ତରାଠାରେ ମହାନଦୀରେ ଏକ ବୃହତ୍‌ ଜଳାଶୟ ନିର୍ମାଣ କରାଯାଇ କେନ୍ଦ୍ରାପଡ଼ା ଜିଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାକୁ ଯାଉଛି। ଜଳାଶୟରୁ ଉଦ୍‌ବୃତ୍ତ ଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୨ଟି ମେଗା ପ୍ରକଳ୍ପ ନିର୍ମାଣାଧୀନ ଅଛି। ଫଳରେ ମହାନଦୀର ଜଳ ତଳମୁଣ୍ଡରେ ଥିବା ଭିତରକନିକାକୁ ମଧୁର ଜଳ ପହଞ୍ଚତ୍ବା ଆଶା କ୍ଷୀଣ ହୋଇଛି। ସେହିପରି କିଛିବର୍ଷ ଧରି ଅଣମୌସୁମୀ ସମୟରେ ବୈତରଣୀର ମଧୁର ଜଳ ଭିତରକନିକାକୁ ପହଞ୍ଚତ୍ ନାହିଁ। ମୌସୁମୀ ସମୟରେ ଭିତରକନିକା ଆସୁଥିବା ଜଳକୁ ଏବେ ଯାଜପୁର ସହର ନିକଟ ନିର୍ମାଣାଧୀନ ଜଳାଶୟରେ ରଖିବାକୁ ଯୋଜନା ହୋଇଛି। ବ୍ରାହ୍ମଣୀ ସିଷ୍ଟମରେ ବ୍ରାହ୍ମଣୀ ଓ ଶାଖାନଦୀ ଖରସ୍ରୋତା ଅଛି। ଏବେ ଖରସ୍ରୋତାରେ କେନ୍ଦ୍ରାପଡ଼ା ଜିଲାର ୨ଟି ସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ ଓ ୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିସହ ଭଦ୍ରକ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ନିଆଯିବ। ଏହି ୫ ପ୍ରକଳ୍ପର ଆବଶ୍ୟକ ଜଳକୁ ଖରସ୍ରୋତାରେ ଏକ ବ୍ୟାରେଜ ଦ୍ୱାରା ଅଟକାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନ ହେଉଛି। ବ୍ୟାରେଜ ପରେ ଉଦ୍‌ବୃତ୍ତ ଜଳ ଭିତରକନିକାରେ ପହଞ୍ଚତ୍ବା ନେଇ ସନ୍ଦେହ ହୋଇଛି। କେବଳ ବ୍ରାହ୍ମଣୀର ସ୍ବଳ୍ପଧାରା ଭିତରକନିକାର ପ୍ରାକୃତିକ ବିଭବକୁ ବଞ୍ଚାଇବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri