ପୁଣି ପୋତାଗଲା ଅପମିଶ୍ରିତ ସାମଗ୍ରୀ

କଟକ ଅଫିସ, ୧୦ା୨: କଟକ ସହରର ବିଭିନ୍ନ ସ୍ଥାନରେ ଗତ କିଛିମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ସେଠାରୁ ଘିଅ, ତେଲ, ମସଲାଗୁଣ୍ଡ, ଚା, ନକଲି ଜର୍ଦ୍ଦା, ହଳଦୀଗୁଣ୍ଡ ଜବତ କରାଯାଇଛି। ତେବେ କଟକରେ ପ୍ରସ୍ତୁତ ହେଉଥିବା ଏହି ସାମଗ୍ରୀକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଛି। ଲୋକମାନେ କମ୍‌ ମୂଲ୍ୟରେ ଏଭଳି ସାମଗ୍ରୀକୁ ଆପଣାଉଛନ୍ତି। ଏହି ସାମଗ୍ରୀକୁ ବିକ୍ରି କରି କାରଖାନା ମାଲିକ ମାଲାମାଲ ହେଉଥିବାବେଳେ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି। ପରବର୍ତ୍ତୀ ସମୟରେ ଏହା ଜଣାପଡିବା ପରେ ଜନଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଓ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ଏହାର ନମୁନା ପରୀକ୍ଷା ପାଇଁ ପଠାଯାଉଛି। ପରେ ଏହା ଖାଦ୍ୟ ଅନୁପଯୋଗୀ ଜଣାପଡିବାରୁ ତାହାକୁ ନଷ୍ଟ କରାଯାଉଛି। ଏହି କ୍ରମରେ ଜଗତ୍‌ପୁର ଶିଳ୍ପାଞ୍ଚଳସ୍ଥିତ ସୁବାସ କମ୍ପାନୀରୁ ଜବତ ବିପୁଳ ଅପମିଶ୍ରିତ ସାମଗ୍ରୀକୁ ପୋଲିସ ରବିବାର ନଷ୍ଟ କରିଥିବାବେଳେ ମଙ୍ଗଳବାର ପୁଣି ୩ଟି କମ୍ପାନୀର ଅପମିଶ୍ରିତ ସାମଗ୍ରୀକୁ ନଷ୍ଟ କରିଛି। ସ୍ବାତୀ ସସ୍‌ କମ୍ପାନୀ, ମନ୍ଦିର ମସଲା ଓ ସୁବାସ କମ୍ପାନୀରୁ ଜବତ ହୋଇଥିବା ୫ଟନ୍‌ରୁ ଅଧିକ ନକଲି ସସ୍‌, ମସଲା ଓ ଘିଅକୁ ଜଗତ୍‌ପୁର ଶିଳ୍ପାଞ୍ଚଳ ପରିସରସ୍ଥ ଏକ ପଡିଆରେ ମଙ୍ଗଳବାର କଟକ ମହାନଗର ନିଗମ(ସିଏମ୍‌ସି) ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର, ଫୁଡ୍‌ ଏସ୍‌ଆଇ ଭଗବାନ ଲେଙ୍କାଙ୍କ ଉପସ୍ଥିତିରେ ନଷ୍ଟ କରାଯିବା ସହ ଗାତ ଖୋଳି ପୋତିଦିଆଯାଇଥିଲା। ଏହି ସାମଗ୍ରୀର ମୂଲ୍ୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଗତ୍‌ପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସାମଗ୍ରୀ ନଷ୍ଟ କରାଯାଇଥିବା ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବର ୯ରେ ଜଗତ୍‌ପୁର ଥାନା ଅଧୀନ ଆଇବି ରୋଡ୍‌ ଅଞ୍ଚଳରେ ଥିବା ଏକ ଅପମିଶ୍ରିତ ସସ୍‌ କାରଖାନାରେ ପୋଲିସ ଚଢାଉ କରିଥିଲା। ସେଠାରୁ ୮୨୪ ବୋତଲରୁ ଊର୍ଦ୍ଧ୍ୱ ଟମାଟୋ ଓ ଚିଲି ସସ୍‌, ବୋତଲରେ ଲାଗିବାକୁ ଥିବା ଷ୍ଟିକର ଓ ଅନ୍ୟ ସାମଗ୍ରୀକୁ ଜବତ କରିଥିଲା। ସେହିପରି ୨୦୨୦ ନଭେମ୍ବର ୧୧ରେ ଜଗତ୍‌ପୁର ଥାନା ଅଧୀନ ଜଗନ୍ନାଥ ଇଣ୍ଡଷ୍ଟ୍ରି ଅଞ୍ଚଳରେ ଥିବା ମନ୍ଦିର ମସଲା ନାମକ କମ୍ପାନୀରେ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ମସଲା ଜବତ କରିଥିଲା। ଏହି ଘଟଣାରେ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା। ୨୦୨୦ ନଭେମ୍ବର ୩୦ରେ ଜଗତ୍‌ପୁର ଥାନା ଅଞ୍ଚଳରେ ସୁବାସ କମ୍ପାନୀରେ ପୋଲିସ ଚଢାଉ କରି ଅପମିଶ୍ରିତ ଆଚାର, ଘିଅ, ସସ୍‌କୁ ଜବତ କରିଥିଲା। ତେବେ ଉକ୍ତ ସାମଗ୍ରୀକୁ ଗତ ୭ ତାରିଖରେ ଗାତ ଖୋଳି ପୋତାଯାଇଥିବାବେଳେ ବାକି ଥିବା ଆଉ କିଛି ସାମଗ୍ରୀ ମଙ୍ଗଳବାର ପୋତାଯାଇଥିବା ଥାନାଧିକାରୀ ମେହେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri